ଅପରେସନ୍ ଅଜୟ: ଇସ୍ରାଏଲରୁ ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ

Above Post Content

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଶତାଧିକ ଭାରତୀୟ ନାଗରିକ ଇସ୍ରାଏଲରେ ଫସି ରହିଛନ୍ତି । ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ଏହି ଅପରେସନ ଅଧୀନରେ ଭାରତୀୟ ନାଗରିକଙ୍କ ପ୍ରଥମ ବିମାନ ଇସ୍ରାଏଲରୁ ଆସି ଦିଲ୍ଲୀରେ ପହଞ୍ଚିିଛି । ଆଜି ସକାଳେ ଇସ୍ରାଏଲରୁ ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି ।

କେନ୍ଦ୍ରମନ୍ତ୍ରୀ କଲେ ସ୍ୱାଗତ

After 2nd paragraph post ads

କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଇସ୍ରାଏଲରୁ ଆସିଥିବା ଭାରତୀୟମାନଙ୍କୁ ସ୍ୱାଗତ ଜଣାଇଥିଲେ । ଗୁରୁବାର ସନ୍ଧ୍ୟାରେ ଭାରତୀୟଙ୍କୁ ନେଇ ବିମାନଟି ତେଲ୍ ଆଭିଭ୍‌ସ୍ଥିତ ବେନ୍ ଗୁରିଅନ୍ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । ଏହି ବିମାନରେ ୨୧୧ ଜଣ ଭାରତୀୟ ଥିଲେ ।

Middle post content

ପରିସ୍ଥିତି ଶାନ୍ତ ହେଲେ ପୁଣି ଯିବୁ

ଇସ୍ରାଏଲ୍‌ରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ନାଗରିକମାନେ ଏଥିପାଇଁ ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ପ୍ରଥମ ଥର ପାଇଁ ଆମେ ସେଠାରେ ଏଭଳି ଅବସ୍ଥାରେ ପଡ଼ିଲୁ । ଆମକୁ ଫେରାଇ ଆଣିଥିବାରୁ ଆମେ ଭାରତ ସରକାର, ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞ । ଯଥାଶୀଘ୍ର ସେଠାକାର ପରିସ୍ଥିତି ଶାନ୍ତ ହେଲେ ଆମେ ପୁଣି ଯାଇ କାମରେ ଯୋଗ ଦେବୁ ବୋଲି ଆଶା କରୁଛୁ । ଛୋଟ ପିଲାକୁ ଧରିଥିବା ଜଣେ ମହିଳାଯାତ୍ରୀ କହିଛନ୍ତି, ପ୍ରଥମ ଦିନ ଆମେ ଶୋଇଥିବା ବେଳେ ସକାଳ ପ୍ରାୟ ୬.୩୦ରେ ‘ସାଇରନ୍‌’ ବାଜିଥିଲା । ଆମେ ଆଶ୍ରୟସ୍ଥଳ ଆଡ଼କୁ ଧାଇଁ ଗଲୁ । ସେଠାକୁ ଯିବା ଥିଲା ବଡ଼ କଠିନ ବ୍ୟାପାର, କିନ୍ତୁ କୌଣସି ମତେ ଆମେ ପହଞ୍ଚିଗଲୁ । ଏବେ ଆମେ ଆଶ୍ୱସ୍ତ ଓ ଭାରତ ସରକାରଙ୍କ ପ୍ରତି କୃତଜ୍ଞ ।

ଇସ୍ରାଏଲରେ ରହୁଛନ୍ତି ୧୮,୦୦୦ରୁ ଅଧିକ ଭାରତୀୟ

ସୂଚନାଯୋଗ୍ୟ ଯେ, ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଦେଖି ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି । ଏଥିସହ ଗତ ବୁଧବାର ଠାରୁ ଅପରେସନ୍ ଅଜୟ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ପ୍ରଥମ ବ୍ୟାଚ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି । ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଇଛି । ପାଖାପାଖି ୧୮,୦୦୦ରୁ ଅଧିକ ଭାରତୀୟ ଇସ୍ରାଏଲରେ ରହୁଛନ୍ତି । ଏଥିରୁ ୧୨ ଜଣ ବେଷ୍ଟ ବ୍ୟାଙ୍କରେ ଏବଂ ତିନି ରୁ ଚାରି ଜଣ ଗାଜାରେ ଅଛନ୍ତି । ହମାସ୍ ସହ ଇସ୍ରାଏଲର ଘମାସାନ ଯୁଦ୍ଧ ଜାରି ରହିଛି । ଏହି ଲଢେଇରେ ଦୁଇ ଦେଶର ନାଗରିକଙ୍କ ସମେତ ଆମେରିକା ଓ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସଂଘର୍ଷରେ କୌଣସି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନାହିଁ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami