ସୁଟ୍‌କେସ୍ ଉପରେ ବସି ପୂରା ଟର୍ମିନାଲ୍ ବୁଲିଲେ ଶିଳ୍ପା

Above Post Content

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନଙ୍କ ବିମାନବନ୍ଦରର ଲୁକ୍ ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଲୋକମାନେ ବି ଏହାକୁ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି । ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବିମାନବନ୍ଦର ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସଭିଙ୍କ ନଜର ରହିଛି ଶିଳ୍ପାଙ୍କ ଟ୍ରଲି ବ୍ୟାଗ୍ ଉପରେ । ଶିଳ୍ପା ସେ ତାଙ୍କ ଟ୍ରଲି ବ୍ୟାଗ୍ ଉପରେ ବସି ବିମାନବନ୍ଦର ଭିତରେ ବୁଲିଥିଲେ । ଶିଳ୍ପାଙ୍କ ଏପରି ଆଚରଣକୁ ବିମାନବନ୍ଦରରେ ଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ବୁଲି ବୁଲି ଅନାଇଥିଲେ । ଯାହାକୁ ଦେଖି ଲୋକେ ତାଙ୍କୁ ‘ସୁଟ୍‌କେସ୍ ନା ସ୍କୁଟର’ ବୋଲି ପ୍ରଶ୍ନ ବି କରୁଛନ୍ତି ।

Middle post content

ରାଇଡ଼ିଂ ଲଗେଜ୍ ଭାବେ ପରିଚିତ ଏହି ଟ୍ରଲିବ୍ୟାଗ

After 2nd paragraph post ads

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଶିଳ୍ପା ବିମାନବନ୍ଦରରେ ତାଙ୍କ ଟ୍ରଲି ବ୍ୟାଗ ଉପରେ ବସି ରହିଥିଲେ । ପରେ ତା ଉପରେ ବସି ଟ୍ରମିନାଲ ସାରା ବୁଲୁଛନ୍ତି । ସେ ଏକ ଗାଡ଼ି ପରି ଚଳାଇ ବୁଲୁଛନ୍ତି । ଶିଳ୍ପା ଏହାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ସରେ ସେୟାର କରିଛନ୍ତି । ଭିଡିଓଟିକୁ ଦେଖିବା ପରେ ପ୍ରଶଂସକମାନଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । ଶିଳ୍ପା ଯାହାକୁ ସ୍କୁଟର ଭଳି ଚଲାଉଛନ୍ତି ତାହା ହେଉଛି ‘ଏୟାର ହୁଇଲ୍‌’ ବ୍ରାଣ୍ଡ୍‌ର ଟ୍ରାଭେଲିଂ ବ୍ୟାଗ୍ । ଏହାକୁ କମ୍ପାନି ‘ରାଇଡିଙ୍ଗ୍ ଲଗେଜ୍‌’ ନାମକରଣ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami