ନିଆରା ପ୍ରେମ : ହସ୍ପିଟାଲରେ ପ୍ରେମିକଙ୍କୁ ବିବାହ କରିବାର ୧୮ ଘଣ୍ଟା ପରେ ପ୍ରମିକାଙ୍କ ମୃତ୍ୟୁ

Above Post Content

ନ୍ୟୁୟର୍କ : ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକଙ୍କ ଆଖିରେ ଲୁହ ଆସିଯାଇଛି । ଭିଡ଼ିଓରେ ଏକ ପ୍ରେମୀଯୁଗଳଙ୍କ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଅସୁସ୍ଥ ପ୍ରେମିକା ହସପିଟାଲରେ ପ୍ରେମିକଙ୍କୁ ବିବାହ କରିବାର ମାତ୍ର ୧୮ ଘଣ୍ଟା ମଧ୍ୟରେ ଆଖି ବୁଝି ଦେଇଛନ୍ତି । ଏହି ପ୍ରେମୀଯୁଗଳଙ୍କ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

ସ୍ତନ କର୍କଟରେ ପୀଡ଼ିତ ଥିଲେ ପ୍ରେମିକା

After 2nd paragraph post ads
Middle post content

ଆମେରିକାର କନେକ୍ଟିକଟରେ ରୁହନ୍ତି ହେଥର ମୋଶେର । ସେ ସ୍ତନ କର୍କଟରେ ପୀଡିତ ହୋଇଥିଲେ । ଦିନକୁ ଦିନ ଶରୀର ଗୁରୁତର ହୋଇପଡ଼ିବାରୁ ଘରଲୋକ ହେଥରଙ୍କୁ ହାର୍ଟଫୋର୍ଡ ହସପିଟାଲରେ ଭର୍ତ୍ତି କରିଥିଲେ । ଅସୁସ୍ଥ ହେଥର ନିଜ ପ୍ରେମିକ ଡ଼େଭିଡ଼ଙ୍କୁ ହସପିଟାଲରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଥରଙ୍କ କଥା ଶୁଣି ଦୁଇ ପରିବାରଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ବିବାହ କରିବାକୁ ରାଜି ହୋଇଥିଲେ । ଏଭଳି ପରିସ୍ଥିତିରେ ସେ ନିଜ ପ୍ରେମିକ ଡ଼େଭିଡ଼ଙ୍କୁ ହସ୍ପିଟାଲ ବେଡରେ ବିବାହ କରିଲେ । ଦୁଇ ପରିବାରର ମାତ୍ର କିଛି ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ହେଲା । ହେଲେ ବିବାହ କରିବାର ମାତ୍ର ୧୮ଘଣ୍ଟା ପରେ ହେଥରଙ୍କ ମୃତ୍ୟୁ ହୋଇଥିଲା । ଏହି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରେମ କାହାଣୀ ହୃଦୟ ବିଦାରକ

ଏହି ଭିଡ଼ିଓ ଦେଖିବା ପରେ ନଲେଜ ଲ୍ୟାବର ଅଧ୍ୟକ୍ଷ ଅନୀତା ଶର୍ମା ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଜୀବନର କଠିନ ଆହ୍ୱାନର ସମ୍ମୁଖୀନ ହୋଇ ଏପରି ଗଭୀର ପ୍ରେମ ଏବଂ ପ୍ରତିବଦ୍ଧତା ଦେଖିବା ହୃଦୟ ବିଦାରକ ଏବଂ ପ୍ରେରଣାଦାୟକ ଅଟେ । ଏହି ସମୟ ମଧ୍ୟରେ ସେମାନଙ୍କ ପ୍ରିୟଜନଙ୍କ ପାଇଁ ଶାନ୍ତି ଏବଂ ଆରାମ କାମନା କରନ୍ତି । ଏହି ସମୟରେ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ଏହା ଏକ ସମୟରେ ଚମତ୍କାର ଏବଂ ଅତ୍ୟନ୍ତ ଦୁଃଖଦାୟକ ଥିଲା । ଏହି ଭିଡ଼ିଓଟି ପୁରୁଣା ହୋଇଥିଲେ ବି ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami