୯୦ ଦିନରେ ୯୦ କୋଟି ସଂକ୍ରମଣ ମାମଲା,ଚୀନରେ ଆସୁଛି କରୋନା ସୁନାମୀ !

Above Post Content

ସାରା ବିଶ୍ୱ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଯାଇଛି ଚୀନ ବିଶ୍ୱ ସହ ଜୈବିକ ଯୁଦ୍ଧ ମାନସିକ ନେଇ ଭୂତାଣୁ ଆବିଷ୍କାର କରିଥିବା ଚୀନରେ ଆଜି ଭୟଙ୍କର ସ୍ଥିତିସାରା ବିଶ୍ୱରେ କରୋନାର ପ୍ରକୋପ କମ୍ ଥିବା ବେଳେ ଚୀନରେ ଉଗ୍ରରୂପ ନେଉଛି ନୂଆ ଭାରିଆଣ୍ଟ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏମିତିକି ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି ମେଡିକାଲରେ ରୋଗୀଙ୍କୁ ଭର୍ତ୍ତି ପାଇଁ ଯାଗା ମିଳୁନି । ଏଣେତେଣେ ପଡ଼ି ମୃ୍ତ୍ୟୁବରଣ କରୁଛନ୍ତି ଲୋକେ । ସେହିପରି ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ସବୁଠି ହାହାକାର ସ୍ଥିତି ଦେଶରେ ଏପରି ସ୍ଥିତିକୁ ନେଇ ଲୋକ ରାଜରାସ୍ତାକୁ ଓହ୍ଲାଇ ବିଦ୍ରୋହ କରୁଛନ୍ତି

Middle post content

ମହାମାରୀ ବିଶେଷଜ୍ଞ ମଧ୍ୟ ଅନୁମାନ କରିଛନ୍ତି ଯେ ଚୀନର ଅଧାରୁ ଅଧିକ ଜନସଂଖ୍ୟା କରୋନାର କବଳରେ ଆସିପାରନ୍ତିସଂକ୍ରମଣର ବୃଦ୍ଧି ଗତି ନେଇ ମହାମାରୀ ବିଶେଷଜ୍ଞ ଭୟଙ୍କର ଅନୁମାନ କରିଛନ୍ତି । ବ୍ଲୁମବର୍ଗ ନିଜର ଏକ ରିପୋର୍ଟରେ କହିଛି ଯେ ଚଳିତ ସପ୍ତାହରେ ଚୀନରେ ଗୋଟିଏ ଦିନରେ ୩.୭ କୋଟି ମାମଲା ସାମ୍ନାକୁ ଆସିପାରେ । ଏହି ସଂଖ୍ୟା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ଅଧିକ ରହିବ । ବିଶେଷଜ୍ଞଙ୍କ କହିବା ଅନୁସାରେ ଜିରୋ କୋଭିଡ ପଲିସି ଆଧାରରେ ଚୀନ ସରକାର ପ୍ରଥମେ ଲୋକଙ୍କୁ ଘରେ ବନ୍ଦୀ ରଖିଥିଲେ । ଯେଉଁ କାରଣରୁ ସେମାନଙ୍କଠାରେ ଭୂତାଣୁରୋଧୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରିନଥିଲା । ଏବେ ସବୁକିଛି ଅଚାନକ ଖୋଲିଦେଲେ, ଯେଉଁ କାରଣରୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଲିକ୍ ଦସ୍ତାବିଜର ଉଲ୍ଲେଖ କରି କହିଛି ଯେ ଚୀନର ନ୍ୟାସନାଲ ହେଲ୍ଥ କମିଶନଙ୍କ ଅନୁସାରେ ୧ରୁ ୨୦ ଡିସେମ୍ବର ମଧ୍ୟରେ ଦେଶରେ ପ୍ରାୟ ୨୫ କୋଟି ଲୋକ ସଂକ୍ରମିତ ହୋଇସାରିଛନ୍ତି । ଆଗକୁ କରୋନା ଭୟଙ୍କର ହେବ ମହାମାରୀ ବିଶେଷଜ୍ଞ ଏରିକ ଫିଙ୍ଗଲ ଡିଙ୍ଗ ମଧ୍ୟ ଅନୁମାନ କରିଛନ୍ତି ଯେ ଆଗାମୀ ୯୦ ଦିନରେ ଚୀନର ୬୦ ପ୍ରତିଶତ ଏବଂ ବିଶ୍ୱର ୧୦ ପ୍ରତିଶତ ଜନସଂଖ୍ୟା କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ଯଦି ଏପରି ହୁଏ ତେବେ ଆଗାମୀ ତିନି ମାସରେ ହିଁ ଚୀନର ପ୍ରାୟ ୯୦ କୋଟି ଲୋକ କରୋନା ସଂକ୍ରମିତ ମିଳିବେ । ଏହି ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଛି । ତେବେ ଏହାକୁ ଚୀନ କିପରୁ ମୁକାବିଲା କରିବ ସେନେଇ ମଧ୍ୟ କୌଣସି ସଠିକ ବାଟ ମିଳିନାହିଁଚୀନ ସରକାର ଡିସେମ୍ବର ଆରମ୍ଭରେ ଜିରୋ କୋଭିଡ ପିଲିସି ହଟାଇ ଦେଇଥିଲେ । ସେବେଠୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛିଚୀନ ସରକାର କିନ୍ତୁ କରୋନା ମାମଲାର ସଠିକ ରେକର୍ଡ ସାର୍ବଜନୀନ କରିନାହାନ୍ତି । କିନ୍ତୁ ଚୀନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ ସହରରେ ପ୍ରତି ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ମାମଲା ସାମ୍ନାକୁ ଆସିଛିଇଜୋୟାଙ୍ଗ ସହରରେ ରବିବାର ୧୦ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକାରୀ ଆଶଙ୍କା କରିଛନ୍ତି ଯେ କିଛି ଦିନରେ ଏହି ସଂଖ୍ୟା ଡବଲ ହୋଇପାରେ । ଅର୍ଥାତ ଗୋଟିଏ ଦିନରେ ୨୦ ଲକ୍ଷ ଲେଖାଏଁ ମାମଲା ସାମ୍ନାକୁ ଆସିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami