ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

Above Post Content

କେନ୍ଦୁଝର: ଅଧା ରହିଗଲା ତାରିଣୀଦର୍ଶନ । ବହୁ ଆଶା ନେଇ ମା’ଙ୍କୁ ଦର୍ଶନ କରିବା ଲାଗି ଘଟଗାଁ ଆସିଥିଲେ । ରାତିରେ ଘରୁ ବାହାରିଥିଲେ । ଭୋର୍ ସମୟରେ ମା’ଙ୍କର ମଙ୍ଗଳଆଳତି ଦେଖିଥାନ୍ତେ । ହେଲେ ତା ଆଗରୁ ସବୁ କିଛି ଓଲଟି ଗଲା । ଚାଲିଗଲା ୮ ଜଣଙ୍କ ଜୀବନ । ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ପଛରୁ ପିଟିହୋଇଛି ଭ୍ୟାନ୍ । ଅକାଳରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୮ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍ ଘଟଣାସ୍ଥଳରୁୁ ଫେରାର ହୋଇଯାଇଛି ।

ମନ୍ଦିରର ୩ କିମି ପୂର୍ବରୁ ଘଟିଛି ଦୁର୍ଘଟଣା

After 2nd paragraph post ads
Middle post content

ପଛ ସିଟରେ ବସିଥିବା ଜଗଦୀଶ ଗୌଡ଼ଙ୍କ କହିବା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ସେମାନେ ୧୮ଜଣ ଗାଡ଼ିରେ ଆସିଥିଲେ । ତାଙ୍କ ପରିବାର, ତାଙ୍କ ମାମୁଘର ଓ ସଙ୍ଗାତ ଘର ଲୋକେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଏକ ଭ୍ୟାନରେ ଆସିଥିଲେ । ରାତି ସାଢ଼େ ୮ଟା ସମୟରେ ଘରୁ ବାହାରିଥିଲେ । ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକର ପଛକୁ ଭ୍ୟାନ ଧକ୍କା ଦେଇଥିଲା । ଭ୍ୟାନର ବେଗ ଅଧିକ ଥିବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ଡ଼୍ରାଇଭରର ଆଖି ଲାଗିଯିବାରୁ ହୋଇଛି ଦୁର୍ଘଟଣା

ଦୁର୍ଘଟଣା ପାଖାପାଖି ଭୋର ୫ଟାରେ ଘଟିଛି । ଭୋର ସମୟରେ କୁହୁଡ଼ି ଥିବା ଯୋଗୁ ଡ୍ରାଇଭର କମ୍ ଦୃଶ୍ୟମାନତା ହେତୁ ରାସ୍ତାକଡ଼ରେ ଥିବା ଟ୍ରକଟିକୁ ଦେଖିପାରିନାହାନ୍ତି କିମ୍ବା ଆଖି ଲାଗିଯାଇଥିବାରୁ ଟ୍ରକକୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାରେ ଭ୍ୟାନର ଆଗ ଅଂଶଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ସମ୍ମୁଖ ଭାଗରେ ବସିଥିବା ଯାତ୍ରୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami