ବୁଲା କୁକୁରକୁ ମିଳିଲା ନୂଆ ପରିଚୟ

Above Post Content

ଆଜିକାଲି ଘରେ କୁୁକର ପାଳିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଅଧିକାଂଶ ଲୋକ ଘରେ ବିଭିନ୍ନ ପ୍ରଜାତିର ହାଇବ୍ରିଡ଼୍ କୁକୁର ରଖିବାକୁ ପସନ୍ଦ କରୁଛନ୍ତି । ସେମାନେ କୁକୁରଙ୍କର ନିଜ ଘରର ସଦସ୍ୟଙ୍କ ପରି ଯତ୍ନ ନେଇଥାନ୍ତି । ଯଦି ତାର କିଛି ହୁଏ ପୁରା ପରିବାର ବିଚଳିତ ହୋଇପଡ଼ନ୍ତି । ତାକୁ ଗୋଟେ ମୁହୂର୍ତ୍ତ ଏକା ଛାଡ଼ିବାକୁ ବି କେହି ରାଜି ହୁଅନ୍ତି ନାହିଁ । ଯୁଆଡ଼େ ଯାଆନ୍ତି ସାଙ୍ଗରେ ବି ନେଇ ଯାଇଥାନ୍ତି । ହେଲେ ଏବେ ଏକ ବୁଲା କୁକୁରକୁ ମିଳିଛି ନୂଆ ପରିଚୟ । ତାକୁ ଜଣେ ଯୁବତୀ ସାଙ୍ଗରେ ନେଦରଲ୍ୟାଣ୍ଡ ନେବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ହୋଇଛି ପାସପୋର୍ଟ,ଭିଜା

After 2nd paragraph post ads

ବାରାଣାସୀ ରାସ୍ତାରେ ବୁଲୁଥିବା ଏହି କୁକୁର ନାଁ ହେଉଛି ଜୟା । ତାକୁ ଜଣେ ମାଲିକାଣୀ ମିଳିଛି । ସେ ତାଙ୍କ ନୂଆ ମାଲିକାଣୀ ସହିତ ଭାରତ ଛାଡିବାକୁ ପ୍ରସ୍ତୁତ ହେଉଛି । ସେ ତାର ନୂତନ ମାଲିକଙ୍କ ସହ ନେଦରଲ୍ୟାଣ୍ଡ ଯିବ । ଭାଇରାଲ ଭିଡିଓରେ ମହିଳା ଜଣଙ୍କ ଜୟା ସହିତ ନଜର ଆସିଛନ୍ତି । ସେ କୁକୁରକୁ ସ୍ନେହ କରୁଛନ୍ତି । ସେ ତାଙ୍କୁ ଏକ ନୂତନ ପରିଚୟ ଦେବାକୁ ଯାଉଛନ୍ତି । କୁକୁର ସହିତ ତାଙ୍କର ପ୍ରେମ ଦେଖି ଲୋକମାନେ ମହିଳାଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ମହିଳା ଜଣଙ୍କ ପାସପୋର୍ଟ ଏବଂ ଭିଜା ଅଧୀନରେ ଜୟାଙ୍କୁ ନେଦରଲ୍ୟାଣ୍ଡକୁ ନେଉଛନ୍ତି । ଭିଡିଓରେ ମହିଳା ଏବଂ ତାଙ୍କ ପରିବାର ଜୟାଙ୍କୁ ନେଇ ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ଜର୍ମାନୀକୁ ଏକ ବୁଲା କୁକୁର ପଠାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami