ଋଷକୁ ବି ଛାଡ଼ିଲାନି ଚୀନ୍,ଋଷୀୟ ଦ୍ୱୀପ ଉପରେ ରଖିଲା ନିଜ ଦାବି

Above Post Content

ଚାଲବାଜ୍ ଚୀନ୍ କାହାର ନୁହେଁମିତ୍ରତା ଆଢୁଆଳରେ ଶତ୍ରୁତା କରିବା ଡ୍ରାଗନର ଡିଏନଏରେ ରହିଛି । ଯାହାକୁ ନଗଦ ଅନୁଭବ କରିଛି ଋଷ ଆମେରିକା ବିରୋଧରେ ଋଷ ସହିତ ଛିଡ଼ା ହେଉଥିବା ଚୀନ୍ ଏବେ ଏମିତି କିଛି କରିଛି ଯାହା ଋଷକୁ ମଧ୍ଯ ଚକିତ କରିଛିପଡୋଷୀ ଦେଶଙ୍କ ଜମି ଉପରେ ନିଜ ଦାବି ରଖୁଥିବା ଚୀନ୍ ଏବେ ଋଷର ଏକ ଦ୍ୱୀପକୁ ତା’ର ବୋଲି ଦାବି କରିଛିଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଚୀନ୍ ଅଗଷ୍ଟ ୨୬ ତାରିଖେ ନିଜର ନୂଆ ରାଜନୈତିକ ନକ୍ସା ଜାରି କରିଥିଲାସେହି ନକ୍ସାରେ ଚୀନ୍ କେବଳ ଭାରତର ଅରୁଣାଚଳ ପ୍ରଦେଶ ଉପରେ ଦାବି ରଖିନଥିଲା । ଏହା ମଧ୍ଯ ଋଷର ବୋଲ୍ସୋଇ ଉସୁରିସ୍କି ଦ୍ୱୀପକୁ ନିଜର ବୋଲି ଦାବି କରିଛି

ପଡୋଷୀ ଦେଶଙ୍କ ଭୂଭାଗ ଉପରେ ଚୀନ ନଜର

After 2nd paragraph post ads

ଚୀନର ବିସ୍ତାରବାଦୀ ଚିନ୍ତାଧାରା ତାକୁ ପଡୋଷୀଙ୍କ ସହିତ ଭଲ ସମ୍ପର୍କ ରକ୍ଷା କରିବାରୁ ବିରତ କରୁଛିଭାରତର ଲଦ୍ଦାଖ,ଆକାସୀ ଚୀନ୍ ଓ ଅରୁଣାଚଳ ପ୍ରଦେଶ ଉପରେ ଚୀନ୍ ନିଜ ହକ୍ ଦାବି କରେ । ସେହିଭଳି ଏହାର ତାଇୱାନା,ଜାପାନ,ଫିଲିପାଇନ୍ସ,ଇଣ୍ଡୋନେସିଆ ଓ ମାଲେସିଆ ସହିତ ମଧ୍ଯ ସୀମା ବିବାଦ ରହିଛିଚୀନ୍ ତାଇୱାନ୍ ସହିତ ଦକ୍ଷୀଣ ଚୀନ ସାଗର ଉପରେ ନିଜ ଦାବି କରି ଆସୁଛିଦକ୍ଷୀଣ ଚୀନ୍ ସାଗର ଉପରେ ନିଜ ଅଧିକାର ଦାବି କରିବାରୁ ବେଜିଂର ଜାପାନ,ଅଷ୍ଟ୍ରେଲିଆ,ମାଲେସିଆ,ଇଣ୍ଡୋନେସିଆ ଓ ଭିଏତନାମ ଭଳି ଦେଶଙ୍କ ସହିତ ବିବାଦ ରହିଛି । ଏହି ସବୁ ଦେଶ ଚୀନ୍ ବିରୋଧରେ ଏକାଠି ହେବା ଆରମ୍ଭ କଲେଣିକାରଣ ଚୀନ୍ ଦକ୍ଷୀଣ ଚୀନ୍ ସାଗରରେ ଏକରକମ ଦାଦାଗିରୀ ଚଳାଇଛି ।

ଋଷର ଦ୍ୱୀପ ଉପରେ ଦାବି

Middle post content

ଋଷର ବୋଲ୍ସୋଇ ଉସୁରିସ୍କି ଦ୍ୱୀପ ଉପରେ ଚୀନ ଦାବି କରିଛି ମ୍ଯାପରେ ଏହି ଦ୍ୱିପକୁ ନିଜର ବୋଲି ଚୀନ୍ ଦେଖାଇବା ପରେ ଋଷ ପକ୍ଷରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛିଋଷ ଚୀନର ଦାବିକୁ ପ୍ରତ୍ଯାଖାନ କରିଦେଇଛି । ସୂଚନାଯୋଗ୍ଯ ଯେ, ଏହି ଦ୍ୱୀପକୁ ନେଇ ବିବାଦ ଆଗରୁ ଥିଲା । ତେବେ ୨୦୦୫ ମସିହରେ ଉଭୟ ଦେଶ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେଚୁକ୍ତି ଅନୁସାରେ ଚୀନ୍ ଦ୍ୱୀପ ଉପରେ ଋଷ ସାର୍ବଭୌମତ୍ୱକୁ ସ୍ୱୀକାର କରିଥିଲା୨୦୦୮ ଭିତରେ ବିବାଦୀୟ ଦ୍ୱୀପର ବିଭାଜନ ସରିଥିଲା ୩୫୦ କିମି ବିଶିଷ୍ଟ ଦ୍ୱୀପର ୧୭୦ କିମି ଅଂଚଳ ଓ ଆଖପାଖର କିଛି ଅଂଚଳ ଚୀନକୁ ମିଳିଥିଲାବାକି ଅଂଚଳ ଋଷ ନିଜ ପାଖରେ ରଖିଥିଲା । କିନ୍ତୁ ୧୫ ବର୍ଷ ପରେ ଡ୍ରାଗନ୍ ପୁଣିଥରେ ନିଜ ମନ ପରିବର୍ତ୍ତନ କରିଛି । ଯାହାକୁ ମସ୍କୋ ସହଜରେ ଗ୍ରହଣ କରିନାହିଁଋଷ ପକ୍ଷରୁ କୁହାଯାଇଛି ଯେ, ୧୫ ବର୍ଷ ତଳେ ବିବାଦର ସମାଧାନ ହୋଇଥିଲା ଓ ଏହି ଦ୍ୱୀପ ଉପରେ ଋଷର ଅଧିକାରକୁ ଚୀନ୍ ସ୍ୱୀକାର କରିଥିଲା । ଏଭଳି ପ୍ରତିକ୍ରିୟା ଦେଇ ଋଷ ନିଜ ଅସନ୍ତୋଷ ପ୍ରକାଶ କରିଛି

ପରମାଣୁ ଯୁଦ୍ଧର ଧମକ ଦେଇଥିଲା ଋଷ

ଏହି ବିବାଦୀୟ ଦ୍ୱୀପକୁ ନେଇ ୧୯୬୯ରେ ସୋଭିଏତ ଋଷ ଓ ଚୀନ୍ ମଧ୍ଯରେ ଯୁଦ୍ଧ ମଧ୍ଯ ହୋଇଥିଲା ଅମୁର ଓ ଉସରୀ ନଦୀ କୂଳରେ ଯୁଦ୍ଧ ହୋଇଥିଲା । ଏପରିକି ସୋଭିଏତ ଋଷ ସେତେବେଳେ ଚୀନ୍ ଉପରେ ପରମାଣୁ ଆକ୍ରମଣର ଧମକ ମଧ୍ଯ ଦେଇଥିଲା । ଏହି ଧମକକୁ ଡରି ଚୀନ୍ ଯୁଦ୍ଧରୁ ଓହରି ଯାଇଥିଲା । ତେବେ ବିବାଦ ସେହିଭଳି ଜାରି ରହିଥିଲା । ଶେଷରେ ଦୁଇ ଦେଶ ମଧ୍ଯରେ ୨୦୦୫ରେ ସନ୍ଧି ହୋଇଥିଲା । ବଦଳରେ ଋଷ ଚୀନକୁ ମଧ୍ଯ ଏସିଆର କିଛି ଦ୍ୱୀପ ଚୀନକୁ ଦେଇଥିଲା

ସମ୍ପର୍କରେ ଫାଟ !

ୟୁକ୍ରେନ ଯୁଦ୍ଧ ପରେ ଆମେରିକା ନେତୃତ୍ୱରେ ପୁରା ୟୁରୋପ ଋଷ ବିରୋଧରେ ଏକାଠି ହୋଇଥିଲା । ଏହି ସମୟରେ ଚୀନ୍ ଋଷକୁ ସମର୍ଥନ କରିଥିଲାଋଷକୁ ସମର୍ଥନ କରି ଆମେରିକା ପ୍ରଭାବକୁ ହ୍ରାସ କରିବା ଚୀନର ରଣନିତୀ ଥିଲା । ଏହାପରେ ଦୁଇ ଦେଶ ନିକଟତର ହୋଇଥିଲେ । ତେବେ ଏବେ ଏହି ନୂଆ ନକ୍ସା ଦୁଇ ଦେଶଙ୍କ ମଧ୍ଯରେ ଫାଟ ସୃଷ୍ଟି କରିଛି ବୋଲି କୁହାଯାଉଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami