୫୦ ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କଲେ ଟ୍ୱିଙ୍କିଲ

Above Post Content

ମୁମ୍ବାଇ: ୫୦ ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କଲେ ବଲିଉଡ଼ ଅଭିନେତ୍ରୀ ଟ୍ୱିଙ୍କିଲ ଖାନ୍ନା । ବଲିଉଡ଼ର ଖିଲାଡ଼ି କିଙ୍ଗ୍ ଭାବେ ଜଣାଶୁଣା ଅକ୍ଷୟ କୁମାରଙ୍କ ଧର୍ମପତ୍ନୀ ଟ୍ୱିଙ୍କିଲ୍ ନିକଟରେ ନିଜର ସ୍ନାତକୋତ୍ତର ସଫଳତାପୂର୍ବକ ଶେଷ କରିଛନ୍ତି । ଏନେଇ ଅକ୍ଷୟ କୁମାର ଟ୍ୱିଙ୍କିଲ ଖନ୍ନାଙ୍କ ପାଇଁ ‘ଏକ୍ସ’ରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ଅକ୍ଷୟଙ୍କ ପୋଷ୍ଟ ଦେଖି ଭାବୁକ ହୋଇପଡ଼ିଲେ ଟ୍ୱିଙ୍କିଲ

After 2nd paragraph post ads

ଅକ୍ଷୟ ଲେଖିଛନ୍ତି ଯେ,ଦୁଇ ବର୍ଷ ପୂର୍ବରୁ ଯେତେବେଳେ ତୁମେ ପଢ଼ିବ ବୋଲି କହିଥିଲ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କିନ୍ତୁ ଯେଉଁଦିନ ମୁଁ ଜାଣିଲି ଯେ ଅଫିସ୍‌, ଘର, ମୋତେ ଓ ପିଲାମାନଙ୍କ ସହ ତୁମ ଛାତ୍ର ଜୀବନକୁ ସଫଳତାର ସହ ମ୍ୟାନେଜ କରିପାରିଲ ସେଦିନ ଭାବିଲି ଯେ ମୁଁ ଜଣେ ସୁପର ୱୋମେନ୍ ସହ ବିବାହ କରିଛି । ଯଦି ମୁଁ ଟିକେ ଅଧିକ ପଢ଼ିଥାନ୍ତି ତେବେ ଆଜି ତୁମ ସ୍ନାତକୋତ୍ତର ଅବସରରେ ଆଉ କିଛି ଶବ୍ଦ ଲେଖିପାରିଥାନ୍ତି । ମୋତେ କେତେ ଗର୍ବ ଅନୁଭବ ହେଉଛି ଟିନା ତାହା ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ । ତୁମକୁ ଅନେକ ଅନେକ ଶୁଭେଚ୍ଛା । ଆଇ ଲଭ୍ ୟୁ…. । ଏହି ପୋଷ୍ଟ ଦେଖିବା ପରେ ଟ୍ୱିଙ୍କିଲ ଭାବୁକ ହୋଇପଡ଼ିଛନ୍ତି । ଆଉ କମେଣ୍ଟରେ ଧନ୍ୟବାଦ ଦେବା ସହ ଆଇ ଲଭ୍ ୟୁ ଠୁ…. ଲେଖିଛନ୍ତି । ସୋସିଆଲ ମିଡ଼ିଆରେ ଅକ୍ଷୟଙ୍କ ଏହି ପୋଷ୍ଟ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଟ୍ୱିଙ୍କିଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଅକ୍ଷୟଙ୍କ ପୋଷ୍ଟକୁ ପସନ୍ଦ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami