ଶ୍ରୀଲଙ୍କାର ପୁରୁଣା ନାମ ଥିଲା ସିଲୋନ୍,ନାମ ବଦଳାଇ ବାରେ ଖର୍ଚ୍ଚ ହୁଏ କୋଟି କୋଟି ଟଙ୍କା

Above Post Content

ନାମକୁ ନେଇ ରାଜନୀତି କିଛି ନୁଆ ନୁହେଁ ।ବିଶେଷକରି ଭାରତରେସହରଠାରୁ ରାଜ୍ଯ,ସମସ୍ତଙ୍କର ଭାରତରେ ହୋଇଛି ନାମ ପରିବର୍ତ୍ତନ । ତେବେ ଏବେ ଭାରତର ଦୁଇଟି ନାମରୁ ଗୋଟିଏ ନାମ ‘ଇଣ୍ଡିଆ’କୁ ବାଦ ଦେବାକୁ ନେଇ ସରକାର ଯୋଜନା କରୁଛନ୍ତି ବୋଲି ଆଲୋଚନା ହେଉଛିଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ରାଷ୍ଚ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ ଉଲ୍ଲେଖ କରାଯାଇଥିଲା । ଯାହାକୁ ନେଇ ଏହି ଆଲୋଚନା ଆରମ୍ଭ ହୋଇଛି । ବିରୋଧି ‘ଇଣ୍ଡିଆ’ ମେଣ୍ଟକୁ ଡରି ସରକାର ଦେଶର ନାମରୁ ଇଣ୍ଡିଆ ବାଦ ଦେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେବେ ଦେଶର ନାମ ପରିବର୍ତ୍ତନ କିଛି ନୂଆ କଥା ନୁହେଁଇତିହାସରେ ଏମିତି ଅନେକ ଉଦାହରଣ ଅଛି ଯେଉଁଠି ଦେଶ ନିଜର ନାମ ବଦଳାଇଛନ୍ତି । କେତେବେଳେ ସେମାନେ ନିଜର ଅତିତକୁ ଭୁଲିବାକୁ ନାମ ବଦଳାଇଛନ୍ତି ତ’ କେତେବେଳେ ନିଜ ଅତିତ ସହିତ ଯୋଡି ହେବାକୁ ନାମ ବଦଲାଇଛନ୍ତି୨୦୧୮ରୁ ୨୦୨୦ ମଧ୍ଯରେ ୩ଟି ଦେଶ ନିଜ ନାମ ବଦଳାଇଛନ୍ତି । ଗତ ଶହେ ବର୍ଷ ମଧ୍ଯରେ ପାଖାପାଖି ୧୦ ଦେଶ ନିଜ ନାମ ବଦଳାଇଛନ୍ତି ଆସନ୍ତୁ ଜାଣିବା ନାମ ବଦଳାଇବା ଦ୍ୱାରା ଦେଶର ଅର୍ଥନୀତି ଉପରେ କିଛି ପ୍ରଭାବ ପଡେ କି ନାହିଁ ଓ କେଉଁ ଦେଶ ସବୁ ନିଜ ନାମ ବଦଳାଇଛନ୍ତି

୫ ବର୍ଷରେ ୩ ଦେଶ ବଦଳାଇଛନ୍ତି ନାମ

After 2nd paragraph post ads

ଗତ ୫ ବର୍ଷ ମଧ୍ଯରେ ବିଶ୍ୱର ୩ଟି ଦେଶ ନିଜ ନାମ ବଦଳାଇଛନ୍ତି । ଏହି ଦେଶଙ୍କ ମଧ୍ଯରେ ଅଛନ୍ତି ହଲାଣ୍ଡ,ମାସିଡୋନିଆ ଓ ସ୍ୱାଜିଲାଣ୍ଡ୍ ହଲାଣ୍ଡ ୨୦୧୮ରେ ନିଜ ନାମ ବଦଳାଇ ନେଦରଲାଣ୍ଡ୍ କରିଥିଲା । ସେହିଭଳି ସ୍ଲାଜିଲାଣ୍ଡ୍ ମଧ୍ଯ ୨୦୧୮ରେ ନିଜକୁ ଇସୱାତିନି ନାମ ଦେଇଥିଲା୨୦୨୦ରେ ରିପବ୍ଲିକ୍ ଅଫ୍ ମାସିଡୋନିଆ ନିଜ ନାମ ପରିବର୍ତ୍ତନ କରି ରିପବ୍ଲିକ୍ ଅଫ୍ ନର୍ଥ୍ ମାସିଡୋନିଆ କରିଥିଲା । ଏବେ ଆସନ୍ତୁ ନିଜ ନାମ ପରିବର୍ତ୍ତନ କରିଥିବା କିଛି ଜଣାଶୁଣା ଦେଶଙ୍କ ନୂଆ ଓ ପୁରୁଣା ନାମ କ’ଣ ଥିଲା ଜାଣିବା ।

୧. ଇରାନ୍

ଇରାନର ନାମ ୧୯୩୫ ମସିହା ପର୍ଯ୍ଯନ୍ତ ପର୍ସିଆ ଥିଲା । ବିଶେଷକରି ୟୁରୋପରେ ଏହା ପର୍ସିଆ ଭାବେ ପରିଚିତ ଥିଲା ।କିନ୍ତୁ ୧୯୩୫ରେ ଇରାନର ତତ୍କାଳୀନ ସରକାର ୟୁରୋପରେ ଯେଉଁସବୁ ଦେଶଙ୍କ ସହିତ ତାଙ୍କର କୂଟନୈତିକ ସମ୍ପର୍କ ଥିଲା ସେମାନଙ୍କୁ ପାର୍ସିଆ ବଦଳରେ ଇରାନ ଶବ୍ଦ ବ୍ଯବହାର କରିବାକୁ ଅନୁରୋଧ କରିଥିଲେ ।

୨. ଥାଇଲାଣ୍ଡ୍

ଥାଇଲାଣ୍ଡ ହେଉଛି ଏସିଆର ସେଇ କେତୋଟି ହାତଗଣତି ଦେଶ ମଧ୍ଯରୁ ଗୋଟିଏ ଯାହାକୁ କେବେ ମଧ୍ଯ କୌଣସି ବିଦେଶୀ ରାଷ୍ଟ୍ର ଅଧିକାର କରିନଥିଲା । ଏହି ଦେଶରେ ରାଜତନ୍ତ୍ର ପ୍ରଚଳିତ ଥିଲା୧୯୩୫ ପର୍ଯ୍ଯନ୍ତ ଏହାର ନାମ ଥିଲା ଶ୍ଯାମଭାରତୀୟ ପୁରାଣ ଓ ଇତିହାସରେ ଏହା ଶ୍ଯାମ ନାମରେ ପରିଚିତ ଥିଲା । କିନ୍ତୁ ୧୯୩୫ରେ ଶ୍ଯାମରେ ସାମ୍ବିଧାନିକ ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ଦେଶର ନାମ ପରିବର୍ତ୍ତନ ହୋଇଥିଲାଶ୍ୟାମର ନୂଆ ନାମ ଥିଲା ଥାଇଲାଣ୍ଡ୍ , ଯାହାର ଅର୍ଥ ହେଉଛି ସ୍ୱାଧୀନ ନାଗରିକଙ୍କ ରାଷ୍ଟ୍ର’ ।

୩. କାମ୍ବୋଡିଆ

କାମ୍ବୋଡିଆ ଅନେକ ଥର ନିଜର ନାମ ପରିବର୍ତ୍ତନ କରିଛି । ୧୯୫୩ ଏବଂ ୧୯୭୦ ଏହାର ନାମ ପରିବର୍ତ୍ତନ ହୋଇଥିଲା୧୯୫୩ରେ ଏହାର ନାମ ଥିଲା କିଙ୍ଗଡମ୍ ଅଫ୍ କାମ୍ବୋଡିଆ ଓ ୧୯୭୦ରେ ଥିଲା ଖାମେର ରିପବ୍ଲିକ୍ ୧୯୭୫ରେ କମ୍ଯୁନିଷ୍ଟ ସରକାର କ୍ଷମତାକୁ ଆସିବା ପରେ ଏହାର ନାମ ହୋଇଥିଲା ଡେମୋକ୍ରାଟିକ୍ କାମ୍ପୁଚିଆ । ତେବେ କମ୍ୟୁନିଷ୍ଟ ସରକାରର ପତନ ପରେ ୧୯୮୯ରୁ ୧୯୯୩ ପର୍ଯ୍ଯନ୍ତ ଏହାର ନୂଆ ନାମ ଥିଲା ଷ୍ଟେଟ୍ ଅଫ୍ କାମ୍ବୋଡିଆ । ତେବେ ୧୯୯୩ରେ ରାଜତନ୍ତ୍ରର ପୁନଃପ୍ରତିଷ୍ଠା ସହିତ ପୁଣି ପୁରୁଣା ନାମ କାମ୍ବୋଡିଆ ଫେରିଥିଲା

Middle post content

୪. ମିଆଁମାର

ଭାରତର ପଡୋଷୀ ରାଷ୍ଟ୍ର ମିଆଁମାରର ପୁରୁଣା ନାମ ଥିଲା ବର୍ମା୧୯୮୯ରେ ସାମରିକ ପ୍ରଶାସନ ଏହାର ନାମ ବର୍ମାରୁ ମିଆଁମାର କରିଥିଲାମିଆଁମାରର ଅର୍ଥ ହେଉଛି ମୋ ଦେଶଜାତିସଂଘ ନାମ ପରିବର୍ତ୍ତନକୁ ସ୍ୱିକୃତୀ ପ୍ରଦାନ କରିଛି କିନ୍ତୁ ଆମେରିକା ଓ ଇଂଲଣ୍ଡ ଭଳି ଦେଶ ଏବେ ମଧ୍ଯ ପୁରୁଣା ନାମ ବ୍ଯବହାର କରନ୍ତି ।

୫. ନେଦରଲ୍ଯାଣ୍ଡ୍

୨୦୨୦ରେ ହଲାଣ୍ଡର ନେଦରଲାଣ୍ଡରେ ବିଲୟ ସହିତ ନାମ ବଦଳି ହୋଇଥିଲା ନେଦରଲ୍ଯାଣ୍ଡ୍ । ଏହା ଦୁଇଟି ଭାଗକୁ ନେଇ ଗଠିତ । ଗୋଟିଏ ହେଉଛି ଦକ୍ଷୀଣ ହଲାଣ୍ଡ ଓ ଅନ୍ୟଟି ହେଉଛି ଉତ୍ତର ହଲାଣ୍ଡ୍ ନାମ ପରିବର୍ତ୍ତନ ପଛରେ ମୁଖ୍ଯ କାରଣ ଥିଲା ମାର୍କେଟିଂ । ଅଧିକ ପର୍ଯ୍ଯଟକଙ୍କୁ ନିଜ ଦେଶକୁ ଆକୃଷ୍ଟ କରିବାକୁ ହଲାଣ୍ଡ ନିଜ ନାମ ବଦଳାଇ ଥିଲା । କେବଳ ଏତିକି ନୁହେଁ ଏହାର ଫୁଟବଲ ଟିମର ମଧ୍ଯ ନାମ ପରିବର୍ତ୍ତନ ହୋଇଛି

୬. ଆର୍ୟଲାଣ୍ଡ୍

୧୯୩୭ ମସିହାରେ ଆଇରିସ୍ ଫ୍ରିଷ୍ଟେଟ୍ ନିଜ ନାମ ବଦଳାଇ ଆର୍ୟଲାଣ୍ଡ୍ କରିଥିଲା ।ଇଂଲଣ୍ଡ ସହିତ ନିଜର ସବୁ ସମ୍ପର୍କକୁ ବିଛିନ୍ନ କରିବାକୁ ଏହି ଦେଶ ଏମିତି କରିଥିଲା । ନାମ ପରିବର୍ତ୍ତନ ପୂର୍ବରୁ ଦୁଇ ଦେଶ ମଧ୍ଯରେ ଦୁଇ ବର୍ଷ ପାଇଁ ଯୁଦ୍ଧ ହୋଇଥିଲା

୭. ଶ୍ରୀଲଙ୍କା

ପଂଚଦଶ ଶତାବ୍ଦୀରେ ଡଚ୍ ମାନେ ଶ୍ରୀଲଙ୍କା ସହିତ ବ୍ଯବସାୟ ଆରମ୍ଭ କରିଥିଲେ । ସେମାନେ ଏହାକୁ ‘ସେଇଲୋନ୍’ ବୋଲି ନାମିତ କରିଥିଲେଉନଂବିଶ ଶତାବ୍ଦୀରେ ଶ୍ରୀଲଙ୍କା ବ୍ରିଟିଶ ଅଧିନକୁ ଆସିଥିଲା ବ୍ରିଟେନ ଏହାର ନାମ ପରିବର୍ତ୍ତନ କରି ସିଲୋନ୍ କରିଥିଲା । ତେବେ ସ୍ୱାଧୀନ ହେବା ପରେ ଦେଶର ନାମ ସିଲୋନରୁ ଶ୍ରୀଲଙ୍କା ଭାବେ ପରିବର୍ତ୍ତିତ ହୋଇଥିଲା୨୦୧୧ରେ ଶ୍ରୀଲଙ୍କା ସରକାର ବିଭିନ୍ନ ଅଫିସ୍ ଓ କମ୍ପାନୀର ନାମରେ ଥିବା ସିଲୋନ୍ ଶବ୍ଦକୁ ହଟାଇ ଦେଇଥିଲେ ।

୮. ଜିମ୍ୱାୱେ

ଜିମ୍ବାୱେର ପୁରୁଣା ଔପନିବେସିକ ନାମ ଥିଲା ରୋଡେସିଆବ୍ରିଟିଶ ଅଧିନରେ ଏହାର ନାମ ରୋଡେସିଆ ଥିଲା । ତେବେ ୧୯୮୦ରେ ସ୍ୱାଧୀନ ହେବା ପରେ ରୋଡେସିଆ ନିଜର ନାମ ବଦଳାଇ ଜିମ୍ବାୱେ କରିଥିଲା

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami