ଗୁଲୁପାପାର ମୃତ୍ୟୁ ପରେ ଶୋକସଭା ସହ ବ୍ରାହ୍ମଣ ଭୋଜନ

Above Post Content

ଭୁୁବନେଶ୍ୱର: ଏବେ ଗୁଲୁପାପାକୁ ଖୁବ ଝୁରି ହେଉଛନ୍ତି ଚନ୍ଦ୍ରଶେଖର ମହାପାତ୍ରଙ୍କ ପୁରା ପରିବାର । ତା ସ୍ମୃତିରେ ଶୋକ ପାଳିବା ସହିତ କ୍ରିୟାକର୍ମ ଓ ବ୍ରାହ୍ମଣ ଭୋଜନ ଦେଉଛନ୍ତି । କାରଣ ଗୁଲୁପାପା ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି ଆରପାରିକୁ । ହୁଏତ ଆପଣ ଭାବୁଥିବେ ଏଥିରେ ନୂଆ କଣ ଅଛି? …ନୂଆ ଅଛି । ଗୁଲୁପାପା ମଣିଷ ନୁହେଁ, ମଣିଷ ଠାରୁ ଅଧିକ । ଗୁଲୁପାପା ଗୋଟେ ପାଳିତ କୁକୁର । ଏଭଳି ନିଆରା ପଶୁ ପ୍ରେମ ଦେଖିବାକୁ ମିଳିଛି ଖୋର୍ଦ୍ଧା ଅଞ୍ଚଳରେ ।

ଗେଲବସରରେ ବଢିଥିଲା ଗୁଲୁପାପା

After 2nd paragraph post ads
Middle post content

ଖୋର୍ଦ୍ଧାରେ ରୁହନ୍ତି ଚନ୍ଦ୍ରଶେଖର ମହାପାତ୍ର । ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର ଏକ କୁକୁର ଛୁଆ ଘରକୁ ଆଣିଥିଲେ । ପରିବାର ସ୍ନେହ ସରାଗ ଦେଇ ବଢ଼ାଇଲେ । ଆପଣାର କଲେ । ଶ୍ରଦ୍ଧାରେ ତା ନାଁ ରଖିଥିଲେ ଗୁଲୁପାପା । ମଣିଷ ସିନା ନଥିଲା ସେ, ହେଲେ ମଣିଷଠୁ କିଛି କମ୍ ଦାୟିତ୍ୱ ନିଭାଉ ନ ଥିଲା । ସେଥିପାଇଁ ଗୁଲୁପାପା ହାତରେ ଏବଂ ଭରସାରେ ଘର ଜଗିବାର ଦାୟିତ୍ୱ ଦେଇ ବାହାରକୁ ଚାଲି ଯାଉଥିଲେ ପରିବାର ଲୋକେ । ସେ ମଧ୍ୟ ବଫାଦାର ସାଜି ଜୀବଦଶା ମଧ୍ୟରେ ମାଲିକଙ୍କ ବିଶ୍ୱାସକୁ ଜିତିଥିଲା । ଗୁଲୁପାପା ପଶୁ ହେଲେ ବି ମଣିଷର ଭଲପାଇବା ବୁଝିପାରୁଥିଲା । ଆଉ ୧୨ବର୍ଷ ଧରି ପରିବାରରେ ସଦସ୍ୟ ଭଳି ରହିଆସୁଥିଲା । ହେଲେ ସେ ଅକାଳରେ ଅଫେରା ପଥରେ ଚାଲିଗଲା । ଆଉ ପରିବାର ଲୋକଙ୍କ ଆଖିର ଲୁହ ଦେଇ ଗଲା । ତା’ ଆତ୍ମାର ସଦଗତି ଏବଂ ସ୍ମୃତି ପାଇଁ ତା’ ମାଲିକ ଯେଉଁ ନିଆରା ଭାବ ଆଉ ଆବେଗ ଦେଖାଇଛନ୍ତି, ବୋଧହୁଏ ବିରଳ । ସେ ଆମକୁ ଛାଡି ଗଲାପରେ ସାତଦିନ ହେବ ପାଟିକୁ ଖାଇବା ଯାଉନି । ଭାରି ମନେପଡୁଛି ଆମ ପ୍ରିୟ ଗୁଲୁପାପା କଥା ଏମିତି କହି ପରିବାରର ସମସ୍ତ ସଦସ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଘରଦ୍ୱାର ସବୁ ଖାଁ ଖାଁ

ଗତ ଅକ୍ଟୋବର ୫ରେ ଗୁଲୁପାପାର ମୃତ୍ୟୁ ପରେ ଘରଦ୍ୱାର ସବୁ ଖାଁ ଖାଁ । ଆଜି ସବୁକିଛି ଅଛି, କିନ୍ତୁ ଗୁଲୁପାପା ନାହିଁ । ଏମିତି ଛଳଛଳ ଆଖିରେ ବଖାଣିଛନ୍ତି ପରିବାର ଲୋକ । ଗୁଲୁପାପାର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଆଉ ଗୁଲୁ ପାପା ର ମୃତ୍ୟୁକୁ ସାତ ଦିନ ପୁରିଛି । ଏଥିପାଇଁ ମହାପାତ୍ର ପରିବାରରେ ଆୟୋଜିତ ହୋଇଥିଲା ସ୍ମୃତି ସଭା । ଏଥି ସହ ବ୍ରାହ୍ମଣ ଭୋଜନ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami