‘କବରଖାନା’ ରେ ବିବାହ କଲେ ଯୁବକଯୁବତୀ

Above Post Content

ପ୍ୟାରିସ , ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ । ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ହୋଟେଲ ବା ‘ଡେଷ୍ଟିନେଶନ ୱେଡିଂ’ କରିବାକୁ ପସନ୍ଦ କରୁଛନ୍ତି । ହେଲେ କିଛି ଯୋଡ଼ି ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଏଭଳି ଏକ ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଭୟରେ ଅତିଥିଙ୍କ ଲୋମ ଟାଙ୍କୁରି ଉଠେ । ସେଭଳି ଏକ ଡେଷ୍ଟିନେଶନ ୱେଡିଂ ଏବେ ଚର୍ଚ୍ଚାରେ ।

ହାଡ଼ ଏବଂ ମୁଣ୍ଡର ଗଦା ଉପରେ କଲେ ଫଟୋଶୁଟ୍‌

After 2nd paragraph post ads
Middle post content

ଆମେରିକାର ଏକ ଯୋଡ଼ି ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ଏକ ଭୟଙ୍କର ସ୍ଥାନକୁ ବାଛିଥିଲେ । ସେଇଟି ଥିଲା ଏକ କବରଖାନା । ହାଲୋୱେନ୍ ଅବସରରେ ସେମାନେ ବିବାହ କରିଛନ୍ତି । ଲକ୍ଷ ଲକ୍ଷ ମୃତଦେହ କବର ଦିଆଯିବା ସ୍ଥାନରେ ଏହି ବିବାହକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ଉକ୍ତ ଦମ୍ପତି କହିଛନ୍ତି, ରାତି ଖାଇବା ସାରିବା ପରେ ସେ ନିଜ ବନ୍ଧୁ ଏବଂ ଜଣେ ପେସାଦାର ଟୁର ଗାଇଡ୍‌ଙ୍କୁ ଧରି ଏକ ଗୁପ୍ତ ରାସ୍ତା ଦେଇ ଉକ୍ତ ଭୟଙ୍କର କବରଖାନାରେ ପହଞ୍ଚିିଥିଲେ । ସେଠାରେ ସେମାନେ ଉକ୍ତ ହାଡ଼ ଏବଂ ମୁଣ୍ଡର ଗଦା ମଧ୍ୟରେ ବିବାହ କରିବା ସହ ଫଟୋଶୁଟ୍ ବି କରିଥିଲେ । ଯୋଡ଼ି ବାଛିଥିବା ସ୍ଥାନଟି ଥିଲା ‘ଫ୍ରେଞ୍ଚକାଟାକମ୍ବସ’ ।

୬୦ ଲକ୍ଷ ଲୋକଙ୍କ ମୃତଦେହର ହାଡ଼, ଖପୁରୀ ରହିିଛି

ପ୍ୟାରିସରେ ଥିବା ଏହି ସ୍ଥାନକୁ ‘କବରଖାନା’ କୁହାଯାଏ । କାରଣ ୬୦ ଲକ୍ଷ ଲୋକଙ୍କ ମୃତଦେହର ହାଡ଼ ଏବଂ ଖପୁରୀ ଏଠାରେ ରଖାଯାଇଛି । ମାଟି ଉପରୁ ୨୦ ମିଟର ଗଭୀରତାରେ ଏହି କବରଖାନା ନିର୍ମିତ ହୋଇଛି । ଏଠାରେ ହାଡ଼ ଏବଂ ଖପୁରୀକୁ ଏଭଳି ସଜାଯାଇ ରଖାଯାଇଛି ଯେ, ତାହା ଦୁଇ କିଲୋମିଟର ଲମ୍ବା କାନ୍ଥ ପାଲଟିଛି । ଏହା ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ପସନ୍ଦ କରି ନ ଥାନ୍ତି । ଏମିତିରେ ଏହି ସ୍ଥାନରେ ସେମାନେ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami