୮ ମାସ ପରେ ମୁକ୍ତ ହେଲା ନୀରିହ କଳାପାରା

Above Post Content

ମୁମ୍ବାଇ: ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ଚୀନ୍‌ର ଗୁପ୍ତଚର ସନ୍ଦେହରେ ଅଟକ ଥିବା ଏକ କଳାପାରାକୁ ମୁକ୍ତ କରାଯାଇଛି । ଦୀର୍ଘ ୮ ମାସ ପରେ ଏହି କଳାପାରାକୁ ଛାଡ଼ି ଦିଆଯାଇଛି । ଏହି ପାରା ଗୋଡ଼ରେ ଲାଗିଥିବା ରିଙ୍ଗ୍‌ରେ ପ୍ରାଚୀନ ମାଣ୍ଡାରିନ୍ ଭାଷାରେ କିଛି ରହସ୍ୟଜନକ ବାର୍ତ୍ତା ଓ ମାଇକ୍ରୋଚିପ୍ ଥିବା ଜଣାପଡ଼ିବା ପରେ ତାକୁ ଅଟକ ରଖାଯାଇଥିଲା । ପରେ ଏହି ନିରୀହ ପାରାଟି ଗୁପ୍ତଚର ନୁହେଁ ବୋଲି ଜଣାପଡ଼ିବା ପରେ ତାକୁ ମୁକ୍ତ କରି ଦିଆଯାଇଛି ।

Middle post content

ଗୁପ୍ତଚର ନୁହେଁ ଜଣାପଡ଼ିବା ପରେ ମଧ୍ୟ ୮ ମାସ ରହିଥିଲା ବନ୍ଦୀ

After 2nd paragraph post ads

ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଗାର୍ଡମାନେ ଆନ୍ତର୍ଜାତିକ ଜାହାଜ ଲଙ୍ଗର ପକାଉଥିବା ବେଳେ ଏହି ପାରାଟିକୁ ଧରିଥିଲେ । ତାକୁଦେଖି ଗୁପ୍ତଚର ପାରା ବୋଲି ସନ୍ଦେହ କରିଥିଲେ । ମୁମ୍ବାଇ ପୋଲିସ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର ରବୀନ୍ଦ୍ର ପାଟିଲ୍ ଏ ପାରାଟିକୁ ରଖିବା ଲାଗି ପ୍ରାଣୀ ଚିକିତ୍ସାଳୟର ସହାୟତା ଲୋଡ଼ିଥିଲେ । ପ୍ରାଣୀ ଚିକିତ୍ସାଳୟର ମ୍ୟାନେଜର ଡାକ୍ତର ମୟୂର ଡାଙ୍ଗର କହିଛନ୍ତି, ପାରାଟିର ଖୋଜଖବର ନେବାକୁ ଆଉ ପୋଲିସ ଆସିଲା ନାହିଁ ।ପାରା ଗୋଡ଼ରେ ଲାଗିଥିବା ଚିପ୍‌କୁ ଫୋରେନ୍‌ସିକ୍ ପରୀକ୍ଷା କରାଯିବାରୁ ଜଣାପଡ଼ିଲା ଯେ, ତାହା ତାଇୱାନ୍‌ରୁ ଚାଲିଆସିଥିବା ଗୋଟାଏ ପ୍ରତିଯୋଗୀ ପାରା । ସେ ନିରୀହ ବୋଲି ଜଣାପଡ଼ିବା ସତ୍ତ୍ୱେ ତାକୁ ୮ ମାସ ଧରି ବନ୍ଦୀ କରି ରଖାଯାଇଥିଲା ବୋଲି ଡାକ୍ତର ପାଟିଲ କହିଛନ୍ତି ।ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ ତାକୁ ମୁକ୍ତ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami