ଜିଭରେ ବିରାଟ କୋହଲିଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯୁବକ

Above Post Content

ପ୍ରତ୍ୟେକ ଲୋକଙ୍କ ସଉକ ଭିନ୍ନ ଭିନ୍ନ ହୋଇଥାଏ । କିଏ ବିଭିନ୍ନ ଦେଶ ଭ୍ରମଣ କରିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ବହି ପଢିବାକୁ ପସନ୍ଦ କରନ୍ତି । ସେହିପରି ଆଉ କିଏ ଡ଼୍ୟାନ୍ସ କରିବାକୁ ରୁଚି ରଖୁଥିବା ବେଳେ ଆଉ କିଏ ଗୀତ ଗାଇବାକୁ ରୁଚି ରଖିଥାନ୍ତି । ହେଲେ ଏମିତି ଜଣେ ଯୁବକ ଅଛନ୍ତି, ଯିଏ ଚିତ୍ର ଆଙ୍କିବାକୁ ସଉକ ରଖନ୍ତି । ତାହାପୁଣି ନିଆରା ଢଙ୍ଗରେ । ସେ ନିଜ ଜିଭରେ କ୍ରିକେଟର ବିରାଟ କୋହଲିଙ୍କ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ଟୁଥ୍‌ପେଷ୍ଟରେ ଆଙ୍କିଲେ ଚିତ୍ର

After 2nd paragraph post ads

ସମସ୍ତେ ନିଜ ପସନ୍ଦର କ୍ରିକେଟରଙ୍କୁ ଫଲୋ କରନ୍ତି । କିନ୍ତୁ ବେଳେବେଳେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ପାଇଁ ଏପରି କିଛି କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ କଳାକାର ତାଙ୍କ ଜିଭରେ ବିରାଟ କୋହଲିଙ୍କ ଏକ ସ୍କେଚ ତିଆରି କରୁଥିବା ନଜର ଆସିଛନ୍ତି । ତାହାପୁଣି ବିନା ପେନସିଲ ଓ କଲରରେ । ଭିଡିଓ ଦେଖିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଛି । ଏଥି ସହିତ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ,ସୌରଭ ବିଜୟ ପାଟିଲ ନାମକ ଜଣେ ଯୁବକ ତାଙ୍କ ପ୍ରିୟ କ୍ରିକେଟରଙ୍କ ପାଇଁ ଏକ ସ୍କେଚ ପ୍ରସ୍ତୁତ କରୁଛନ୍ତି । ପ୍ରଥମେ ସେ ପ୍ଲେଟରେ ଲାଲ କୋଲଗେଟକୁ ନିଜ ଜିଭରେ ନେଉଛନ୍ତି । ପରେ ବିରାଟ କୋହଲିଙ୍କ ସ୍କେଚ କରିବା ଆରମ୍ଭ କରୁଛନ୍ତି । ବିଶେଷ କଥା ହେଉଛି ସ୍କେଚ ତିଆରି ବେଳେ ସେ ମଝିରେ ରୋକି ନଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ସୌରଭଙ୍କ କଳାକୁ ବହୁତ ପ୍ରଶଂସା କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami