ମଣ୍ଡପରେ ମାଆଙ୍କ ସପ୍ତମୀ, ପୀଠରେ ଅଷ୍ଟମୀ ପୂଜା

Above Post Content

ଭୁବନେଶ୍ୱର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା କରାଯାଉଛି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ମଣ୍ଡପ । ଲାଗିଲାଣି ଗହଳି । ଚଣ୍ଡିପାଠର ଗୁଞ୍ଜରଣରେ ପ୍ରକମ୍ପିତ ହେଉଛି ପରିବେଶ । ଭୋରରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ ଚକ୍ଷୁଦାନ କରାଯାଇଛି । ପରେ ନୀତିକାନ୍ତି ଅନୁଯାୟୀ ସପ୍ତମୀ ପୂଜା କରାଯାଇଛି । ସେପଟେ ଶକ୍ତିପୀଠରେ ଶୋଡ଼ଷ ଉପଚାରରେ ଚାଲିଛି ମାଆଙ୍କ ଆରାଧନା । ଜଗତସିଂହପୁରର ମାଆ ଶାରଳା ଓ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଅଷ୍ଟମୀ ପୂଜାରେ ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳି ଦିଆଯିବ ।

ଚକ୍ଷୁଦାନ ପାଇଲେ ମାଆ

After 2nd paragraph post ads
Middle post content

ଗତକାଲି ଷଷ୍ଠୀରେ ସନ୍ଧ୍ୟାରେ ପୂଜା ମଣ୍ଡପ ପରିସରରେ ଥିବା ବେଲ ଗଛ ମୂଳେ ବିଲ୍ୱବରଣୀ ପାଇଁ ପୂଜାର୍ଚ୍ଚନା କରାଯାଇ ମାଆଙ୍କୁ ଆବାହନ କରାଯାଇଥିଲା । ଆଜି ଭୋରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କୁ ଚକ୍ଷୁଦାନ କରାଯାଇଛି । ଏହାସହିତ ଆରମ୍ଭ ହୋଇଛି ସପ୍ତମୀର ବିହିତ ପୂଜା । ଆସନ୍ତାକାଲି ଅଷ୍ଟମୀ ପୂଜା ସହିତ ବ୍ରତ ପୂଜା କରାଯିବାର ପରମ୍ପରା ରହିଛି । ନବମୀରୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । ମଙ୍ଗଳବାର ଦଶମୀ ପୂଜା ଅନୁଷ୍ଠିତ ହେବ ।

ଝଲସୁଛି ପୂଜା ମଣ୍ଡପ

ମାଙ୍କ ପୂଜାକୁ ନେଇ ଉତ୍ସବ ମୂଖର ଗାଁ ଠାରୁ ସହର । ବଡ଼ ବଡ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ଓ କଟକଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ତେବେ ସମସ୍ତ ଶକ୍ତିପୀଠ ଗୁଡିକରେ ମାଙ୍କ ଦର୍ଶନ ପାଇବା ପାଇବା ପାଇଁ କୋଣ ଅନୁକୋଣରୁ ଆସିଥିବା ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ପୂଜାମଣ୍ଡପରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛି ପୂଜା କମିଟି । ପୂଜାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami