ସେକ୍ସ ପାଗଳ ଥିଲା ଏହି ଦେଶର ରାଜା, ନିଜ ଗୁଇନ୍ଦା ଏଜେନ୍ସି ଦେଇଥିଲା ଝିଅ ହର୍ମୋନ୍ ବାଲା ଇଂଜେକ୍ସନ୍ !

Above Post Content

ସ୍ପେନର ରାଜା ଜୁଆନ୍ କାର୍ଲୋସକୁ ତାଙ୍କରି ଦେଶର ଗୁଇନ୍ଦା ଏଜେନ୍ସି ଝିଅ ହର୍ମୋନ୍ ବାଲା ଇଂଜେକ୍ସନ ଦେଇଥିଲା । କୁହାଯାଏ ଯେ, ରାଜା କାର୍ଲୋସ୍ ଝିଅ ପାଗଳ ଥିଲେ । ସେକ୍ସ ଥିଲା ତାଙ୍କ ନିଶାପାଖାପାଖି ୫ ହଜାର ମହିଳାଙ୍କ ସହିତ ଥିଲା ତାଙ୍କର ଯୌନ ସମ୍ବନ୍ଧ । ଏତେ ସଂଖ୍ୟାରେ ମହିଳାଙ୍କ ସହିତ ସମ୍ପର୍କ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିଲା । ଏହି କାରଣରୁ ଗୁଇନ୍ଦା ଏଜେନ୍ସି ଦେଶର ନିର୍ବାସିତ ରାଜାଙ୍କୁ ଅଲଗା ଦେଶରେ ମହିଳା ହର୍ମୋନ ବାଲା ଇଂଜେକ୍ସନ ଲଗାଇଥିଲେ । ଏଭଳି ଦାବି କରିଛନ୍ତି ସ୍ପେନର ଜଣେ ପୂର୍ବତନ ପୋଲିସ ପ୍ରମ୍ମୁଖ । ଯାହାଙ୍କ ବିରୋଧରେ ଚାଲିଥିବା ବ୍ଲାକମେଲିଂ ଓ ଦୁର୍ନୀତି ଅଭିଯୋଗର ଶୁଣାଣି ଚାଲିଛି । ସଂସଦୀୟ କମିଟି ଆଗରେ ଏହି ପୋଲିସ ପ୍ରମ୍ମୁଖ ଏଭଳି ଦାବି କରିଛନ୍ତି

ପୂର୍ବ ପୋଲିସ ପ୍ରମ୍ମୁଖଙ୍କ ଅଭିଯୋଗ

After 2nd paragraph post ads

ଦ ଟାଇମ୍ସ ଅନୁସାରେ ସ୍ପେନର ଗୁଇନ୍ଦା ଏଜେନ୍ସି ନ୍ୟାସନାଲ ଇଣ୍ଟେଲିଜେନ୍ସ ସେଣ୍ଟର ରାଜା କାର୍ଲୋସଙ୍କ ସେକ୍ସ ଇଛାକୁ ଦମନ କରିବାକୁ ତାଙ୍କୁ ମହିଳା ହର୍ମୋନ ଓ ଟେଷ୍ଟୋଷ୍ଟରୋନ ବ୍ଲକର୍ସ ଇଂଜକସନ୍ ଗୁପ୍ତ ଭାବରେ ଦେଇଥିଲା । ଏସବୁ ରାଜାଙ୍କ ଅଜାଣତରେ ହୋଇଥିଲାରାଜାଙ୍କ ସେକ୍ସ ଭୋକ ସେ ସମୟରେ ଦେଶ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା

ପୋଲିସ ମୁଖ୍ୟଙ୍କ ଅଭିଯୋଗ ଯେ, ଏହି ଅପରେସନ୍ ପଛରେ ଗୁଇନ୍ଦା ଏଜେନ୍ସିର ପୂର୍ବତନ ମୁଖ୍ୟ ଓ ସମ୍ରାଟଙ୍କ ବିଶ୍ୱସ୍ତ ଫେଲିକ୍ସ ସେନ୍ଜ ରୋଲ୍ଡନଙ୍କ ମୁଣ୍ଡ ଥିଲା । ତାଙ୍କରି କହିବା ପରେ ରାଜା କାର୍ଲୋସଙ୍କୁ ଇଂଜକସନ୍ ଦିଆଯାଇଥିଲା । ତେବେ ରୋଲ୍ଡେନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଏବାବଦରେ ରାଜାଙ୍କ ପୂର୍ବତନ ପତ୍ନୀ କୋରିନ୍ନା ଜୁ ସାୟନଙ୍କଠାରୁ ଶୁଣିଥିଲି

Middle post content

ସେକ୍ସ ଆଡିକ୍ଟ ରାଜା

ଏବେ ରାଜା କାର୍ଲୋସ ନିର୍ବାସନରେ ଆବୁଧାବିରେ ରହୁଛନ୍ତି । ସେଠାରେ ସେ ଗୋଟିଏ ଲଗଜରି ହୋଟେଲରେ ରହୁଛନ୍ତି । ରାଜାଙ୍କ ବିରୋଧରେ ସେକ୍ସ ଆଡିକ୍ଟ ହେବାର ଅଭିଯୋଗ ଆଗରୁ ଆସିଛି । ପୂର୍ବରୁ ଜଣେ ସ୍ପେନିସ ଲେଖକ ଅମାଦେଓ ମାର୍ଟିନେଜ୍ ‘ଜୁଆନ୍ କାର୍ଲୋସ : ଦି କିଙ୍ଗ୍ ଅଫ ୫ ୦୦୦ ଲଭର୍ସ’ ନାମକ ପୁସ୍ତକ ଲେଖି ଏଭଳି ଅଭିଯୋଗ ଆଣିଥିଲେ । ଏହି ବହିରେ ସେ ରାଜାଙ୍କୁ ସେକ୍ସ ଆଡିକ୍ଟ ବୋଲି କହିଥିଲେ ।

ହଜାର ହଜାର ମହିଳାଙ୍କ ସହିତ ଥିଲା ସମ୍ପର୍କ

ପୁସ୍ତକରେ ଦାବି କରାଯାଇଥିଲା ଯେ, କେବଳ ୬ ମାସର ଅବଧିରେ ରାଜା ଜୁଆନ କାର୍ଲୋସ ୬୨ ଜଣ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ । ୧୯୭୬ ଓ ୧୯୯୪ ମଧ୍ୟରେ ରାଜା ୨ ହଜାର ୧୫୪ ଜଣ ମହିଳାଙ୍କ ସହିତ ସେକ୍ସ କରିଥିଲେ । ସ୍ପେନ ଐତିହାସିକ ମାର୍ଟିନେଜ୍ ଇଙ୍ଗଲସଙ୍କ ଅନୁସାରେ କାର୍ଲୋସ ଇଂଲଣ୍ଡର ରାଜକୁମାରୀ ପ୍ରିନ୍ସ ଡାଏନାଙ୍କୁ ମଧ୍ୟ ପଟାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇ ପାରିନଥିଲେ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami