ପାକ୍ ଅଧିକୃତ କାଶ୍ମୀର ମନକୁ ମନ ଭାରତରେ ମିଶିବ ?

Above Post Content

ପାକ୍ ଅଧିକୃତ କାଶ୍ମୀର ନିଜେ ଭାରତରେ ସାମିଲ ହେବ,ଟିକେ ଅପେକ୍ଷା କରନ୍ତୁ । ଯେତେବେଳେ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ଯ ଭିକେ ସିଂ ଏହି କଥା କହିଥିଲେ ସେତେବେଳେ ଦେଶରେ ଅନେକ ପ୍ରକାରର ଆଲୋଚନା ଆରମ୍ଭ ହୋଇଥିଲାଭିକେ ସିଂ ରାଜସ୍ଥ।ନର ଦୌସା ଗସ୍ତ କାଳରେ ଏଭଳି କଥା କହିଥିଲେପାକ୍ ଅଧିକୃତ କାଶ୍ମୀରର ସାଧାରଣ ନାଗରିକ ଭାରତରେ ମିଶିବା ପାଇଁ ଗତ କିଛିଦିନ ହେବ ଦାବି କରି ଆସୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାମଲାରେ ଭାରତ ସରକାରଙ୍କ ଆଭିମୁଖ୍ଯ କ’ଣ ଜାଣିବାକୁ ତାଙ୍କୁ ଏଭଳି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସେ କହିଥିଲେ ‘ଅପେକ୍ଷା କର ସେମାନେ ନିଜେ ଭାରତରେ ସାମିଲ ହେବେ’ । ଏମିତିରେ ଭିକେ ସିଂଙ୍କ ଏହି ବୟାନର ଅର୍ଥ କ’ଣ ତାହାର ତର୍ଜମା ହେବାରେ ଲାଗିଛିପିଓକେ ବା ପାକ୍ ଅଧିକୃତ କାଶ୍ମୀରର ସ୍ଥିତି କ’ଣ ଓ ୩୭୦ ପରେ ପିଓକେ ବିଲୟ ମୋଦି ସରକାରଙ୍କ ଆଗାମୀ ସର୍ଜିକାଲ ଷ୍ଟ୍ରାଇକ୍ ହେବ କି ?

ସର୍ବପ୍ରଥମେ ପିଓକେ କଥା ଆଲୋଚନା ହେଉଭିକେ ସିଂ ‘ମନକୁ ମନ ସାମିଲ ହେବେ’ ବୟାନରୁ ଏହା ଜଣା ପଡୁଛି ଯେ, ସେଠାରେ ନାଗରିକ ବିଦ୍ରୋହ ହୋଇପାରେନାଗରିକ ବିଦ୍ରୋହ କରି ଭାରତରେ ସାମିଲ ହୋଇ ପାରନ୍ତି । ଆଉ ସେମିତି ହେଲେ ଭାରତକୁ ଟେକାଟିଏ ବି ପକାଇବାକୁ ପଡ଼ିବ ନାହିଁ

After 2nd paragraph post ads

ଭାରତ ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି ପିଓକେ ଜନତା

Middle post content

ଭି କେ ସିଂଙ୍କ ବୟାନଠାରୁ ଦୁଇ ମାସ ମଧ୍ଯରେ ଘଟିଥିବା ଘଟଣାକ୍ରମକୁ ତର୍ଜମା କଲେ ଜଣାପଡେ ଯେ, ପାକିସ୍ତାନରେ ସାମିଲ ହେବା ସେମାନଙ୍କ ବଡ଼ ଭୁଲ ଥିଲା ବୋଲି ପିଓକେ ଜନତା ବୁଝି ପାରିଲେଣି୭୫ ବର୍ଷ ମଧ୍ଯରେ ଭାରତ ଚନ୍ଦ୍ରରେ ପଂହଚିଗଲାଣି କିନ୍ତୁ ପାକିସ୍ତାନ ବିଶେଷକରି ପିଓକେରେ ହସ୍ପିଟାଲ କିମ୍ବା ସ୍କୁଲ ଭଳି ସର୍ବନିମ୍ନ ସୁବିଧା ମଧ୍ଯ ନାହିଁପାକିସ୍ତାନ ସରକାର ଦେଶ ଚଳାଇବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗରେ ଭିକ୍ଷା ମାଗୁଥିବା ବେଳେ ପିଓକେରେ ଲୁଟରାଜ ଚଳାଇଛନ୍ତି । ପିଓକେରେ ପ୍ରାକୃତିକ ସମ୍ପଦକୁ ଲୁଟ୍ କରି ପଂଜାବ ଭଳି ରାଜ୍ଯ ଧନୀ ହେବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ନାଗରିକ ପାକିସ୍ତାନ ବିରୋଧରେ ବିଦ୍ରୋହର ଡାକରା ଦେଇଛନ୍ତି । ସେମାନେ ଭାରତକୁ ସାହାଯ୍ଯ ପାଇଁ ନିବେଦନ କରିଛନ୍ତିଶବିର ଚୌଧୁରୀ ନାମକ କାଶ୍ମୀରୀ ରାଜନୈତିକ କର୍ମୀ ନିୟମିତ ଭିଡିଓ ପୋଷ୍ଟ କରି ସାଧାରଣ ଲୋକଙ୍କ ସମସ୍ଯା ବାବଦରେ ଦୁନିଆକୁ କହୁଛନ୍ତି । ତାଙ୍କର କହିବା ହେଉଛି ଯେ,ନିୟନ୍ତ୍ରଣ ରେଖା ନିକଟରେ ହଜାର ହଜାର ସଂଖ୍ଯାରେ ଲୋକ ରହୁଛନ୍ତି ଓ ସେମାନେ ଭାରତ ସମର୍ଥନରେ ସ୍ଲୋଗାନ ଦେଉଛନ୍ତିଲୋକ ପାକିସ୍ତାନର ବେଆଇନ କବଜାରୁ ପିଓକେକୁ ମୁକ୍ତ କରିବାରେ ସାହାଯ୍ୟ କରିବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରୁଛନ୍ତିମୋଦି ସେମାନଙ୍କୁ ବଂଚାନ୍ତୁ ବୋଲି ସେମାନେ ଚାହାନ୍ତି କାରଣ ହୋଇଛି ଭୋକଖାଦ୍ଯପଦାର୍ଥର ମୂଲ୍ଯବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅସହ୍ଯ ହୋଇ ପଡ଼ିଛି । ତେବେ ପ୍ରଶ୍ନ ହେଉଛି ଅଚାନକ ଏମିତି କ’ଣ ହେଲା ଯେ, ପିଓକେରେ ଲୋକ ଖୁଲମଖୁଲା ବିଦ୍ରୋହ କଲେଣି ?

ନା’ ଆମେ ରହିବୁ ନା’ ତୁମେ ରହିବ

ପାକିସ୍ତାନର ଅର୍ଥବ୍ଯବସ୍ଥା କୋମାକୁ ଚାଲି ଯାଇଥିବା ବେଳେ ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ପିଓକେ ଜନତା । କାରଣ ପାକିସ୍ତାନ ପିଓକେର ପ୍ରାକୃତିକ ସମ୍ବଳକୁ ଲୁଟ୍ କରୁଥିବା ବେଳେ ସେଠାରେ ବିକାଶ ପାଇଁ କମ ଅର୍ଥ ଖର୍ଚ୍ଚ କରୁଛି । ଏହା ସହିତ ସିଆ ବହୁଳ ପିଓକେରେ ପାକିସ୍ତାନ ସୁନିଙ୍କୁ ବସବାସ କରିବାକୁ ଉତ୍ସାହିତ କରୁଛି । ଫଳରେ ସିଆ ନିଜ ସଂଖ୍ଯା ହ୍ରାସ ନେଇ ଚିନ୍ତିତ ଅଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ଯରେ ଆକ୍ରୋଶ ରହିଛିନିକଟରେ ପିଓକେର ଜଣେ ଜଣାଶୁଣ ଶିଆ ମୌଲବୀଙ୍କ ବିରୋଧରେ ଏଫଆଇଆର କରାଯାଇଥିଲା । ଏହାପରେ ମୁଜାଫରାବାଦରେ ଗୋଟିଏ ବଡ଼ଧରଣର ରାଲି ହୋଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ଯାରେ ସିଆ ଖୋଲାଖୋଲି ପାକିସ୍ତାନକୁ ଧମକ ଦେଇଥିଲେଏଲଓସି ଫାଟକ ଖୋଲିବାକୁ ସ୍ଲୋଗାନ ଦେଇଥିଲେ । ଏହା ସହିତ ଧମକ ଦେଇଥିଲେ ଯେ, ଯଦି ଆମେ ରହିବୁନି ତା’ ହେଲେ ତୁମେ ମଧ୍ଯ ରହିବନି । ଯାହାର ସିଧା ଅର୍ଥ ହେଉଛି ବିଦ୍ରୋହ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami