ପ୍ରେମକୁ ପାଇବା ପାଇଁ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ଯୁବତୀ

Above Post Content

ସମ୍ବଲପୁର: ମାଆ ମୁଁ ବର୍ଷା, ତୋ ଉପରେ ବହୁ ଆଶା ଅଛି । ତୋ ପାଖକୁ ଚିଠି ଲେଖି ଜଣାଉଛି, ଶୁଣିଛି ତୁ ସମସ୍ତଙ୍କ ଦୁଃଖ ହରିଥାଉ । ବାସ୍ କାହ୍ନାକୁ ମୋର୍ କରିଦେ । କାରଣ କାହ୍ନା ମୋ ମନର ମଣିଷ । ମନସ୍କାମନା ପୂରଣ ହେଲେ ସାଙ୍ଗ ହୋଇ ଆସିବୁ, ଦର୍ଶନ କରିବୁ । ମାଆ ମୋ ମନ କଥା ବୁଝେ, ମୋ ଦୁଃଖ ଶୁଣେ । ଏମିତି ଏକ ପ୍ରେମ ପତ୍ର ମିଳିଛି ସମ୍ବଲପୁର ମା’ ସମଲେଶ୍ୱରୀଙ୍କ ହୁଣ୍ଡିରୁ । ଜଣେ ଯୁବତୀ ତାର ପ୍ରେମକୁ ପାଇବା ପାଇଁ ମାଆଙ୍କୁ ଚିଠି ଲେଖିଛନ୍ତି । କେବଳ ସେତିକି ନୁହେଁ କିଏ ସରକାରୀ ଚାକିରି ପାଇଁ ଗୁହାରି କରି ମା’ଙ୍କୁ ଚିଠି ଲେଖିଛି ତ, ପୁଣି କିଏ ପରୀକ୍ଷାରେ ପାସ୍ କରିବା ପାଇଁ ଗୁହାରି କରିଛି । ଗତ କିଛି ବର୍ଷ ଧରି ମାଆ ସମଲେଇଙ୍କ ପାଖକୁ ଆସୁଛି ଅଭିଯୋଗର ଲମ୍ୱା ତାଲିକା । ଭିନ୍ନ ଢଙ୍ଗରେ ଚିଠି ଲେଖି ଗୁହାରୀ କରୁଛନ୍ତି ଶ୍ରଦ୍ଧାଳୁ । ଗତକାଲି ମା’ ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ହୋଇଛି । ସେହି ହୁଣ୍ଡିରୁ ଏଭଳି କିଛି ଚିଠି ମିଳିଛି, ଯାହା ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ।

Middle post content

ଶାଶୂଘରେ ନିର୍ଯାତନା ନ ଦେବା ଲାଗି ଗୁହାରୀ

After 2nd paragraph post ads

ମାଆ ସମଲେଇ ଭକ୍ତଙ୍କ ଡାକ ଶୁଣନ୍ତି । ଦୁଃଖ ସଙ୍କଟରୁ ଉଦ୍ଧାର କରନ୍ତି । ସେଥିଲାଗି ପିଲାଠୁ ବୁଢା, ଧାଇଁ ଆସନ୍ତି ଟିକେ ଦର୍ଶନ କରିବାକୁ । ଖାଲି ଦର୍ଶନ ନୁହେଁ ଆଶିଷ ଟିକିଏ ପାଇବାକୁ କେତେ କାକୁତି ମାନତି କରେ । ମା’ଙ୍କ ପାଖରେ କିଏ ପିଲା ପାଇଁ ଗୁହାରି କରେ ତ କିଏ ପୁଣି ଦୁଃଖ ହରଣ ପାଇଁ ମାନସିକ କରେ । ବର୍ଷାଙ୍କ ଭଳି ଅନ୍ୟ ଜଣେ ଯୁବତୀ ବି ଚିଠିଲେ ଲେଖିଛନ୍ତି ମନର କଥା । ଲେଖିଛନ୍ତି ଜଣେ ଯୁବତୀ ତାଙ୍କ ବାହାଘର କିଭଳି ଭଲରେ ହେବ ସେନେଇ ମା’ଙ୍କୁ ଗୁହାରି କରିଛନ୍ତି । ଯୌତୁକରେ ତାଙ୍କ ବାପା ଗାଡ଼ି ନ ଦେଲେ ଶାଶୁଘର ଲୋକେ ଯେମିତି ନିର୍ଯାତନା ନ ଦେବେ ସେ ନେଇ ମା’ଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଯୁବତୀ । ସେହିପରି ଶାଶୂଘର ଲୋକଙ୍କୁ ସେ କିଭଳି ଖୁସିରେ ରଖିପାରିବେ ସେନେଇ ତାଙ୍କୁ ସହାୟ ହେବାକୁ ସେ ମା’ଙ୍କୁ ବି ନିବେଦନ କରିଛନ୍ତି । ପ୍ରତିବର୍ଷ ଭଳି ଏବର୍ଷ ବି ଖୋଲାହୋଇଥିଲା ହୁଣ୍ଡି । ହୁଣ୍ଡିରୁ ଅର୍ଥ ସହ ବାହାରିଥିଲା କିଛି ଚିଠି । ତେବେ ଦୁଇଟି ଚିଠି ସମସ୍ତଙ୍କୁ କରିଥିଲା ଆକର୍ଷିତ । କେହି କେହି ଚିଠି ପଢିବା ପରେ ହୋଇପଡିଥିଲେ ଭାବୁକ । କେବଳ ଏମିତି ଦୁଇଟି ଚିଠି ନୁହେଁ ଆଉ ଜଣେ ପରୀକ୍ଷାର୍ଥୀ ବି ମାଆଙ୍କୁ ଜଣାଇଥିଲେ ତାଙ୍କ ଦୁଃଖ । ପରୀକ୍ଷାରେ ପାସ୍ ଓ ସରକାରୀ ଚାକିରୀ ପାଇଁ ଜଣେ ଭକ୍ତ ଲେଖିଥିଲେ ଚିଠିରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami