୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ ଟଙ୍କାରେ ଟିକେଟ୍‌; ଅଧଘଣ୍ଟାରେ ଶେଷ

Above Post Content

ମୁମ୍ବାଇ: ଦୀର୍ଘ ବର୍ଷ ପୂର୍ବେ ରିଲିଜ୍ ହୋଇଥିବା ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ଆଜି ବି ଲୋକଙ୍କ ହୃଦୟରେ ରହିଛି । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏମିତି କି ଅନେକ ଲୋକ ଏହି ଫିଲ୍ମକୁ ବାରମ୍ବାର ବି ଦେଖିଥିବେ । ଏହା ବକ୍ସ ଅଫିସରେ ସୁପରହିଟ୍ ମଧ୍ୟ ସାବ୍ୟସ୍ତ ହୋଇଥିଲା । ଇତିମଧ୍ୟରେ ଫିଲ୍ମ ରିଲିଜ୍ ହେବାର ୨୫ ବର୍ଷ ପୂରିଗଲାଣି । ଏହାକୁ ପୁଣି ଥରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ନିର୍ମାତା ଏକ ସ୍ୱତନ୍ତ୍ର ଉପାୟ ଆପଣାଇଛନ୍ତି । ଆସନ୍ତା ୧୫ ତାରିଖରେ ପୁଣି ଥରେ ରିଲିଜ୍ କରିବାକୁ ଯୋଜନା କରିଛନ୍ତି ନିର୍ମାତା ।

୧୫ ତାରିଖରେ ପୁଣି ଥରେ ପରଦାକୁ ଆସିବ

After 2nd paragraph post ads
Middle post content

ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ସିନେ ନିର୍ମାତା କରଣ ଜୋହରଙ୍କ ଡେବ୍ୟୁ ଫିଲ୍ମ ଥିଲା । ଚଳିତବର୍ଷ ଫିଲ୍ମଟିକୁ ୨୫ ବର୍ଷ ପୂରୁଛି । ଅର୍ଥାତ୍ ଫିଲ୍ମ ନିର୍ମାଣ ହେବାର ୨୫ ବର୍ଷ ବିତିଗଲାଣି । ଏହି ବିଶେଷ କାରଣରୁ ନିର୍ମାତା ଏହାକୁ ପୁଣି ଥରେ ପ୍ରେକ୍ଷାଳୟରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ, ୨୫ ବର୍ଷ ପୂର୍ତ୍ତି ଅବସରରେ ଏହାର ଟିକେଟ୍ ଦର ମାତ୍ର ୨୫ ଟଙ୍କା ରଖାଯାଇଛିଧର୍ମା ପ୍ରଡକ୍ସନ୍ସର ଏହି ମନଛୁଆଁ ଫିଲ୍ମକୁ ନିର୍ମାତା ଆସନ୍ତା ୧୫ ତାରିଖରେ ପୁଣି ଥରେ ରିଲିଜ୍ କରିବେ । ଶାହରୁଖ ଖାନ, କାଜୋଲ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ପୁଣି ଥରେ ପ୍ରେକ୍ଷାଳୟରେ ମନ ଭରି ଦେଖିପାରିବେ । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସୋ’ର ଅଗ୍ରିମ୍ ଟିକେଟ୍ ମାତ୍ର ଅଧଘଣ୍ଟା ମଧ୍ୟରେ ସବୁ ବିକ୍ରି ହୋଇଯାଇଛି । ତାହାର ଅନ୍ୟ ଏକ କାରଣ ହେଉଛି କରଣ ଜୋହର ଏହି ଫିଲ୍ମର ଟିକେଟ୍ ମୂଲ୍ୟ ବହୁତ ଶସ୍ତା କରିଦେଇଛନ୍ତି ।

ମୁମ୍ବାଇର ପିଭିଆର ଆଇକନ୍‌ରେ ହେବ ରିଲିଜ୍

ଫିଲ୍ମକୁ ୨୫ ବର୍ଷ ପୂର୍ତ୍ତି ଅବସରରେ କରଣ ଏହାର ଟିକେଟ୍ ଦର ମାତ୍ର ୨୫ ଟଙ୍କା ରଖିଛନ୍ତି । ଏହି ଫିଲ୍ମଟି ମୁମ୍ବାଇର ପିଭିଆର ଆଇକନ୍‌ରେ ସଂଧ୍ୟ୍ୟା ୭ଟାରେ ରିଲିଜ୍ ହେବ । କମ୍ ମୂଲ୍ୟ ହେତୁ ଟିକେଟ ଖୁବ୍ ଶୀଘ୍ର ବିକ୍ରି ହୋଇଯାଇଥିଲା । କମ୍ ମୂଲ୍ୟରେ ପ୍ରେକ୍ଷାଳୟରେ ଏତେ ଭଲ ଫିଲ୍ମ ଦେଖିବାର ସୁଯୋଗ ମିଳିବ, ତେବେ ଏହାକୁ କିଏ ବା କାଇଁ ହାତଛଡ଼ା କରିବ? ବୋଲି ଅନେକ ମତ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami