ସ୍ପଞ୍ଜ ବମ୍ ଦ୍ୱାରା ଫେଣରେ ବନ୍ଦ ହୋଇଯିବ ହମାସର ସବୁ ସୁଡ଼ଙ୍ଗ

Above Post Content

ଜାପଟ୍ଟୀରେ ଥିବା ହମାସ ଆତଙ୍କବାଦୀଙ୍କ ସୁଡଙ୍ଗ ବନ୍ଦ କରିବା ଲାଗି ଇସ୍ରାଏଲ ନୂଆ ଅସ୍ତ୍ର ଖୋଜି ବାହାର କରିଛି । ଏହା ଏକ ପ୍ରକାର ଖାସ୍ ବମ୍ । ଏହା ବିସ୍ଫୋରଣ ଘଟିଲେ କୌଣସି ଶବ୍ଦ ହେବ ନାହିଁ । କିନ୍ତୁ ଏହା ଯେଉଁଠି ବିସ୍ଫୋରଣ ଘଟିବ ସେଠାରେ ଫୋମ୍ ପରି ତରଳ ପଦାର୍ଥ ବାହାରିବ ଯାହା ପରେ ପଥର ପରି ଟାଣ ହୋଇଯିବ । ଅର୍ଥାତ୍ ସୁଡଙ୍ଗରେ ଏହି ବମ୍ ଫୁଟିବା ପରେ ତାହାର ସବୁ ଦ୍ୱାର ବନ୍ଦ ହୋଇଯିବ । ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଲାଗି ସବୁଠାରୁ ବଡ ଆହ୍ୱାନ ହେଉଛି ହମାସର ସୁଡଙ୍ଗ ସବୁକୁ ବନ୍ଦ କରିବା । କାରଣ ଏହି ସୁଡଙ୍ଗ ବାଟ ଦେଇ ହିଁ ଆତଙ୍କବାଦୀମାନେ ଫେରାର ହୋଇଯାଉଛନ୍ତି । ଲୁଚିଛପି ଗରିଲା ଯୁଦ୍ଧ କରୁଛନ୍ତି । ଏହି ସୁଡଙ୍ଗରେ ହମାସ ଏହାର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛି । ଇସ୍ରାଏଲ ସବୁଠାରୁ ବଡ ଯୋଜନା ହେଉଛି ଏହି ସୁଡଙ୍ଗସବୁକୁ ବନ୍ଦ କରିବା । ଏହି ସୁଡଙ୍ଗକୁ ବନ୍ଦ କରିବା ଲାଗି ଇସ୍ରାଏଲ ସ୍ପଞ୍ଜ ବମ୍‌ର ବ୍ୟବହାର କରିବାକୁ ଯାଉଛି ।

ଯିଏ ଯେଉଁଠି ଲୁଚି ଥିବ ପାଲଟିଯିବ ପଥର

After 2nd paragraph post ads
Middle post content

ଏହି ଟନେଲଗୁଡ଼ିକରେ ହମାସ ନିଜର ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥାଏ । ସେଠାରୁ ରକେଟ୍ ମାଡ଼ କରିଥାଏ । ରକେଟ୍ ଏବଂ ଅସ୍ତ୍ରଶସ୍ତ୍ରକୁ ଗଚ୍ଛିତ କରି ରଖିବା ପାଇଁ ଏହି ଟନେଲ ସବୁକୁ ବ୍ୟବହାର କରିଆସୁଛି । ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ସମୟରେ ବର୍ତ୍ତମାନ ସବୁଠାରୁ ବଡ କାର୍ଯ୍ୟ ହେଉଛି ଟନେଲଗୁଡ଼ିକୁ ବନ୍ଦ କରିବା । ବର୍ତ୍ତମାନ ସାଧାରଣ ମାଟି କିମ୍ବା କଂକ୍ରିଟ୍ ଦେଇ ଟନେଲ୍ ବନ୍ଦ କରିବା ମୂର୍ଖତାର କାମ ହେବ । ଏଥିପାଇଁ ସମୟ ଏବଂ ଅର୍ଥର ଅପଚୟ ହେବ । ସେଥିଲାଗି ଇସ୍ରାଏଲ୍ ସ୍ପଞ୍ଜ ବୋମା ବ୍ୟବହାର କରିବାକୁ ଯାଉଛି । ସ୍ପଞ୍ଜ ବମ୍ ବୋଧହୁଏ ପ୍ରଥମ ଥର ପାଇଁ ବ୍ୟବହୃତ ହେବାକୁ ଯାଉଛି । ଏହା ଏକ ବିଶେଷ ପ୍ରକାରର ବୋମା, ଯାହା ବିସ୍ଫୋରଣ ପରେ ବିପୁଳ ପରିମାଣର ଫେଣ ଛାଡିଥାଏ । ଏହି ଫେଣ ଅଳ୍ପ ସମୟ ମଧ୍ୟରେ କଂକ୍ରିଟ୍ ପରି କଠିନ ହୋଇଯାଏ । ଏହାର ଅର୍ଥ ଯଦି ଏହି ବୋମାଗୁଡ଼ିକୁ ଯଦି ଟନେଲରେ ଭିତରେ ବିସ୍ପୋରଣ କରାଯାଏ ତେବେ ଟନେଲର ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଭିତରୁ କେହି ବି ବାହାରକୁ ଆସିବାକୁ ସମର୍ଥ ହେବେ ନାହିଁ । ବାହାରୁ କେହି ମଧ୍ୟ ଭିତରକୁ ଯାଇପାରିବେ ନାହିଁ । ଏହି କଂକ୍ରିଟ୍ ପରି ଟାଣ କେମିକାଲକୁ ଭାଙ୍ଗିବା ମଧ୍ୟ ସହଜ ନୁହେଁ ।

ବୋମା କଠିନ ହେବା ପରେ ଭାଙ୍ଗିବା କଷ୍ଟକର

ଏହି ସ୍ପଞ୍ଜ ବୋମାକୁ ଏକ ପ୍ଲାଷ୍ଟିକ ବ୍ୟାଗ ମଧ୍ୟରେ ରଖାଯାଇଥାଏ । ଯେଉଁଥିରେ ଦୁଇଟି ଭିନ୍ନ ଭିନ୍ନ ରାସାୟନିକ ପଦାର୍ଥ ଥାଏ । ଏହି ରାସାୟନିକ ପଦାର୍ଥକୁ ଏକ ଧାତୁର ପ୍ଲେଟ କିମ୍ବା ବାଡ଼ିରେ ପୃଥକ ଭାବରେ କରାଯାଇଥାଏ । ଏହି ବାଡ଼ିଟି ହଟାଯିବା ମାତ୍ରେ ସେଥିରେ ଥିବା ଦୁଇ ରାସାୟନିକ ପଦାର୍ଥ ପରସ୍ପର ସହିତ ମିଶି ଏକ ରାସାୟନିକ ପ୍ରତିକ୍ରିୟା କରି ଫେଣ ପରି ତରଳ ଏମୁଲେସନ ସୃଷ୍ଟି କରନ୍ତି । ଯାହା ବାୟୁ ସଂସ୍ପର୍ଶରେ ଆସିବା ମାତ୍ରେ ଖୁବ ଶୀଘ୍ର ବିସ୍ତାର ହୋଇଥାଏ । କଠିନ ହେବାରେ ଲାଗିଥାଏ । ଏହା ଏତେ ଦ୍ରୁତ ଗତିରେ ବ୍ୟାପିଥାଏ ଯେ ଏହାକୁ କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ଏହିପରି ଟନେଲଗୁଡିକ ଖୁବ ଶୀଘ୍ର ବନ୍ଦ ହୋଇପାରିବ । ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀମାନଙ୍କୁ ଟନେଲରେ ଲୁଚାଇ ରଖିଛନ୍ତି । ଇସ୍ରାଏଲ୍ କମାଣ୍ଡୋମାନେ ଟନେଲରେ ପ୍ରବେଶ କରି ଗୋଟିଏ ପଟରୁ ଟନେଲରେ ଏହି ବୋମା ଫିଙ୍ଗିବା ଆରମ୍ଭ କରିବେ । ଯାହାଫଳରେ ଟନେଲଗୁଡିକ ବନ୍ଦ ହୋଇଯିବ । ଏହି ବୋମାରେ ଥିବା ରାସାୟନିକ ପଦାର୍ଥ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଏବଂ ଜ୍ୱଳନଶୀଳ ଅଟେ । କଠିନ ହେବା ପରେ ତାହାକୁ ଭାଙ୍ଗିବା କିମ୍ବା ଫଟେଇବା ଏତେ ସହଜ ନୁହେଁ । ଥରେ ଏହାକୁ ବିସ୍ଫୋରଣ କରି ଟନେଲ୍ ବନ୍ଦ କରିଦେଲେ ଏହାକୁ ଖୋଲିବା ବହୁତ କଷ୍ଟକର ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami