କଷ୍ଟକର ଥିଲା ମହାଭାରତର ‘ଦ୍ରୌପଦୀ’ଙ୍କ ବ୍ୟକ୍ତିଗତ ଜୀବନ

Above Post Content

ମୁମ୍ବାଇ: ୧୯୯୮ ମସିହାରେ ଛୋଟପରଦାରେ ଆରମ୍ଭ ହୋଇଥିଲା ଧାରାବାହିକ ମହାଭାରତ । ଏହି ଧାରାବାହିକର ପ୍ରତ୍ୟେକ କଳାକାରଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ । ଏଥିରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ରୂପା ଗାଙ୍ଗୁଲି । ଅଦୃଢ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ସେ । ଏହାବ୍ୟତୀତ ସେ ଅନେକ ଧାରାବାହିକ ଓ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସବୁ ଅଭିନୟଠାରୁ ମହାଭାରତରେ ଦ୍ରୌପଦୀଙ୍କ ଭୂମିକା ତାଙ୍କୁ ବେଶୀ ପରିଚିତ କରିଥିଲା । ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରି ରୂପା ହୁଏତ ଏହି ଚରିତ୍ର ପାଇଁ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବହୁତ କଷ୍ଟଦାୟକ ଥିଲା ।

ରୂପା ଗାଙ୍ଗୁଲିଙ୍କୁ ଅସହ୍ୟ ନିର୍ଯାତନା ଦେଉଥିଲେ ସ୍ୱାମୀ

After 2nd paragraph post ads
Middle post content

ସେ ୧୯୯୨ରେ ଧ୍ରୁବୋ ମୁଖାର୍ଜୀଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ସ୍ୱାମୀଙ୍କ ସହ ତାଙ୍କର ଭଲରେ କଟିଥିଲା । ପରେ ରୁପାଙ୍କ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଉପୁଜିବା ଆରମ୍ଭ କଲା । ନିଜର ବୈବାହିକ ଜୀବନକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ ରୂପା । ତେଣୁ ନିଜକୁ ବହୁତ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । ଏମିତି କି ବିବାହ ପରେ ନିଜ ଅଭିନୟ କ୍ୟାରିୟର ମଧ୍ୟ ଛାଡିଥିଲେ । ବିଳମ୍ବିତ ରାତିରେ କଲ ଉଠାଇବା ବନ୍ଦ କରିଦେଇଥିଲେ । ଶୁଟିଂ ସରିବା ମାତ୍ରେ ସିଧା ଘରକୁ ଆସୁଥିଲେ । ଏତେସବୁ କଲେ ମଧ୍ୟ ପ୍ରତ୍ୟେକ ଦିନ ଅଶାନ୍ତି ସୃଷ୍ଟି ହୋଇଥିଲା । ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇପଡ଼ିଥିଲେ ରୂପା ।

ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ସେଲିବ୍ରିଟି ଭାବରେ ଗ୍ରହଣ କରିବା କଷ୍ଟକର

ରୂପା କହିଛନ୍ତି ଯେ, ବିବାହ ପୂର୍ବରୁ ମୁଁ ଗ୍ଲାମରସ ଦେଖାଯାଉଥିଲି, ଇଣ୍ଡଷ୍ଟ୍ରିରେ ରହିବାକୁ ହେଲେ ନିଜକୁ ଗ୍ଲାମରସ୍ ଲୁକ୍‌ରେ ରଖିବାକୁ ପଡ଼େ । , କିନ୍ତୁ ଏହା ମୋର ଦୋଷ ଥିଲା କି ? ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ସେଲିବ୍ରିଟି ଭାବରେ ଗ୍ରହଣ କରିବା କଷ୍ଟକର ବୋଲି କୁହନ୍ତି ରୂପା ଗାଙ୍ଗୁଲି । ସ୍ୱାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ତିନିଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଭଗବାନ ପ୍ରତ୍ୟେକ ଥର ତାଙ୍କୁ ଉଦ୍ଧାର କରିଛନ୍ତି । ଶେଷରେ ୨୦୦୬ରେ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami