ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ଅମିତାଭ 

Above Post Content

ମୁମ୍ବାଇ: ଆଜି ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହି ବିଶେଷ ଦିନକୁ ସମସ୍ତେ ନିଜ ନିଜର ଶୈଳୀରେ ପାଳନ କରିଛନ୍ତି । ଏହି ଅବସରରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି , ଯାହାକୁ ତାଙ୍କର ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।

ଠାରରେ ଜାତୀୟ ସଙ୍ଗୀତ ପରିବେଷଣ କଲେ ଅମିତାଭ

After 2nd paragraph post ads
Middle post content

ବଲିଉଡ଼ର ବିଗ୍ ବି ଅମିତାଭ ଭିନ୍ନକ୍ଷମ ପିଲାମାନଙ୍କ ସହ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ସେ ନିଜେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯାହା ହୃଦୟସ୍ପର୍ଶୀ ଅଟେ । ଏହା ସହିତ ବିଗ ବି ସମସ୍ତ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଭାଇରାଲ ହେଉଥିବା ଭିିଡ଼ିଓରେ ଦେଖିବାକୁ ମିଳିଛି ଯେ, ଅମିତାଭ ଏକ ଧଳା କୂର୍ତ୍ତା ପିନ୍ଧିଛନ୍ତି । ଆଉ କିଛ ଦିବ୍ୟାଙ୍ଗ ପିଲା ବି ଧଳା ଡ଼୍ରେସ ପିନ୍ଧିଛନ୍ତି । ଏଥିସହ ଅମିତାଭ ପିଲାମାନଙ୍କ ସହ ମିଶି ଠାରରେ ଜାତୀୟ ସଙ୍ଗୀତ ପରିବେଷଣ କରୁଛନ୍ତି । ଏଥିରେ ସେ ଖୁବ୍ ଚିତାକର୍ଷକ ଅଭିନୟ କରୁଛନ୍ତି । ଅମିତାଭଙ୍କ ଏପରି ଉଦ୍ୟମକୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami