ଯୋଡିଶଙ୍ଖରେ ଭୋଟ ଦେବାକୁ କହିଲେ ସୁର ରାଉତରାୟ

Above Post Content

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି କି, ସୁର ଏକ ସଭାରେ ପହଞ୍ଚିି କଂଗ୍ରେସ ଓ ବିଜେଡି କର୍ମୀଙ୍କୁ ଯୋଡିଶଙ୍ଖରେ ଭୋଟ ଦେବାକୁ କହିବା ସହ ଶପଥ ପାଠ କରାଇଛନ୍ତି ।

Middle post content

ପୁଅ ମନ୍ମଥଙ୍କୁ ଭୋଟ ଦେବାକୁ ନିବେଦନ କଲେ ସୁର

After 2nd paragraph post ads

ଡେଲାଙ୍ଗ ହରିରାଜପୁର ପଶ୍ଚିମାଶମ୍ଭୁ ମନ୍ଦିରରେ କର୍ମୀଙ୍କୁ ଠାକୁରଙ୍କ ପାଦୁକା ଛୁଆଇଁ ଯୋଡିଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଜଟଣୀ ଏମଏଲଏ ସୁର ରାଉତରାୟ ନିଜ ପୁଅ ତଥା ବିଜେଡି ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିଥିଲେ । କଂଗ୍ରେସରୁ ବହିଷ୍କାର ହେବା ପରେ ସୁର ବିଜେଡିର କୌଣସି ସଭା, ସମାବେଶ କିମ୍ବା ବିଜେଡି ପତାକା ଧରିବେ ନାହିଁ ବୋଲି କହିିଥିଲେ । କିନ୍ତୁ ପୁଅ ମନ୍ମଥ ପାଇଁ ପ୍ରଚାର କରିବେ ବୋଲି କହିଥିଲେ । ହେଲେ ଭାଇରାଲ ଭିଡିଓରେ ଦେଖାଯାଇଛି କି, ବିଜେଡିର ଏକ ସଭା ଆରମ୍ଭ ହେବା ପୂର୍ବରୁ ପହଞ୍ଚି ଯୋଡିଶଙ୍ଖ ନାରା ଦେଇ ଭୋଟ ଦେବାକୁ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami