ସମ୍ପତ୍ତିରେ ଦୀପିକାଙ୍କଠାରୁ ବହୁତ ପଛରେ ଅଛନ୍ତି ରଣବୀର

Above Post Content

ମୁମ୍ବାଇ: ବଲିଉଡ଼ର ସଫଳ ଦମ୍ପତିଙ୍କ ମଧ୍ୟରୁ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ହେଉଛନ୍ତି ଅନ୍ୟତମ । ଏହି ଯୋଡ଼ିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି । ଏମାନେ ଅଧିକାଂଶ ସମୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଉ ସବୁଠୁ ବଡ଼ କଥା ହେଲା ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ତାଲିକାରେ ଦୀପିକା ଅଛନ୍ତି ଶୀର୍ଷରେ । ସେ ବଲିଉଡର ଅନେକ ହିଟ୍ ଫିଲ୍ମରେ କାମ କରିବା ସହ ହଲିଉଡରେ ମଧ୍ୟ ନିଜର ଯାଦୁ ଦେଖାଇ ସାରିଛନ୍ତି । ଏଥି ସହିତ ତାଙ୍କର ଅନେକ କାମ ଦେଶ ପାଇଁ ଗୌରବ ଆଣିଛି । ଦୀପିକା ପାଦୁକୋନ୍ ଓସ୍କାରରେ ଏକ ଭାରତୀୟ ଗୀତ ଉପସ୍ଥାପନ କରିବାକୁ ମଞ୍ଚରେ ପାଦ ଦେଇ ଇତିହାସ ରଚିଥିଲେ । ହେଲେ ଦୀପିକାଙ୍କ ପାଖରେ ରହିଛି ତାଙ୍କ ସ୍ୱାମୀ ରଣବୀରଙ୍କ ସମ୍ପତ୍ତିଠାରୁ ଢେର ଅଧିକ । ଦୀପିକା କେତେ କୋଟିର ମାଲିକାଣୀ ଆପଣ ଜାଣନ୍ତି କି?

୫୦୦କୋଟିର ମାଲିକାଣୀ ଦୀପିକା

After 2nd paragraph post ads
Middle post content

ଶାହାରୁଖ ଖାନଙ୍କ ସହ ଫିଲ୍ମ ‘ଓମ ଶାନ୍ତି ଓମ’ରୁ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ପାଦୁକୋନ ଏବେ ବଲିଉଡର ‘ମସ୍ତାନୀ’ ହୋଇପାରିଛନ୍ତି । ଏହି ଅଭିନେତ୍ରୀ ନିଜ ଅଭିନୟ ସହିତ ନିଜର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । ଗତ ୧୬ବର୍ଷ ମଧ୍ୟରେ ଦୀପିକା ହିନ୍ଦୀ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତେଣୁ ଆଜି ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି । ଯଦି ଆମେ ତାଙ୍କ ସମ୍ପତ୍ତିକୁ ଦେଖିବା ତେବେ ସେ ମୋଟ ୫୦୦କୋଟିର ମାଲିକାଣୀ ଅଟନ୍ତି ।

ରଣବୀରଙ୍କ ପାଖରେ ଅଛି ୩୪୫କୋଟି

ଦୀପିକା କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଫିଲ୍ମ ପ୍ରଡକ୍ସନ୍ସରୁ ମଧ୍ୟ ବହୁତ ଟଙ୍କା ରୋଜଗାର କରନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ଅନେକ କମ୍ପାନିରେ ମଧ୍ୟ ବିନିଯୋଗ କରିଥିବା ଜଣାପଡ଼ିଛି । ଯଦି ଆମେ ତାଙ୍କ ସ୍ୱାମୀ ତଥା ସୁପରଷ୍ଟାର ରଣବୀର ସିଂହଙ୍କ ମୋଟ ସମ୍ପତ୍ତି ଦେଖିବା ତେବେ ସେ ଦୀପିକାଙ୍କଠାରୁ ବହୁତ ପଛରେ ଅଛନ୍ତି । ରଣବୀର ଏବେ ୩୪୫କୋଟିର ମାଲିକ ଥିବା ଜଣାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami