ପୁଅଝିଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ

Above Post Content

ନୂଆଦିଲ୍ଲୀ : ଏଣିକି ପୁଅଝିଅ ମାଆଙ୍କ ପେନସନରେ ନୋମିନି ହୋଇପାରିବେ । ପରିବାର ପେନ୍‌ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ୱାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ । କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି, ଯାହାର ସୁଦୂରପ୍ରସାରୀ ସାମାଜିକ-ଅର୍ଥନୈତିକ ପ୍ରଭାବ ରହିବ ବୋଲି ପ୍ରକାଶିତ ସରକାରୀ ବିବୃତିରେ କୁହାଯାଇଛି ।

ପୂର୍ବରୁ ଜୀବନସାଥୀ ପାଉଥିଲେ ପେନସନ

After 2nd paragraph post ads
Middle post content

ପୂର୍ବରୁ ପରିବାର ପେନସନ ମୃତ ସରକାରୀ କର୍ମଚାରୀ ବା ପେନ୍‌ସନଭୋଗୀଙ୍କ ଜୀବନସାଥୀଙ୍କୁ ମିଳୁଥିଲା । ଜୀବନସାଥୀଙ୍କ ମୃତ୍ୟୁ ହେବା ପରେ ଯାଇ ପରିବାରର ଅନ୍ୟ ସଦସ୍ୟ ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହେଉଥିଲେ । କେନ୍ଦ୍ର ସରକାରଙ୍କ ପେନ୍‌ସନ ଓ ପେନ୍‌ସନଭୋଗୀ କଲ୍ୟାଣ ବିଭାଗ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍‌ସନ) ନିୟମାବଳୀ, ୨୦୨୧ରେ ସଂଶୋଧନ ଆଣିଛନ୍ତି । ଏହି ସଂଶୋଧନ ବଳରେ ମହିଳା ସରକାରୀ କର୍ମଚାରୀ ବା ପେନ୍‌ସନଧାରୀଙ୍କ ମୃତ୍ୟୁ ହେଲେ, ସ୍ୱାମୀଙ୍କ ସ୍ଥାନରେ ଯୋଗ୍ୟ ପୁଅ କିମ୍ବା ଝିଅ ପରିବାର ପେନ୍‌ସନ ପାଇପାରିବେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି ।

ଦୀର୍ଘଦିନର ନିୟମାବଳୀରେ କରାଯାଇଛି ସଂଶୋଧନ

ଛାଡ଼ପତ୍ର ମାମଲାକୁ ନେଇ ବୈବାହିକ ଜୀବନରେ ବିବାଦ ରହିଥିଲେ କିମ୍ବା ଘରୋଇ ହିଂସା ଆଇନରୁ ମହିଳାଙ୍କୁ ସୁରକ୍ଷା, ଯୌତୁକ ନିରୋଧୀ ଆଇନ କିମ୍ବା ଆଇପିସି ନେଇ ମାମଲା ଚାଲିଥିଲେ, ମହିଳା କର୍ମଚାରୀଙ୍କ ପିଲାମାନେ ଉପକୃତ ହୋଇପାରିବେ । ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୀର୍ଘଦିନର ନିୟମାବଳୀରେ ସଂଶୋଧନ କରାଯାଇ ମହିଳା କର୍ମଚାରୀଙ୍କୁ ପରିବାର ପେନ୍‌ସନ ପାଇଁ ତାଙ୍କ ସ୍ୱାମୀଙ୍କ ପରିବର୍ତ୍ତେ ପୁଅ କିମ୍ବା ଝିଅଙ୍କୁ ପ୍ରତିନିଧିତ୍ୱ କରାଇବାର ଅଧିକାର ପ୍ରଦାନ କରାଯାଇଛି । ମହିଳା କର୍ମଚାରୀ ବା ପେନ୍‌ସନଭୋଗୀଙ୍କର ଯଦି ମୃତ୍ୟୁ ହୁଏ, ତେବେ ଫାମିଲ ପେନ୍‌ସନ ତାଙ୍କ ସ୍ୱାମୀଙ୍କ ପରିବର୍ତ୍ତେ ଯୋଗ୍ୟ ପୁଅ କିମ୍ବା ଝିଅକୁ ଦିଆଯାଉ ବୋଲି ସେ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟଙ୍କୁ ଲିଖିତ ଭାବେ ନିବେଦନ କରିବାକୁ ପଡ଼ିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami