ସ୍ୱାମୀଙ୍କୁ ଛାଡପତ୍ର ଦେବେ ଇଶା ଦେଓଲ

Above Post Content

ମୁମ୍ୱାଇ: ଅଭିନୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି ବଲିଉଡ଼ ଅଭିନେତ୍ରୀ ଇଶା ଦେଓଲ । ଖୁବ୍‌ଶୀଘ୍ର ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବେ ଚର୍ଚ୍ଚା ଜୋର ଧରିଛି । ଏବେ ଇଶାଙ୍କ ବିଷୟରେ ଏଭଳି ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଖବର ଅନୁଯାୟୀ ଅଭିନେତ୍ରୀ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କଠାରୁ ଅଲଗା ରହିବା ଆରମ୍ଭ କରି ଦେଇଛନ୍ତି ।

Middle post content

ସ୍ୱାମୀ ଭରତଙ୍କୁ ଅନ୍ୟ ଝିଅଙ୍କ ସହ ଦେଖିବା ପରେ ଅଲଗା ରହୁଛନ୍ତି ଇଶା

After 2nd paragraph post ads

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ହେମା ମାଳିନୀଙ୍କ ଅଲିଅଳି ଝିଅ ଇଶା ଏବେ ଖୁବ୍ ଚର୍ଚ୍ଚାରେ । କାରଣ ନିକଟରେ ଏକ ସୋସିଆଲ ମିଡିଆ ୟୁଜର୍ସ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଇଶା ଏବଂ ଭରତ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ସେଥିଲାଗି ଉଭୟଙ୍କୁ ଆଉ ସର୍ବସାଧାରଣରେ ଏକାଠି ଦେଖିବାକୁ ପାଉନାହାନ୍ତି ଦର୍ଶକ । କେବଳ ଏତିକି ନୁହେଁ, ଏହି ପୋଷ୍ଟରେ ଅନ୍ୟ ଜଣେ ଦାବି କରିଛନ୍ତି ଯେ ଭରତ ତାଙ୍କ ପତ୍ନୀଙ୍କୁ ଅନ୍ୟ ମହିଳାଙ୍କ ପାଇଁ ଧୋକା ଦେଇଛନ୍ତି । ତାଙ୍କ ପୋଷ୍ଟରେ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ନୂଆ ବର୍ଷ ଦିନ ବେଙ୍ଗାଲୁରୁର ଏକ ପାର୍ଟିରେ ଇଶାଙ୍କ ସ୍ୱାମୀ ଭରତଙ୍କୁ ଦେଖିଥିଲେ । ସେଠାରେ ସେ ତାଙ୍କର ଜଣେ ଗର୍ଲଫ୍ରେଣ୍ଡଙ୍କ ସହିତ ଥିଲେ । ଏହି କାରଣରୁ ଇଶା ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇଶା କିମ୍ବା ଭରତ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami