ଆଇଏଏସ୍ ଓ ପିସିଏସ କୋଚିଂ ପାଇଁ ଗୁରୁଦକ୍ଷିଣା ୧ ଟଙ୍କା

Above Post Content

ଲକ୍ଷ୍ନୌ : ଆଜିକାଲି ଅଧିକାଂଶ ଯୁବବର୍ଗ ଆଇଏଏସ ଏବଂ ପିସିଏସ ହେବାର ସ୍ୱପ୍ନ ଦେଖୁଛନ୍ତି । ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ ପିଲା ବିଭିନ୍ନ ପରିସ୍ଥିତି ଦେଇ ଗତି କରନ୍ତି । ସେହିପରି କିଛି ପିଲା ଆର୍ôଥକ ସମସ୍ୟା ଯୋଗୁ ଅନେକ ଥର ସେମାନେ ନିଜ ସ୍ୱପ୍ନକୁ ଅଧାରେ ଡ଼ୋରି ବାନ୍ଧିଥାନ୍ତିି । ଲୋକମାନେ ୟୁପିଏସସି ପ୍ରସ୍ତୁତି ପାଇଁ କୋଚିଂରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାରେ ଅସମର୍ଥ ହୋଇ ନିଜ ପିଲାମାନଙ୍କୁ ଶିକ୍ଷା ଦେବାରେ ସକ୍ଷମ ନୁହଁନ୍ତି । ଏଭଳି ପରିସ୍ଥିତିରେ ୟୁପିର ଜଣେ ବ୍ୟକ୍ତି ମାତ୍ର ୧ ଟଙ୍କାରେ ଦେଉଛନ୍ତି ଆଇଏଏସ ଓ ପିସିଏସ କୋଚିଂ । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ଲକ୍ଷ୍ୟ ଗାଁ ପିଲା ହେବେ ଉଚ୍ଚଶିକ୍ଷିତ

After 2nd paragraph post ads
Middle post content

ୟୁପିର ବାଲିଆ ଜିଲା ନିବାସୀ ଶିକ୍ଷକ ଅନୁପ ଉପାଧ୍ୟାୟ । ସେ ତାଙ୍କ ଜିଲାର ପିଲାମାନଙ୍କୁ ମାଗଣାରେ ଜି.କେ/ଜିଏସ କୋଚିଂ ପ୍ରଦାନ କରୁଛନ୍ତି । ଏଥିପାଇଁ ସେ ଗୁରୁଦକ୍ଷିଣା ମାତ୍ର ଏକ ଟଙ୍କା ନେଉଛନ୍ତି । ଅନୁପଙ୍କ ଦ୍ୱାରା ନିଆଯାଇଥିବା ଏହି ପ୍ରଶଂସନୀୟ ପଦକ୍ଷେପ ସବୁ ସ୍ଥାନରେ ଆଲୋଚନା ହେଉଛି । ଅନୁପ ଗତ ୮ ବର୍ଷ ଧରି ଲକ୍ଷ୍ନୌ, ଦିଲ୍ଲୀ ଏବଂ ପାଟନା ଭଳି ଅନେକ ସହରରେ ଆଇଏଏସ ଏବଂ ପିସିଏସ ପାଇଁ କୋଚିଂ ଯୋଗାଇ ଆସୁଛନ୍ତି । ଦୀର୍ଘ ସମୟ ପରେ, ଯେତେବେଳେ ସେ ଅନଲାଇନ କ୍ଲାସରେ ସଫଳତା ପାଇବା ଆରମ୍ଭ କଲେ, ସେ ପୁନର୍ବାର ନିଜ ଘର । ବାଲିଆକୁ ଚାଳି ଆସିଲେ । ଅନଲାଇନ କ୍ଲାସ ପରେ ସେ ନିଜ ଜିଲାର ପିଲାମାନଙ୍କ ପାଇଁ ମାଗଣାରେ ଜି.କେ/ଜିଏସ ପ୍ରସ୍ତୁତି କୋଚିଂ ଦେବା ଆରମ୍ଭ କଲେ । ତାଙ୍କର ଲକ୍ଷ୍ୟ ନିଜ ଅଞ୍ଚଳର ପିଲା ପାଠ ପଢି ଉଚ୍ଚଶିକ୍ଷିତ ହେବା ।

ଦାରିଦ୍ର‌୍ୟ କ’ଣ ଜାଣିଛି

ସେ କୁହନ୍ତି ମୁଁ ମଧ୍ୟ ଦାରିଦ୍ର‌୍ୟ ସହ ସଂଘର୍ଷ କରିଛି, ମୁଁ ଜାଣେ ଦାରିଦ୍ର‌୍ୟ କ’ଣ । ତେଣୁ ମୁଁ ମୋ ଜିଲାର ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାର ଦାୟିତ୍ୱ ଗ୍ରହଣ କରିଛି । ଯାହା ଦ୍ୱାରା ଏହି ପିଲାମାନେ ଭବିଷ୍ୟତରେ ବଡ ପଦବୀରେ ପହଞ୍ଚି ପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ମୋ ଦ୍ୱାରା ଶିକ୍ଷିତ ଶହ ଶହ ପିଲା ସେମାନଙ୍କ ଲକ୍ଷ୍ୟରେ ସଫଳ ହୋଇଛନ୍ତି । ଏବେ ଉଚ୍ଚ ପଦବୀରେ କାର୍ଯ୍ୟ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami