ବିମାନ ଶୌଚାଳୟ ଭିତରେ ଫସିଗଲେ ଯାତ୍ରୀ

Above Post Content

ମୁମ୍ବାଇ: ଉଡ଼ନ୍ତା ବିମାନ ଶୌଚାଳୟ ଭିତରେ ଫସିଗଲେ ଯାତ୍ରୀ । ୧୦ ମିନିଟ୍ କି ଅଧଘଣ୍ଟା ନୁହେଁ, ପୁରା ଏକ ଘଣ୍ଟା ଧରି ଶୌଚାଳୟ ଭିତରେ ଫସି ରହିଲେ ଯାତ୍ରୀ । ଏମିତି କି ଯାତ୍ରୀ ଜଣକ ଶୌଚାଳୟ ଭିତରେ ଭୟ ନ କରିବାକୁ କାଗଜରେ ଲେଖି ଭିତରକୁ ପଠାଇଥିଲେ ବିମାନ କର୍ମକର୍ତ୍ତା ।

ବିମାନ ଅବତରଣ କରିବା ପରେ ବାହାରକୁ ଆସିଥିଲେ ଯାତ୍ରୀ

After 2nd paragraph post ads
Middle post content

ଏକ ସ୍ପାଇସଜେଟ୍ ବିମାନ ମୁମ୍ବାଇରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା । ମୁମ୍ବାଇରୁ ବିମାନଟି ଉଡ଼ାଣ ଭରିବା ପରେ ଜଣେ ପୁରୁଷ ଯାତ୍ରୀ ଶୌଚାଳୟ ଭିତରକୁ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେ ସେଠାରେ ଫଶି ଯାଇଥିଲେ । ଶୌଚାଳୟର କବାଟ ଯେତେ ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ ଖୋଲି ନ ଥିଲା । ବିମାନଟି ବେଙ୍ଗାଲୁରୁରେ ଅବତରଣ କରିବା ପର୍ଯ୍ୟନ୍ତ ତାଙ୍କୁ ସେହି ଶୌଚାଳୟ ଭିତରେ ହିଁ ରହିବାକୁ ପଡ଼ିଥିଲା । ତା’ପରେ ଟେକ୍ନିସିଆନମାନେ ଆସିବା ପରେ ଶୌଚାଳୟ କବାଟ ଖୋଲି ତାଙ୍କୁ ବାହାରକୁ ଅଣା ଯାଇଥିଲା ।

ଭୟ ନ କରିବା ପାଇଁ ଆଶ୍ୱସନା ଦେଲେ କର୍ମଚାରୀ

ଏହି ଘଟଣାରେ ଦୁଃଖ ପ୍ରକାଶ କରି ବିମାନ ସେବା ଏକ ବିବୃତ୍ତି ଜାରି କରିଛି । ଆଉ କହିଛି ଯେ ‘‘ ଜାନୁଆରି ୧୬ ତାରିଖରେ ଜଣେ ଯାତ୍ରୀ ଦୁର୍ଭାଗ୍ୟବଶତଃ ମୁମ୍ବାଇରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ସ୍ପାଇସଜେଟ୍ ବିମାନର ଶୌଚାଳୟରେ ପ୍ରାୟ ଏକ ଘଣ୍ଟା ପାଇଁ ଅଟକି ରହିଥିଲେ । କବାଟ ତାଲାରେ ତ୍ରୁଟି ଥିବାରୁ ଏପରି ଘଟିଥିଲା । ଯାତ୍ରୀ ଜଣଙ୍କୁ ଯାତ୍ରା ସମୟରେ ଆମର କର୍ମଚାରୀମାନେ ସହାୟତା ଏବଂ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।ଯାତ୍ରୀ ଜଣଙ୍କୁ ବିମାନ କର୍ମୀମାନେ ଏକ କାଗଜରେ ଲେଖିକି ଦେଇଥିଲେ ଯେ “ସାର ଆମେ କବାଟ ଖୋଲିବାକୁ ଯଥାସମ୍ଭବ ଚେଷ୍ଟା କରୁଛୁ । ଭୟଭୀତ ହୁଅନ୍ତୁ ନାହିଁ, ଆମେ କିଛି ମିନିଟରେ ଅବତରଣ କରୁଛୁ । ତେଣୁ ଦୟାକରି କମୋଡ୍ ଉପର ବସି ରୁହନ୍ତୁୁ । ନିଜକୁ ସୁରକ୍ଷିତ ରଖନ୍ତୁ । ମୁଖ୍ୟ ଦ୍ୱାର ଖୋଲିବା ମାତ୍ରକେ ଇଞ୍ଜିନିୟର ଆସିବେ । ଭୟ କରନ୍ତୁ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami