ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଲେ ବୃଦ୍ଧା

Above Post Content

ମହିଳାମାନଙ୍କ ଗର୍ଭଧାରଣର ଏକ ନିର୍ଦ୍ଦିଷ୍ଟ ବୟସସୀମା ରହିଛି । ହେଲେ ନିକଟରେ ଉଗାଣ୍ଡାର ଜଣେ ୭୦ ବର୍ଷୀୟା ବୃଦ୍ଧା ଯମଜ ସନ୍ତାନଙ୍କୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ବୃଦ୍ଧାଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଆଫ୍ରିକାର ସବୁଠୁ ବୟସ୍କା ଜନନୀର ମାନ୍ୟତା

After 2nd paragraph post ads
Middle post content

୭୦ ବର୍ଷୀୟା ସାଫିନା ନାମୁକ୍ୱାୟା ରାଜଧାନୀ ସହର କାମ୍ପାଲାରେ ରୁହନ୍ତି । ନିକଟରେ ସେ ସ୍ଥାନୀୟ ଏକ ଡାକ୍ତରଖାନାରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ପ୍ରସବ ପରେ ସାଫିନା ଓ ଉଭୟ ନବଜାତ ସନ୍ତାନ ସୁସ୍ଥ ଅଛନ୍ତି । ଏହା ଏକ ବିରଳ ଘଟଣା ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଏହାଦ୍ୱାରା ସେ ଆଫ୍ରିକାର ସବୁଠୁ ବୟସ୍କା ଜନନୀର ମାନ୍ୟତା ହାସଲ କରିଛନ୍ତି । ପରିଣତ ବୟସରେ ଗର୍ଭଧାରଣ ଓ ପ୍ରସବ ସମେତ ଶିଶୁର ଯତ୍ନ ନେବାପାଇଁ ତାଙ୍କୁ ଦୁର୍ବଳ ବୋଲି ବିବେଚନା କରାଯାଉଥିବା ବେଳେ ଯମଜ ସନ୍ତାନଙ୍କ ମାଆ ହେବା ଘଟଣା ତାଙ୍କୁ ଖୁସିରେ ଅଭିଭୂତ କରିଦେଇଛି ବୋଲି ସାଫିନା କହିଛନ୍ତି ।

ବିବାହର ବହୁ ବର୍ଷ ଯାଏଁ ପିଲା ନ ହେବାରୁ ଶୁଣୁଥିଲେ କଟୁକଥା

୧୯୯୨ ମସିହାରେ ତାଙ୍କର ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା । ସେତେବେଳକୁ ସାଫିନାଙ୍କର କୌଣସି ସନ୍ତାନ ଜନ୍ମ ହୋଇ ନ ଥିଲେ । ତେବେ ୧୯୯୬ରେ ଦ୍ୱିତୀୟ ବିବାହ ପରେ ସେ ସନ୍ତାନର ଆଶା ରଖିଥିଲେ । ମାତ୍ର ଦ୍ୱିତୀୟ ବିବାହର ବହୁ ବର୍ଷ ଯାଏ ନିଃସନ୍ତାନ ରହିବାରୁ ତାଙ୍କୁ ଅନ୍ୟମାନେ ଅନେକ କଟୁ କଥା କହିବା ସହ ଜଣେ ‘ଅଭିଶପ୍ତ ମହିଳା’ ବୋଲି କହୁଥିଲେ । ତେବେ ୨୦୨୦ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ବନ୍ଧୁବାନ୍ଧବମାନଙ୍କ ଟାହିଟାପରାକୁ ବନ୍ଦ କରିଦେଇଥିଲେ । ଏଥର ଯାଆଁଳା ପୁଅ ଓ ଝିଅକୁ ପାଇ ତାଙ୍କ ଖୁସିର ସୀମା ନାହିଁ । ତେବେ ପ୍ରଥମ କନ୍ୟା ବାଦ୍ ଅନ୍ୟ ସନ୍ତାନର ଦାୟିତ୍ୱ ମୁଣ୍ଡାଇବାକୁ କୁଣ୍ଠିତ ଥିବା ତାଙ୍କ ସ୍ୱାମୀ ଏଯାଏ ତାଙ୍କୁ ଦେଖିବାକୁ ଆସି ନ ଥିବାରୁ ସାଫିନା ଦୁଃଖ ପ୍ରକାଶ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami