ବିପଦରେ ପକାଉଛି ରୋବର୍ଟର ବ୍ୟବହାର

Above Post Content

ଆଜିର ବିଜ୍ଞାନର ଯୁଗରେ ବିଜ୍ଞାନ ଯେତେ ଆଗୋଉଛି ବିପଦ ମଧ୍ୟ ସେତିକି ବଢୁଛି । କାରଣ କାମକୁ ସହଜ କରୁଥିବା ରୋବର୍ଟ ଯେ କେତେବେଳେ ଜୀବନ ନେଇଯିବ ତାହା କେହି କହିପାରିବେ ନାହିଁ । କାରଣ ସେଭଳି ଏକ ଉଦାହରଣ ଦେଖିବାକୁ ମିଳିଛି । ଜୀବନଧାରଣକୁ ସହଜ କରିବାକୁ ଦୈନଦିନ ଜୀବନରେ ରୋବଟର ବ୍ୟବହାର ବଢ଼ି ଯାଇଛି । ମାତ୍ର ରୋବଟର ଅତ୍ୟଧିକ ବ୍ୟବହାର ସାଜୁଛି ଘାତକ । ଏପରି ଏକ ଘଟଣା ସାଉଥ କୋରିଆରେ ଘଟିଛି । ସାଉଥ କୋରିଆର ଏକ କମ୍ପାନୀରେ ପରିବା କଟା କାର୍ଯ୍ୟ ରେ ନିୟୋଜିତ ଏକ ରୋବଟ ଘଟାଇଛି ସାଂଘାତିକ କାଣ୍ଡ ।

ରୋବର୍ଟ ଘଟାଇଲା ସାଂଘାତିକ କାଣ୍ଡ

After 2nd paragraph post ads
Middle post content

ଉକ୍ତ ରୋବର୍ଟଟି ପରିବା ଓ ମଣିଷ ମଧ୍ୟରେ ପାର୍ଥକ୍ୟ ଜାଣି ପାରିନି । ଫଳରେ ସେହି କମ୍ପାନୀର ଜଣେ କର୍ମଚାରୀଙ୍କୁ ବି ସେ ପରିବା ପରି କାଟି ପକାଇଛି । ମୃତକ ଜଣକ ସାଉଥକୋରିଆର ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ । ରୋବଟଟି ଉକ୍ତ କମ୍ପାନୀରେ ଥିବା ବେଳେ ମୁଖ୍ୟତଃ ସିମଲା ଲଙ୍କା କାଟିବା ତାହାର କାମ ଥିଲା । ରୋବଟରେ ସେନସର ଥିବା ବେଳେ ପରିବା ଝୁଡ଼ିକୁ କନଭେୟର ବେଲ୍ଟକୁ ନେଇ କାଟିବା ପାଇଁ ତାକୁ ପ୍ରୋଗ୍ରାମ କରାଯାଇଥିଲା । ରୋବଟର ସେନସରରେ ୨ ଦିନ ପୂର୍ବରୁ ତ୍ରୁଟି ବାହାରିଥିବା ବେଳେ ତାହାକୁ ସଜଡ଼ା ଯାଇଥିଲା । ମାତ୍ର ଏହା ପରେ ବି ରୋବଟଟି ପରିବା ବାକ୍ସ ଚିହ୍ନିବାରେ ଦ୍ୱନ୍ଦ୍ୱରେ ପଡ଼ିଥିଲା ।

ସାଉଥକୋରିଆରେ ଏହା ଦ୍ୱିତୀୟ ଘଟଣା

ଏହାପରେ ଉକ୍ତ କର୍ମଚାରୀଜଣକ ରୋବଟ ନିକଟକୁ ଯାଇଥିବା ବେଳେ ସେ ତାଙ୍କୁ ପରିବା ଝୁଡ଼ି ପରି ଭାବିଥିଲା । ଏହାପରେ ନିଜ ବାହୁରେ ସେହି ବ୍ୟକ୍ତିଙ୍କ ଉପର ଶରୀରକୁ କନଭେୟର ବେଲ୍ଟ ଆଡକୁ ଠେଲି ଦେଇ ତାଙ୍କ ମୁହଁ ଏବଂ ଛାତିକୁ ପରିବା ପରି କାଟି ପକାଇଥିଲା । ସେଠାରେ ଉପସ୍ଥିତ ଅନ୍ୟମାନେ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚଳିତ ବର୍ଷ ସାଉଥକୋରିଆରେ ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ଗତ ମାର୍ଚ୍ଚରେ ସାଉଥକୋରିଆର ଏକ ଅଟୋ ମୋବାଇଲ କମ୍ପାନୀର ଜଣେ କର୍ମଚାରୀ ସେଠାରେ ନିୟୋଜିତ ଏକ ରୋବଟ ଆକ୍ରମଣରେ ଗୁରୁତର ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami