ଭିନ୍ନ କୌଶଳ ଜରିଆରେ ମାଛ ଧରା, ଭିଡ଼ିଓ ଭାଇରାଲ

Above Post Content

ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଭିଡ଼ିଓ ଅଛି, ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୋଇ ନ ଥାଏ । ସେମିତି ଆଉ କିଛି ଏମିତି ମଜାଳିଆ ଭିଡ଼ିଓ ଥାଏ, ଯାହାକୁ ଦେଖି ଆମେ ହସି ହସି ବେଦମ୍ ହୋଇପଡ଼ନ୍ତି । ଆଉ ଖାସ କରି କିଛି ନୂଆ ଜ୍ଞାନ କୌଶଳର ମଧ୍ୟ ଭିଡିଓ ଥାଏ । ଏବେ ଠିକ୍ ସେମିତି ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡ଼ିଓରେ ଜଣେ ଯୁବକଙ୍କ ଭିନ୍ନ କୌଶଳ ଜରିଆରେ ଅତି ସହଜରେ ମାଛ ଧରିବାର ନୂଆ ଟ୍ରିକ୍ ଦେଖିଲେ ଆପଣ ଚକିତ ହୋଇଯିବେ ।

ଯୁବକଙ୍କ ନୂଆ ଟ୍ରିକ୍‌କୁ ଲୋକେ କଲେ ପ୍ରଶଂସା

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ପିଲାଟିଏ ମାଛ ଧରିବାର ଭିନ୍ନ ଏକ କୌଶଳ ବାଛିଛି । ପିଲାଟି ପ୍ରଥମେ ଏକ ସୂତା ସାହାଯ୍ୟରେ ପ୍ଲାଷ୍ଟିକ୍ ବୋତଲ ମୁହଁରେ କିଛି ଖାଦ୍ୟବାନ୍ଧି ପୋଖରୀରେ ପକାଉଛି । କିଛି ସମୟ ପରେ ବୋତଲ ହଲିବା ମାତ୍ରେ ସେ ପାଣି ଭିତରେ ପଶି ବୋତଲକୁ ଉଠାଉଛନ୍ତି । ବୋତଲ ଗୁଡ଼ିକରେ ମାଛ ଲାଗିଥିବା ଦେଖିବାକୁ ମିଳୁଛି । ପିଲାଟି ମାଛକୁ ଧରି ଏକ ହାଣ୍ଡିରେ ପୁରାଉଛି । ତେବେ ଏମିତି ଖୁବ୍ କମ୍ ସମୟରେ ପିଲାଟି ଅନେକ ମାଛ ଧରୁଥିବା ନଜର ଆସୁଛି । ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓଟିକୁ ଦେଖିବା ପରେ ଲୋକେ ପିଲାଟିର ଏହି ଭିନ୍ନ କୌଶଳକୁ ଖୁବ ପ୍ରଶଂସା କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami