ଆର୍ଥିକ ସଙ୍କଟ ଯୋଗୁ ୧୨ଟି ଅଣ୍ଡାର ଦାମ୍ ୪୦୦ ଟଙ୍କା

Above Post Content

ଲାହୋର: ଡଜନେ ଅଣ୍ଡାର ଦାମ୍ ୪ ଶହ ଟଙ୍କା । ଏହା ଶୁଣିବା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ହେଲେ ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରରେ ଏକ ଡଜନ୍ ବା ୧୨ଟି ଅଣ୍ଡାର ମୂଲ୍ୟ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି । ଆର୍ଥିକ ସଙ୍କଟ ଯୋଗୁ ଏହି ଦରଦାମ ବୃଦ୍ଧି ପାଇଛି । ସେହିପରି ଅଧିକାଂଶ ସାମଗ୍ରୀର ଦାମ ମାତ୍ରାଧିକ ବୃଦ୍ଧି ପାଉଥିବା ବେଳେ ସେସବୁ ସାମଗ୍ରୀ ନିମନ୍ତେ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟ ଆଞ୍ଚଳିକ ପ୍ରଶାସନ ପ୍ରଣୟନ କରିବାରେ ବିଫଳ ହୋଇଛି । ବଜାରସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଏଆରୱାଇ’ ନିଉଜ୍ ରିପୋର୍ଟ କରିଛି ।

Middle post content

ଚିକେନ୍ କିଲୋ ୬୧୫ ଟଙ୍କା

After 2nd paragraph post ads

ରିପୋର୍ଟରେ ଉଲ୍ଲେଖ ଅଛି ଯେ, କିଲୋଗ୍ରାମ୍ ପ୍ରତି ସରକାର ୧୭୫ ଟଙ୍କା ଧାର୍ଯ୍ୟ କରିଥିଲେ ବି ପିଆଜ ୨୩୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି । ଲାହୋରରେ ୧୨ଟି ଅଣ୍ଡାର ଦର ୪୦୦ ଟଙ୍କା ଥିବା ବେଳେ କୁକୁଡ଼ା ମାଂସ କିଲୋପିଛା ୬୧୫ ଟଙ୍କାରେ ବିକ୍ରୟ ହେଉଛି । ଆଞ୍ଚଳିକ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ଜିନିଷପତ୍ରର ଉଚିତ ମୂଲ୍ୟ ଧାର୍ଯ୍ୟ କରିବା ନିମନ୍ତେ ଗତମାସରେ ‘ଇକୋନୋମିକ୍ କୋଅର୍ଡିନେସନ୍ କମିଟି’ ‘ନ୍ୟାସ୍‌ନାଲ୍ ମନିଟରିଙ୍ଗ୍ କମିଟି’କୁ ନିର୍ଦ୍ଦେଶ ଦେଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ନଭେମ୍ବର ଶେଷସୁଦ୍ଧା ପାକିସ୍ତାନ ଉପରେ ୬୩,୩୯୯ ଟ୍ରିଲିୟନ୍ ଟଙ୍କାର ଋଣ ବୋଝ ରହିଥିବା କଥା ‘ଏଆରୱାଇ ନିଉଜ୍‌’ ରିପୋର୍ଟ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami