ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଅଯୋଧ୍ୟାରେ ନୃତ୍ୟ କରିବେ ଡ଼୍ରିମଗର୍ଲ

Above Post Content

ମୁମ୍ବାଇ: ଆଉ ମାତ୍ର ୭ ଦିନ ରହିଲା ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ ବଲିଉଡର ଡ୍ରିମଗର୍ଲ ହେମା ମାଳିନୀ ପରଫର୍ମ କରିବେ । ସେ ରାମାୟଣ ଭିତ୍ତିକ ନୃତ୍ୟ ନାଟକ ଉପସ୍ଥାପନ କରିବେ । ଅଭିନେତ୍ରୀ ଅନେକ କ୍ଲାସିକ ମୁଭିରେ କାମ କରିଛନ୍ତି ଯାହା ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ଆଜି ବି ପ୍ରଶଂସକମାନେ ତାଙ୍କ ନୃତ୍ୟରେ ବିଭୋର ହୋଇପଡ଼ନ୍ତି ।

ରାମାୟଣ ଉପରେ ଆଧାରିତ ନୃତ୍ୟ ନାଟକ କରିବେ ହେମା

After 2nd paragraph post ads
Middle post content

ଅଭିନେତ୍ରୀରୁ ରାଜନେତା ହେମା ମାଳିନୀ ବର୍ତ୍ତମାନ ଭାଜପା ନେତା । ତାଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ନୂଆ ଭିଡିଓ କ୍ଲିପରେ କହିଛନ୍ତି ଯେ, ସେ ରାମ ମନ୍ଦିରର ପବିତ୍ରତା ପାଇଁ ଅଯୋଧ୍ୟା ଯିବେ । ଆଉ ଭିଡିଓ କ୍ଲିପର କ୍ୟାପସନରେ ଡ଼୍ରିମଗର୍ଲ ଲେଖିଛନ୍ତି ଯେ- ମୁଁ ରାମ ମନ୍ଦିରର ପବିତ୍ରତା ସମୟରେ ପ୍ରଥମ ଥର ପାଇଁ ଅଯୋଧ୍ୟାକୁ ଆସୁଛି । ଯେଉଁଥିପାଇଁ ଲୋକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ । ଜାନୁଆରୀ ୧୭ରେ ମୁଁ ଅଯୋଧ୍ୟା ଧାମରେ ରାମାୟଣ ଉପରେ ଆଧାରିତ ଏକ ନୃତ୍ୟ ନାଟକ ଉପସ୍ଥାପନ କରିବି । ଏହି ଭିଡ଼ିଓ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଭେଟେରାନ ଅଭିନେତ୍ରୀଙ୍କ ପାଇଁ ଉତ୍ସାହ ଏବଂ ଖୁସି ବ୍ୟକ୍ତ କରିଛନ୍ତି । ଆଉ ଜଣେ ଲେଖିଛନ୍ତି, ସବୁଦିନ ପାଇଁ ସୁନ୍ଦର । ଅନ୍ୟ ଜଣେ ଲେଖିଛନ୍ତି, ଲୋକମାନେ ମଧ୍ୟ ଏଥିପାଇଁ ବହୁତ ଅପେକ୍ଷା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami