ଏମିତି ଗାଁ, ଯେଉଁଠି ପ୍ରତ୍ୟେକ ପିଲାଙ୍କ ନାମ ସେଲିବ୍ରିଟିଙ୍କ ନାମରେ ନାମିତ

Above Post Content

କର୍ଣ୍ଣାଟକ : ଅନେକ ସମୟରେ ନିଜ ନବଜାତକ ସନ୍ତାନର ନାମକରଣ ପାଇଁ ଚିନ୍ତାରେ ପଡ଼ିଥାନ୍ତି ପରିବାରବର୍ଗ । କାରଣ ସମୟ ବଦଳିବା ସହିତ ପିଲାଙ୍କ ନାମ ପାରମ୍ପରିକ ଧାରାରେ ନ ରଖି ଆଧୁନିକତା ସହ ଯୋଡ଼ି ରହିଥିବା ନାମ ରଖିବାକୁ ଚାହାଁନ୍ତି ଅନେକ ଦମ୍ପତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଭାରତରେ ଏମିତି ଏକ ଗାଁ ଅଛି, ଯେଉଁଠି ବାପା ମାଆ ନିଜ ପିଲାଙ୍କ ନାମକୁ ସିନେ ସେଲିବିି୍ରଟ, କ୍ରିକେଟିୟର ଓ ବିଭିନ୍ନ କମ୍ପାନୀ ନାମ ଅନୁସାରେ ରଖିଥାନ୍ତି । ଖାସ୍ ଏହି କାରଣରୁ ଏହି ଗାଁ ବେଶ୍ ଚର୍ଚ୍ଚିତ ।

ବଲିଉଡ ତାରକାଙ୍କ ନାମ ଦେବାକୁ କରନ୍ତି ପସନ୍ଦ

After 2nd paragraph post ads
Middle post content

କର୍ଣ୍ଣାଟକର ବାଙ୍ଗାଲୋରଠାରୁ ୪୦୦ କିଲୋମିଟର ଦୂରରେ ରହିଛି ଭଦ୍ରାପୁର ଗାଁ । ଏହି ଗାଁରେ ହକି-ପିକି ନାମକ ଏକ ଜନଜାତିର ଲୋକ ବସବାସ କରନ୍ତି । ଏଠାକାର ଲୋକେ ପୂର୍ବରୁ ଜଙ୍ଗଲରେ ବସବାସ କରୁଥିଲେ । କିନ୍ତୁ ୧୯୭୦ ଦଶକରେ କର୍ଣ୍ଣାଟକ ପ୍ରଶାସନ ସେମାନଙ୍କୁ ଜଙ୍ଗଲରୁ ଆଣି ଭଦ୍ରାପୁର ଗ୍ରାମରେ ଅବସ୍ଥାପିତ କରିଥିଲା । ସେବେଠାରୁ ଏହି ଜନଜାତିର ଲୋକେ ଏଠାରେ ରହି ଆସୁଛନ୍ତି । ଏହି ଗାଁର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କାରଣ ଏହି ଗାଁରେ ଥିବା ପ୍ରତ୍ୟେକ ପିଲାଙ୍କ ନାମ ସେଲିବ୍ରିଟିଙ୍କ ନାମରେ ନାମିତ ହୋଇଛି । ବିଶେଷକରି ବଲିଉଡ ତାରକାଙ୍କ ନାମ ଦେବାକୁ ପସନ୍ଦ କରିଥାନ୍ତି ଗ୍ରାମବାସୀ । ଏଠାରେ କାହାର ନାମ ଅମିତାଭ, ସଲମାନ ହୋଇଥିବା ବେଳେ ଆଉ କାହାର ନାମ ଶାହାରୁଖ, ଆମୀର,ଅନୀଲ ଆଦି ରହିଛି ।

ପିଲାଙ୍କ ନାଁ ରହିଛି ଲାଇସେନ୍ସ, ପାସ୍‌ପୋର୍ଟ ,ଗୁଗୁଲ,ଫେସବୁକ୍‌

ଆରମ୍ଭରୁ ଏହି ଗାଁର ଲୋକଙ୍କ ନାମ ଫଳ,ଫୁଲ ଏବଂ ପଶୁ ପକ୍ଷୀର ନାମ ଆକରରେ ରଖୁଥିଲେ ବାପାମାଆ । ଯେବେ ଏହି ଲୋକମାନେ ବିଭିନ୍ନ ଜିନିଷ ବିଷୟରେ ଜାଣିବା ଆରମ୍ଭ କଲେ, ସେବେଠାରୁ ଏଭଳି ନାମକରଣ କରିବା ଆରମ୍ଭ କଲେ । ସହରୀ ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଧୀରେ ଧୀରେ ଲୋକଙ୍କ ନାଁ ବି ବଦଳିଗଲା । ନେତା, ଅଭିନେତା ଏବଂ କ୍ରୀଡ଼ାବିତ୍‌ଙ୍କ ନାମ ଦେବା ଆରମ୍ଭ କଲେ ସେମାନେ । ଏମିତି କି କିଛି ପିଲାଙ୍କ ନାମ ବିଦେଶୀ କମ୍ପାନୀ ନାମରେ ମଧ୍ୟ ନାମିତ କରାଯାଇଛି । ଯେମିତି କି ଗୁଗୁଲ୍‌, ଫେସବୁକ୍ ନାଁରେ ନାମିତ ହୋଇଛନ୍ତି ଅନେକ ପିଲା । । ସେହିପରି ଆଉ କିଛି ଲୋକଙ୍କ ନାମ ଆମେରିକା, ଜାପାନ ଆଦି ଦେଶର ନାମ ଅନୁସାରେ ମଧ୍ୟ ରଖାଯାଇଛିି । ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଲାଇସେନ୍ସ ଏବଂ ପାସପୋର୍ଟ ନାମରେ ଲୋକେ ନାମିତ ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami