ପ୍ରଥମ ଦିନ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ କଲେ ଭକ୍ତ

Above Post Content

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷ ସଂଘର୍ଷର ଅବସାନ ଘଟିଛି । ଗତ ୨୨ତାରିଖରେ ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ଆକର୍ଷିତ କରିଛି । ଏହି ସମାରୋହରେ ନେତା, ସେଲିବ୍ରିଟ୍‌,ଖେଳାଳିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ୨୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଦ୍ୱାର ଖୋଲିଥିଲା । ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ରାତି ୩ଟାରୁ ଭିଡ଼ ଜମାଉଛନ୍ତି । ଅନେକ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତା, ବିଶିଷ୍ଟ ବ୍ୟକ୍ତିମାନେ ରାମ ମନ୍ଦିରକୁ ଦାନ କରିଛନ୍ତି । ହେଲେ ମନ୍ଦିର ଖୋଲିବାର ପ୍ରଥମ ଦିନ ସାଧାରଣ ଭକ୍ତ ମନ ଖୋଲି ରାମଲଲାଙ୍କୁ ଦାନ କରି ରେକର୍ଡ଼ କରିଛନ୍ତି ।

Middle post content

ଖୋଲାଯାଇଥିଲା ୧୦ଟି ଦାନ କାଉଣ୍ଟର

After 2nd paragraph post ads

ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ଭକ୍ତମାନେ ଆଶ୍ଚର୍ଯ୍ୟକଲା ଭଳି ଦାନ କରୁଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ପ୍ରଥମ ଦିନ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ଦେଇ ଏକ ନୂଆ ରେକର୍ଡ କରିଛନ୍ତି । ପ୍ରଥମ ଦିନ ୧୦ଟି ଦାନ କାଉଣ୍ଟର ଖୋଲାଯାଇଥିଲା । ସେହିଭଳି ଅନ୍‌ଲାଇନ୍‌ରେ ବି ଅନେକ ଭକ୍ତ ଦାନ କରିଥିବା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟିି ଅନିଲ ମିଶ୍ରା କହିଛନ୍ତି । ଏହି ମନ୍ଦିରକୁ ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ବିଶେଷ ଉପହାରମାନ ପ୍ରଦାନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ରାମ ମନ୍ଦିର ଟ୍ରଷ୍ଟକୁ ଅମ୍ବାନୀ ପରିବାର ୨.୫୧କୋଟି ଟଙ୍କାର ଦାନ ଦେଇଛନ୍ତି । ସେହିପରି ୧୦୮ ଫୁଟ ଲମ୍ବର ଧୂପକାଠି, ୨୪ କ୍ୱିଣ୍ଟାଲ ଓଜନର ଘଣ୍ଟି, ୧୧ କ୍ୱିଣ୍ଟାଲ୍ ଓଜନର ବିଶାଳ ଦୀପ, ସୁନାର ଅଳଙ୍କାର, ସୁନାର କଠଉ, ୧୦ ଫୁଟ୍ ଉଚ୍ଚର ତାଲା, ଏକକାଳୀନ ୮ଟି ଦେଶର ସମୟ ସୂଚାଉଥିବା ଘଣ୍ଟା । ସେହିପରି ନେପାଳର ଜନକପୁରରେ ଥିବା ମାତା ଜାନକୀଙ୍କ ଜନ୍ମସ୍ଥାନରୁ ମଧ୍ୟ ୩୦ଟି ଗାଡ଼ିରେ ରୁପାର କଠଉ ସମେତ ବିଭିନ୍ନ ପୋଷାକପତ୍ର ଓ ଅଳଙ୍କାର ଆଦି ୩,୦୦୦ ଉପହାର ପ୍ରଦାନ କରାଯାଇଛି । ଏସବୁ ଭିତରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ସୁରଟର ଜଣେ ହୀରା ବ୍ୟବସାୟୀ ୧୦୧ କେଜି ସୁନା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ଏଥିସହିତ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ରାମ ମନ୍ଦିରକୁ ଦାନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami