ରାମ ମନ୍ଦିରକୁ ହିନ୍ଦୁଙ୍କୁ ମିଳେନି ପ୍ରବେଶ ଅନୁମତି

Above Post Content

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ହିନ୍ଦୁ ଧର୍ମାମ୍ୱଲମ୍ୱୀ ଲୋକ ବସବାସ କରୁଛନ୍ତି । ସନାତନ ଧର୍ମରେ ବିଶ୍ୱାସ ରଖିଥିବା ହିନ୍ଦୁମାନେ ସେଠାରେ ମଧ୍ୟ ଅଛନ୍ତି । ତେବେ ପାକିସ୍ତାନର ଇସଲାମାବାଦର ମାରଗାଲା ପାହାଡରେ ମଧ୍ୟ ଶ୍ରୀ ରାମଙ୍କ ମନ୍ଦିର ରହିଛି । ଏହି ମନ୍ଦିରଟି ବହୁତ ପ୍ରାଚୀନ । ଷୋଡଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହି ମନ୍ଦିରଟି ରାମ କୁଣ୍ଡ ମନ୍ଦିର ଭାବରେ ଜଣାଶୁଣା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଇନାହିଁ । ଏଥିସହିତ ମନ୍ଦିରରେ ଥିବା ମୂର୍ତ୍ତି ସବୁ କାଢି ଦିଆଯାଇଛି ।

ଲୋକଙ୍କୁ ଆକର୍ଷିତ କରୁଛି ଏହି ମନ୍ଦିର

After 2nd paragraph post ads
Middle post content

ରାମ ମନ୍ଦିରର ଐତିହ୍ୟ ସଂରଚନା ପାକିସ୍ତାନର ସାଦିପୁରରେ ବିଦ୍ୟମାନ ଅଛି । ଆଜିକାଲି ଏହା ଏକ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହି ମନ୍ଦିର ବହୁ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିଥାଏ । ଯାହାକୁ ନେଇ ଏକ ରୋଚକ କାହାଣୀ ମଧ୍ୟ ରହିଛି । ବିଶ୍ୱାସ କରାଯାଏ ଯେ ପ୍ରଭୁ ଶ୍ରୀ ରାମ ବନବାସ ସମୟରେ ଲକ୍ଷ୍ମଣ ଏବଂ ମାତା ସୀତାଙ୍କ ସହିତ ଏହି ସ୍ଥାନରେ ୧୪ ଦିନ ରହିଥିଲେ । ଏହି ମନ୍ଦିର ନିକଟରେ ଥିବା ପୋଖରୀର ପାଣି ମଧ୍ୟ ପିଇଥିଲେ । ଏହି ପୋଖରୀକୁ ରାମ କୁଣ୍ଡ କୁହାଯାଏ । ପାକିସ୍ତାନର ସାଦିପୁରର ରାମ ମନ୍ଦିର ନାଲି ଇଟା ଦ୍ୱାରା ନିର୍ମାଣ କରାଯାଇଛି । ମନ୍ଦିରଟି ଦେଖିବାକୁ ଅତି ସାଧାରଣ । ଏହାକୁ ଘେରି ଏକ ପ୍ରାଙ୍ଗଣ ରହିଛି । ଯେଉଁଠାରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ମୂର୍ତ୍ତି ରଖାଯାଇଥିଲା ।

ଆଜି ବି ହେଉନି ମନ୍ଦିରରେ ପୂଜା

୧୮୯୩ର ସରକାରୀ ରେକର୍ଡ ଅନୁଯାୟୀ, ପ୍ରଭୁ ରାମଙ୍କ ଏହି ଆଗମନକୁ ମନେ ରଖିବା ପାଇଁ ସେହି ସ୍ଥାନ ନିକଟରେ ଥିବା ପୋଖରୀରେ ବାର୍ଷିକ ମେଳା ଅନୁଷ୍ଠିତ ହୋଇଥିଲା । ଦୂରଦୂରାନ୍ତରୁ ଆସିଥିବା ହିନ୍ଦୁମାନେ ପୂଜାପାଠ ପାଇଁ ମନ୍ଦିରକୁ ଆସୁଥିଲେ ଏବଂ ନିକଟସ୍ଥ ଧର୍ମଶାଳାରେ ରହୁଥିଲେ । ୧୯୪୭ ମସିହା ପରଠାରୁ, ଭାରତ-ପାକିସ୍ତାନ ବିଭାଜନ ପରେ ହିନ୍ଦୁମାନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ମନ୍ଦିର ଏବଂ ଏଠାରେ ଥିବା କମ୍ପେ୍ଲକ୍ସରେ ପୂଜା କରିବାକୁ ଅନୁମତି ଦେଇ ନାହାଁନ୍ତି । ଯାହା ଫଳରେ ଆଜିବି ମନ୍ଦିରଟି ସେହିପରି ପଡିରହିଛି । ସେଠାରେ ପୂଜା କରାଯାଉନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami