‘ସଲିଲ ଅଙ୍କୋଲା : ଷ୍ଟାର କ୍ରିକେଟରୁ ଫିଲ୍ମ ଷ୍ଟାର,ପୁଣି ନିଶାମୁକ୍ତି କେନ୍ଦ୍ରରୁ କ୍ରିକେଟ୍

Above Post Content

୯୦ ଦଶକରେ ସେ ଥିଲେ ଭାରତୀୟ କ୍ରିକେଟ୍ ଦୁନିଆର ଷ୍ଟାର । ତାଙ୍କ ପେସବୋଲିଂର ଚର୍ଚ୍ଚା ଢେର ହେଉଥିଲା । କିନ୍ତୁ ଗୋଟିଏ ସମୟ ପରେ ସେ ଉଭାନ ହୋଇଗଲେ କ୍ରିକେଟ୍ ଦୁନିଆରୁ ଗାଏବ ହୋଇଯାଇଥିବା ସେହି ବ୍ୟକ୍ତି ଏବେ ପୁଣିଥରେ ଫେରିଛନ୍ତି । ଏଥର କିନ୍ତୁ ସିଲେକ୍ଟର ଭାବେ । ଏଥର ସେ ବାଛିବେ ଟିମ୍ ଇଣ୍ଡିଆ ପାଇଁ ଖେଳାଳୀ । ସେହି ବ୍ୟକ୍ତିଙ୍କ ନାମ ହେଉଛି ସଲିଲ ଅଙ୍କୋଲା

ଡେବ୍ୟୁ ମ୍ୟାଚରେ ହ୍ୟାଟ୍ରିକ୍,ତା’ପରେ ଗାଏବ

After 2nd paragraph post ads

ମହାରାଷ୍ଟ୍ରର ଦ୍ରୁତତମ ବୋଲର ସଲିଲ ଅଙ୍କୋଲା ସଚିନ ତେନ୍ଦୁଲକରଙ୍କ ସହିତ ଡେବ୍ୟୁ କରିଥିଲେ । ନିଜ ଡେବ୍ୟୁ ମ୍ୟାଚରେ ସେ ହ୍ୟାଟ୍ରିକ୍ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ୧୯୯୦ ଦଶକ ଥିଲା ସେଇ ସମୟ ଯେତେବେଳେ ଅନିଲ କୁମ୍ବଲେ,ଜାଭାଗଲ ଶ୍ରୀନାଥ ଓ ଅଜିତ ଅଗରକରଙ୍କ ଭଳି ଖେଳାଳୀ ନୂଆନୂଆ ପାଦ ଥାପୁଥିଲେ । ଏମାନଙ୍କ ମଧ୍ୟରୁ ଶ୍ରୀନାଥ ଓ କୁମ୍ବଲେ ଭାରତୀୟ ବୋଲିଂର ନେତୃତ୍ୱ ନେଇଥିଲେ କିନ୍ତୁ ସଲିଲ ଅନ୍ତର୍ଧ୍ୟାନ ହୋଇଯାଇଥିଲେ ।

Middle post content

ଗୋଟିଏ ଟେଷ୍ଟ୍ ଓ ୨୦ ଟି ଦିନିକିଆ ମ୍ୟାଚ୍ ଖେଳିଥିବା ସଲିଲ କ୍ରିକେଟ ଦୁନିଆରେ ଅଧିକ ଦିନ ତିଷ୍ଟି ପାରିନଥିଲେ । ଏହାପରେ ସେ ଫିଲ୍ମରେ କାମ କରିଥିଲେ । ଫିଲ୍ମ ସହିତ ସିରିଏଲରେ ମଧ୍ୟ କାମ କରିଥିଲେ ସଲିଲ । ସେ ପ୍ରାୟ ୨୫ରୁ ଅଧିକ ସିରିଏଲରେ ଅଭିନୟ କରିଛନ୍ତି । ଯେଉଁଥିରେ ସିଆଇଡି,ସାବଧାନ ଇଣ୍ଡିଆ,କୋରା କାଗଜର ଓ ସଂଜୟ ଦତଙ୍କ ସହିତ କୁରୁକ୍ଷେତ୍ରରେ ଅଭିନୟ କରିଥିଲେ

ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ପରେ ସେ କାହିଁକି ଫିଲ୍ମ ଦୁନିଆକୁ ଆସିଲେ ? ଏହି ପ୍ରଶ୍ନର ଉତ୍ତରରେ ସଲିଲ ଥରେ କହିଥିଲେ ଯେ, ‘‘ ଟିମ୍ ଇଣ୍ଡିଆରୁ ବାଦ ପଡିବା ପାଇଁ ମୁଁ ନିଜ ଭାଗ୍ୟକୁ ଦାୟୀ କରିଥିଲି । ଏହା ଭିତରେ କିଛି ଫିଲ୍ମରେ ଅଭିନୟ ପାଇଁ ଅଫର ମିଳିଥିଲା । ଏହି ସବୁ ଅଫର ଅଭିନୟ ପାଇଁ ନୁହେଁ ମୋ ମୁହଁ ପାଇଁ ମିଳିଥିଲା

ନିଶାଡ଼ି ହୋଇଯାଇଥିଲେ ସଲିଲ

୨୦୧୦ ଦଶକର ଅନ୍ତ ବେଳକୁ ସଲିଲଙ୍କ ଜୀବନରେ ଝଡ଼ ଆସି ସାରିଥିଲା । ସେ ନିଜ ପତ୍ନୀ ଓ ପୁଅଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ମଦ ଅଭ୍ୟାସରେ ପଡ଼ି ଯାଇଥିଲେ । ଯେଉଁଥିପାଇଁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ମଧ୍ୟ ରହିବାକୁ ପଡ଼ିଥିଲା୨୦୨୦ରେ ସେ ମୁମ୍ବାଇ କ୍ରିକେଟ୍ ଟିମର ଚୟନକର୍ତ୍ତା ହୋଇଥିଲେ । ଆଉ ସେହିଠାରୁ ସେ ପୁଣିଥରେ କ୍ରିକେଟ୍ ଦୁନିଆକୁ ଫେରିଥିଲେ । ଏବେ ସଲିଲ ଭାରତୀୟ କ୍ରିକେଟ୍ ଟିମର ଖେଳାଳୀ ଚୟନ କରିବେ । ତାଙ୍କୁ ପଶ୍ଚିମ ଭାରତ ସିଲେକ୍ଟର ହିସାବରେ ଚୟନ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami