ନିୟମିତ ନ ଗାଧୋଇବାରୁ ସ୍ୱାମୀଙ୍କୁ ଦେଲେ ଛାଡ଼ପତ୍ର

Above Post Content

ତୁର୍କୀ: ସାଧାରଣତଃ ପାରିବାରିକ କଳହ ହେଉ ବା ଅନ୍ୟ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ । ଏମିତି କି ଛାଡ଼ପତ୍ର ଯାଏଁ କଥା ଯାଇଥାଏ । ହେଲେ ନିୟମିତ ନ ଗାଧୋଇବା ବା ସଫାସୁତରା ନ ହେବା ନେଇ ଛାଡ଼ପତ୍ର ଦେବା କଥା ବୋଧହୁଏ କେବେ ଶୁଣି ନ ଥିବେ । ତୁର୍କୀର ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଏପରି ଏକ ମକଦ୍ଦମା କରିଛନ୍ତି, ଯାହା ଚର୍ଚ୍ଚାର ବିଷୟ ହୋଇଛି ।

ସପ୍ତାହରେ ଦୁଇଥର କରନ୍ତି ବ୍ରଶ

After 2nd paragraph post ads
Middle post content

ସ୍ଥାନୀୟ ପରିବାର ଅଦାଲତରେ ମହିଳା ଅଭିଯୋଗ କରିଛନ୍ତି ଯେ, ପ୍ରତ୍ୟେକ ଦିନ ଗାଧୋଇବା ଓ ନିଜକୁ ସଫାସୁତରା ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ । ଖରାଦିନେ ଲୋକେ ଦିନକୁ ଦୁଇ-ତିନିଥର ଗାଧୋଉଥିବା ବେଳେ ଶୀତଦିନେ କମ୍ ଗାଧୋଇଥାନ୍ତି । ୪-୫ଦିନ ବ୍ୟବଧାନରେ ହେଉ ପଛେ ଗାଧୋଇଥାନ୍ତି । କିନ୍ତୁ ମୋ ସ୍ୱାମୀ କେବେ ସ୍ନାନ କରନ୍ତି ନାହିଁ । ସେଥିପାଇଁ ତାଙ୍କ ଦେହରୁ ଦୁର୍ଗନ୍ଧ ବାହାରୁଛି । କେବଳ ସେତିକି ନୁହେଁ ସେ ସପ୍ତାହରେ ମାତ୍ର ଥରେ କିମ୍ବା ଅତିବେଶିରେ ଦୁଇ ଥର ବ୍ରଶ୍ କରିଥାନ୍ତି । ଆଉ ଗୋଟିଏ ଡ଼୍ରେସକୁ ୫ଦିନ ପିନ୍ଧିଥାନ୍ତି ।

୧୩.୬୮ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଏହି ଅଭିଯୋଗକୁୁ ସତ ପ୍ରମାଣିତ କରିବାକୁ କିଛି ସାକ୍ଷୀଙ୍କୁ ମଧ୍ୟ ନିଆଯାଇଥିଲା । ସେମାନଙ୍କ ମଧ୍ୟରେ ଉଭୟଙ୍କର କିଛି ପରିଚିତ ଲୋକ ଏବଂ ସ୍ୱାମୀଙ୍କ ଅଫିସ୍‌ର କିଛି ସହକର୍ମୀ ଥିଲେ । ସମସ୍ତେ ମହିଳାଙ୍କ ଅଭିଯୋଗକୁ ସତ ବୋଲି କହିଥିଲେ । ସାକ୍ଷୀଙ୍କ କହିବା ଅନୁସାରେ, ବ୍ୟକ୍ତି ଜଣକ ପ୍ରତି ୭-୧୦ ଦିନରେ ଥରେ ଗାଧୋଉଛନ୍ତି । ନିୟମିତ ବ୍ରଶ୍ ନ କରିବାରୁ ତାଙ୍କ ପାଟିରୁ ଦୁର୍ଗନ୍ଧ ଆସୁଛି । ତାଙ୍କ ପାଖରେ ବସୁଥିବା କର୍ମଚାରୀ ଦୁର୍ଗନ୍ଧ ସହି ପାରୁନାହାନ୍ତି । ପରିବାର ଅଦାଲତ ସମସ୍ତ ସାକ୍ଷୀ ପ୍ରମାଣ ଶୁଣିବା ପରେ ଛାଡ଼ପତ୍ର ପାଇଁ ମହିଳାଙ୍କ ଅନୁରୋଧକୁ ମଞ୍ଜୁର କରିଛନ୍ତି । ଏଥିସହିତ ବ୍ୟକ୍ତିଗତ ସ୍ୱଚ୍ଛତାର ଅଭାବ ଯୋଗୁ ପତ୍ନୀଙ୍କୁ କ୍ଷତିପୂରଣ ବାବଦକୁ ୧୩.୬୮ ଲକ୍ଷ ଟଙ୍କା ଦେବାକୁ ଉକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami