ମିଳିଗଲା ସଂଜିବନୀ, ଝାଡିଝୁଡି ହୋଇ ଉଠିବ ମୃତ ଶରିର !

Above Post Content

ମାନବ ଇତିହାସରେ ଅନେକ ଅନେକ ସମୟରେ ଅମରତ୍ୱ ଚାହିଁଛନ୍ତି । କିନ୍ତୁ କେହି ମଧ୍ୟ କେବେ ବି ଅମରତ୍ୱର ସନ୍ଧାନ ପାଇ ନାହାନ୍ତି । କିନ୍ତୁ ଏବେ ଲାଗୁଛି ମାନବର ଅମର ହେବାର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏଥିପାଇଁ ଆମେରିକାର ଏକ କମ୍ପାନୀ ଗୋଟିଏ ପ୍ଲାନ୍ ମଧ୍ୟ ଲଂଚ୍ କରି ସାରିଲାଣି । କମ୍ପାନୀର ଦାବି ଯେ, ସେମାନେ ମୃତ୍ୟୁ ପରେ ମଧ୍ୟ ମଣିଷକୁ ଜୀବିତ ରଖି ପାରିବେ । ତେବେ ଏଥିପାଇଁ ପ୍ରତିବର୍ଷ ମୋଟା ଅଙ୍କର ଡଲାର ଗଣିବାକୁ ପଡିବ ।

ଆମେରିକୀୟ କମ୍ପାନୀର ପ୍ଲାନକୁ ଜାଣନ୍ତୁ..

After 2nd paragraph post ads

ଆମେରିକାର ଏଲ୍କୋର ଫାର୍ମ୍ କ୍ରାୟୋନିକ୍ସ କ୍ଷେତ୍ରରେ ନିଜରୁ ଲିଡିଂ କମ୍ପାନୀ ଭାବେ ପେସ୍ କରିଥାଏ । ଏହି ଟେକନିକ୍ ଜରିଆରେ ମୃତ୍ୟୁ ପରେ ମଣିଷ ଶରିରକୁ ଫ୍ରିଜ୍ କରିଦିଆଯାଏବ୍ରେନ୍ ଡେଥ୍ ପରେ ମୃତଦେହର ମସ୍ତିଷ୍କରେ ତରଳ ନାଇଟ୍ରୋଜେନ୍ ଭର୍ତ୍ତି କରି ଶରିରକୁ ଫ୍ରିଜ୍ କରିଦିଆଯାଏ । ପରେ ଭବିଷ୍ୟତରେ ବିଶେଷ ଟେକନିକ୍ ଜରିଆର ମୃତ ଶରିରକୁ ଜୀବିତ କରାଯାଇ ପାରିବ ବୋଲି ଏବେ ଆଶା କରାଯାଉଛି ।

ଶରିରକୁ ଫ୍ରିଜ୍ କରିବା ଫିସ୍ ୧ କୋଟି ୪୦ ଲକ୍ଷ !

Middle post content

ଏଲ୍କୋର ଫାର୍ମ ଗୋଟିଏ ମୃତ ଶରିରକୁ ଫ୍ରିଜ୍ କରିବାକୁ ୨ ଲକ୍ଷ ଡଲାର ଫିସ୍ ନେଉଛି । ଭାରତୀୟ ମୁଦ୍ରାରେ ଏହା ହେଉଛି ୧ କୋଟି ୪୦ ଲକ୍ଷ ଟଙ୍କା । ଏହା ବାଦ ପ୍ରତିବର୍ଷ ମୃତ ଶରିରର ସଂରକ୍ଷଣ ପାଇଁ କମ୍ପାନୀକୁ ୭୦୫ ଡଲାର ଫିସ୍ ଦେବାକୁ ପଡିବ । ନ୍ୟୁରୋ ରୋଗୀଙ୍କ ପାଇଁ ଏକକାଳୀନ ଫିସ୍ ହେଉଛି ୮୦ ହଜାର ଡଲାର । ଏଥିରେ ରୋଗୀର ମସ୍ତିଷ୍କକୁ ହିଁ ଫ୍ରିଜ୍ କରାଯାଇଥାଏ

ବିମାରୁ ମିଳିଯିବ ସଂରକ୍ଷଣ ପାଇଁ ଟଙ୍କା

ଏହି କମ୍ପାନୀର ବ୍ରିଟିଶ ସିଇଓ ମେକ୍ସ ମୋର କହିଛନ୍ତି ଯେ, ଏହି ପ୍ରକ୍ରିୟା ବାସ୍ତବରେ ଅନେକଙ୍କ ପାଇଁ ବହୁତ ଶସ୍ତା । ଅନେକ ବ୍ୟକ୍ତି ଭାବନ୍ତି ଯେ, ମୋ ପାଖରେ ୨ ଲକ୍ଷ ଡଲାର କିମ୍ବା ୮୦ ହଜାର ଟଙ୍କା ନାହିଁ । ମୁଁ ମଧ୍ୟ ଯେତେବେଳେ ଏହି ପଲିସି ନେଇଥିଲି ସେତେବେଳେ ମୋ ପାଖରେ ମଧ୍ୟ ଟଙ୍କା ନଥିଲା । ମୁଁ ଇଂଲଣ୍ଡରେ ଜଣେ ଛାତ୍ର ଭାବେ ଏହାକୁ ସାଇନ୍ ଅପ୍ କରିଥିଲି । ମୁଁ ବହୁତ ଗରିବ ଥିଲି । ଆମ ଟିମର ଅନେକ ବ୍ୟକ୍ତି ବୀମା ଟଙ୍କାରେ ଏହି ପଲିସିର ଫିସ୍ ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୮୪ ଜଣ ରୋଗୀଙ୍କ ଶବକୁ କରାଯାଇଛି ଫ୍ରିଜ୍

ସେ କହିଛନ୍ତି ଯେ, ଆପଣ ଯଦି ସପ୍ତାହରେ ଦୁଇ ଦିନ ଷ୍ଟାରବକ୍ସରୁ କଫି ପିଉଛନ୍ତି ତେବେ କ୍ରାୟୋନିକ୍ସର ଖର୍ଚ୍ଚ ମଧ୍ୟ ଉଠାଇ ପାରିବେ । ଆଲ୍କୋରରେ ମଧ୍ୟ ୧୩୭୯ ସଦସ୍ୟ ଅଛନ୍ତି । ଏହାଙ୍କ ମଧ୍ୟରେ ୧୮୪ ଜଣ ଏଭଳି ରୋଗୀ ଅଛନ୍ତି ଯେଉଁମାନଙ୍କର ମୃତ୍ୟୁ ହୋଇ ସାରିଛି । ପରିବାରର ପ୍ରଥମ ସଦସ୍ୟଙ୍କ ପାଇଁ ସଦସ୍ୟତା ଶୁଳ୍କ ଫିସ୍ ୬୬୦ ଡଲାର ପ୍ରତିବର୍ଷ । ପରିବାରର ଜଣେ ଯଦି ଏହି ପ୍ଲାନ୍ ନେଇଛନ୍ତି ତେବେ ୧୮ ବର୍ଷରୁ ଅଧିକ ଅନ୍ୟ ସଦସ୍ୟଙ୍କ ପ୍ଲାନରେ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା ମଧ୍ୟ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami