ରବିବାର ହିଁ କାହିଁକି ହୁଏ ଛୁଟି ? ଜାଣନ୍ତୁ କାରଣ..

Above Post Content

ଆମେ ସମସ୍ତଙ୍କ ଅପେକ୍ଷା ରବିବାରକୁ ଥାଏ । କାରଣ ରବିବାର ଆସିଲେ ଆରାମ ମିଳିବ । କାମରୁ ଛୁଟି ପାଇ ଆମେ ନିଜ ପାଇଁ କିଛି ସମୟ ବାହାର କରି ପାରିଥାଉ କେବଳ ରବିବାର ଦିନ । ତେବେ କେବେ ଆପଣ ଭାବିଛନ୍ତି କି କ’ଣ ପାଇଁ ରବିବାରକୁ ଛୁଟି ଭାବେ ଅନେକ ଦେଶରେ ଘୋଷଣା କରାଯାଇଛିଆସନ୍ତୁ ଜାଣିବା ରବିବାର ଛୁଟି ହେବାର କାରଣ କ’ଣ ?

ଦୁନିଆ ସାରା ରବିବାର ଛୁଟି

After 2nd paragraph post ads

ଅନ୍ତର୍ଜାତୀୟ ମାନକୀକରଣ ସଂସ୍ଥା –ଆଇ ଏସ ଓ ଅନୁସାରେ ରବିବାର ସପ୍ତାହର ଅନ୍ତିମ ଦିନ ହୋଇଥାଏ ଓ ଏହି ଦିନ କମନ ଛୁଟି ରହିଥାଏ । ୧୯୮୬ ମସିହାରେ ରବିବାରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଥିଲା । ତେବେ ଏହାର ଇତିହାସ ବହୁତ ପୁରୁଣା । ଏହାକୁ ସପ୍ତାହର ଅନ୍ତିମ ଦିନ ଭାବେ ଗଣା ଯାଉଥିବାରୁ ସ୍କୁଲ କଲେଜ ଛୁଟି ରହୁଥିଲା । ତେଣୁ ପରେ ରବିବାରକୁ ଛୁଟି ଦିନ ଭାବେ ଗଣା ଯାଇଥିଲା ।

ପଛରେ ରହିଥାଇ ପାରେ ଧାର୍ମିକ କାରଣ

Middle post content

ସମ୍ଭବତଃ ଏହା ପଛରେ ଧର୍ମୀୟ କାରଣ ମଧ୍ୟ ରହିଛିରୋମାନ କ୍ୟାଥୋଲିକ୍ ଓ ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିଆନ ରବିବାରକୁ ଇଶ୍ୱରଙ୍କ ଦିନ ଭାବେ ମାନୁଥିଲେ । ୟୁରୋପ ସମେତ ଅନେକ ଖ୍ରୀଷ୍ଟିଆନ ଦେଶରେ ରବିବାର ଦିନ ଚର୍ଚ୍ଚକୁ ଯିବା ଏକପ୍ରକାର ପ୍ରଥା ଥିଲା । ଖ୍ରୀଷ୍ଟ ଧର୍ମ ଅନୁସାରେ ଇଶ୍ୱର ଦୁନିଆକୁ ୬ ଦିନରେ ସୃଷ୍ଟି କରିଥିଲେସପ୍ତମ ଦିନ ବିଶ୍ରାମ ନେଇଥିଲେ । ଏହି କାରଣରୁ ଖ୍ରୀଷ୍ଟିଆନ ମାନେ ରବିବାରକୁ ଛୁଟି ଦିନ ଭାବେ ଗ୍ରହଣ କରିଥିଲେ । ଏସିଆ ଓ ଆଫ୍ରିକାରେ ୟୁରୋପର ସାମ୍ରାଜ୍ୟ ଥିଲା । ତେଣୁ ଏହି ଦୁଇ ମହାଦେଶରେ ମଧ୍ୟ ସାମ୍ରାଜ୍ୟବାଦୀ ଶକ୍ତି ରବିବାରକୁ ଛୁଟି ଦିନ ଭାବେ ଘୋଷଣା କରିଥିଲେ ।

ଭାରତରେ ଏମିତି ଆରମ୍ଭ ହୋଇଥିଲା ସାପ୍ତହିକ ଛୁଟି

ବ୍ରିଟିଶ ଶାସନ କାଳରେ ଭାରତରେ କାରଖାନାରେ କାମ କରୁଥିବା ଶ୍ରମିକ ସପ୍ତାହକୁ ସାତ ଦିନ କାମ କରୁଥିଲେ । ସେମାନଙ୍କୁ ଛୁଟି ମିଳୁନଥିଲା । ଯଦି କେହି ଛୁଟି ନେଉଥିଲା ତେବେ ଦରମା କଟୁଥିଲା । ତେବେ ୧୮୯୭ରେ ଶ୍ରମିକ ନେତା ମେଘାଜୀ ଲୋଖଣ୍ଡେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କରି ଆନ୍ଦୋଳନ କାରଣରୁ ଆପଣ ଆଜି ରବିବାର ଦିନ ଛୁଟି ପାଉଛନ୍ତି ।

ରବିବାର ଛୁଟିକୁ ଭାରତ ସରକାରଙ୍କ ମାନ୍ୟତା ?

ରବିବାର ଛୁଟିକୁ ଭାରତ ସରକାର ଦେଇଛନ୍ତି କି ? ଉତ୍ତର ହେଉଛି ନା । ଏହି ଛୁଟି ବ୍ରିଟିଶ ଶାସନ ଅମଳରୁ ମିଳୁଛି । ଏକ ଆରଟିଆଇ ଜରିଆରେ ରବିବାର ସାର୍ବଜନୀକ ଛୁଟି କି ବୋଲି ପ୍ରଶ୍ନ କରାଯାଇଥିଲା । ଭାରତ ସରକାରଙ୍କ ଉତ୍ତର ଥିଲା ଯେ, ଏହା ସାର୍ବଜନିକ ଛୁଟି ନୁହେଁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami