ବିବାହର ୮ ବର୍ଷ ପରେ ପତ୍ନୀଙ୍କ ମୁହଁ ଦେଖାଇଲେ ଇରଫାନ

Above Post Content

ନୂଆଦିଲ୍ଲୀ: ବର୍ଷେ କି ଦୁଇ ବର୍ଷ ନୁହେଁ, ବିବାହର ଦୀର୍ଘ ୮ ବର୍ଷ ପରେ ପତ୍ନୀଙ୍କ ମୁହଁ ଦେଖାଇଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ଉଭୟଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଇରଫାନ ଅଧିକାଂଶ ସମୟ ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛିଦିନ ତଳେ ଘରୋଇ କ୍ରିକେଟରେ କମାଲ ରନ୍ କରିଥିବା ବ୍ୟାଟର ସରଫରାଜ ଖାନଙ୍କୁ ଟିମରେ ସ୍ଥାନ ନ ମିଳିବା ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ । ଏବେ ଇରଫାନ କ୍ରିକେଟ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

ପତ୍ନୀଙ୍କ ଫଟୋ ସେୟାର କରି କଲେ ପ୍ରଶଂସା

After 2nd paragraph post ads
Middle post content

ବିବାହର ୮ ବର୍ଷ ପରେ ପ୍ରଥମ ଥର ପାଇଁ ନିଜ ପତ୍ନୀଙ୍କ ମୁହଁ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି । ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ଇରଫାନ ପଠାନଙ୍କ ଟ୍ୱିଟ୍ ଫଟୋକୁ ନେଇ ଏବେ ଚର୍ଚ୍ଚା । ଇରଫାନ ୨୦୧୬ ମସିହାରେ ସଫାଙ୍କୁ ବିବାହ କରିଥିଲେ । ଏବେ ସେ ତାଙ୍କର ୮ମ ବିବାହ ବାର୍ଷିକୀରେ ପତ୍ନୀ ସଫାଙ୍କ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ବିବାହର ୮ ବର୍ଷ ପରେ ଫ୍ୟାନ୍ସଙ୍କୁ ପତ୍ନୀଙ୍କ ମୁହଁ ଦେଖାଇଛନ୍ତି । ଏହି ଫଟୋ ପୋଷ୍ଟ କରିବା ପରେ ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି ।ଫଟୋରେ ଇରଫାନଙ୍କ ପତ୍ନୀ ହିଜାବରେ ନଜର ଆସିଛନ୍ତି । ଆଉ କ୍ୟାପସନରେ ପତ୍ନୀଙ୍କ ପ୍ରଶଂସା ବି କରିଛନ୍ତି ।

ପତ୍ନୀଙ୍କ ମୁହଁ ଦେଖାଉ ନ ଥିବାରୁ ବହୁବାର ଟ୍ରୋଲର ଶୀକାର ହୋଇଛନ୍ତି

ପୂର୍ବରୁ ଇରଫାନ ପତ୍ନୀଙ୍କ ସହିତ ଅନେକ ଫଟୋ ସେୟାର କରିଛନ୍ତି । କିନ୍ତୁ ସବୁଥିରେ ପତ୍ନୀ ସଫାଙ୍କ ମୁହଁ ହିଜାବ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ସଂପୂର୍ଣ୍ଣ ଭାବେ ଦେଖାଯାଇ ନ ଥିଲା । ତେବେ ଏଥିପାଇଁ ସବୁବେଳେ ଇରଫାନ ଟ୍ରୋଲ ହେଉଥିଲେ । ପ୍ରତ୍ୟେକ ସ୍ଥାନକୁ ନିଜ ପତ୍ନୀଙ୍କୁ ହିଜାବରେ ନେଉଥିଲେ ବୋଲି ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରୁଥିଲେ । କହିରଖୁ, ଅର୍ନ୍ତଜାତୀୟ ଖେଳରୁ ସନ୍ନ୍ୟାସ ନେଇସାରିଛନ୍ତି ଇରଫାନ । କିନ୍ତୁ ତାଙ୍କ ଫ୍ୟାନ ଫଲୋୟର୍ସ ଏପର୍ଯ୍ୟନ୍ତ ରହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami