ସେବାୟତ କୂଳର ଝିଅମାନେ କରନ୍ତି ‘ନେତପିଲା’ ପୂଜା

Above Post Content

ପୁରୀ: ବାର ମାସରେ ତେର ପର୍ବ ପାଳିଥାନ୍ତି ଓଡିଆ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ । ଶହ ଶହ ବର୍ଷର ପୁରୁଣା ଏହି ପର୍ବ । ‘ନେତପିଲା’ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ପ୍ରତିଟି ସେବାୟତ ପରିବାରରେ ଏହା ପାଳନ ହୋଇ ଆସୁଛି । ଶାରଦୀୟ ଦୁର୍ଗା ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି । ପୁରୀର ସେବାୟତ କୂଳର ୩ ବର୍ଷରୁ ୯ ବର୍ଷ ନାବାଳିକା କରିଥାନ୍ତି ଏହି ପୂଜା । ଶିବଙ୍କ ଭଳି ସ୍ୱାମୀ ପାଇବା ଉଦ୍ଦେଶ୍ୟରେ ଓ ନିଜ ପରିବାରର ଶୁଭ ମନାସି ନେତପିଲା ଏହି ପର୍ବ ପାଳନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ଶିବଙ୍କ ଭଳି ବର ପାଇବା ପାଇଁ କରନ୍ତି ବଳି ପୂଜା

After 2nd paragraph post ads
Middle post content

କିମ୍ବଦନ୍ତୀ ଅନୁଯାୟୀ, ମା’ ପାର୍ବତୀ ଶିବଙ୍କୁ ପତି ରୂପେ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିଥିଲେ । ସେଥିପାଇଁ ଶିବଙ୍କ ଭଳି ବର ପ୍ରାପ୍ତି ଉଦ୍ଦେଶ୍ୟରେ ସେବାୟତ କୂଳର କନ୍ୟାମାନେ ହରପାର୍ବତୀଙ୍କ ପାଖରେ ଏହି ପୂଜା କରିଥାନ୍ତି । ଆଶ୍ୱିନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନେତପିଲାମାନେ ୨୧ଦିନ ଧରି ବଳି ପୂଜା କରିଥାନ୍ତି । ଏହି ପୂଜାର ଶେଷ ୪ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲାମାନେ । ଏହାପରେ ମାର୍କଣ୍‌ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ । ବଳିଦାନ ଗୀତ ଗାନ କରିବା ସହ ଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି ।

ପାରମ୍ପରିକ ବେଶଭୂଷାରେ ବୁଲନ୍ତି ସମ୍ପର୍କୀୟଙ୍କ ଘର

କନ୍ୟାମାନେ ସେହିଭଳି ପାରମ୍ପରିକ ବେଶଭୂଷା ସହ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରକୁ ବୁଲି ଯିବାର ମଧ୍ୟ ବିଧି ରହିଛି । ଏହି ପର୍ବ ଅବସରରେ ସେବାୟତମାନଙ୍କ ଘର ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଥାଏ । ଉତ୍ତମ ବରପ୍ରାପ୍ତି ପାଇଁ ଏହି ସେବାୟତକୂଳର କିଶୋରୀ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ପରିବାର ଲୋକେ ବେଶ୍ ସୁନ୍ଦର ଭାବେ ଆଭୂଷଣ କରିଥାନ୍ତି । ଗୋଡରେ ପାହାଜେମା, ଗୋଡଖଡୁ, ପାହୁଡ, କଣ୍ଟା ପାହୁଡ, ବାଙ୍କି ସହ ହାତରେ କଣ୍ଠି ପୋହଳା, ବଟଫଳ, ମଟରଖଡୁ, ଚାଇଁ ଝୁଡୁକି ଏବଂ ମୁଣ୍ଡରେ ଅଳକା, କେତକିରଖା, ରାଗିଣୀଚନ୍ଦ୍ର, ବେଣିସଜ, କୃଷ୍ଣଚୂଳ, ବାଜିବିନ୍ଧ, ସୁନା ରସୁଣ, ଅଣ୍ଟାମାଳ ଓ ରତ୍ନ ମାଳି ଭଳି ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷଣ ହୋଇଥାନ୍ତି ଏହି ନେତପିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami