ବିଯୁକ୍ତ ୧୨ରୁ ୨୩ ଡିଗ୍ରି ତାପମାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ

Above Post Content

ଉତ୍ତର-ପୂର୍ବ ଚୀନ୍‌ର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନ୍‌ଠାରେ ଧୂମ୍‌ଧାମ୍‌ରେ ଆରମ୍ଭ ହୋଇଛି ହାର୍ବିନ୍ ଆନ୍ତର୍ଜାତିକ ବରଫ ଓ ତୁଷାର ମହୋତ୍ସବ । ବିଯୁକ୍ତ ୧୨ ଡିଗ୍ରି ସେଲସିଅସ୍‌ରୁ ୨୩ ଡିଗ୍ରି ସେଲସିଅସ ତାପମାତ୍ରା ଯାଏ ଖସି ଆସୁଥିବା ହାର୍ବିନ୍ ସହରରେ ପ୍ରତି ବର୍ଷ ବିଶ୍ୱର ବୃହତ୍ତମ ବରଫ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉପଲକ୍ଷେ ବରଫ ନିର୍ମିତ ବିଶାଳକାୟ ଭାସ୍କର୍ଯ୍ୟଗୁଡ଼ିକ ପ୍ରଦର୍ଶିତ ହୁଏ । ନିକଟସ୍ଥ ସୋଙ୍ଗୁଆ ନଦୀରୁ ସଂଗୃହୀତ ବରଫଖଣ୍ଡରୁ ବିଭିନ୍ନ ପ୍ରକାର ଭାସ୍କର୍ଯ୍ୟ ଓ ଅଟ୍ଟାଳିକା ସମେତ ବିରାଟ ଟାୱାର ମଧ୍ୟ ନିର୍ମିତ ହୋଇଛି । ପ୍ରାୟ ଦେଢ଼ଶହ ଏକର ପରିମିତ ସ୍ଥାନରେ ଆୟୋଜିତ ଏହି ମହୋତ୍ସବ ଆସନ୍ତା ଜାନୁଆରି ୫ ତାରିଖରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଥିବା ବେଳେ ତାହାର ୧୨ ଦିନ ପୂର୍ବରୁ ଜନସାଧାରଣଙ୍କ ଲାଗି ଖୋଲାଯାଇଛି । ଏହାକୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି ।

Middle post content

ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି ବରଫ

After 2nd paragraph post ads

ବିଭିନ୍ନ ରଙ୍ଗର ଏଲ୍‌ଇଡି ଆଲୋକରେ ସେହି ବରଫ ଦୁନିଆକୁ ସଜାଯାଇଛି । ଏଥି ସହିତ ଆଇସ୍ ହକି, ଆଇସ୍ ଫୁଟ୍‌ବଲ୍ ଓ ସ୍ପିଡ୍ ସ୍କେଟିଂ ପରି ପ୍ରତିଯୋଗିତା ମଧ୍ୟ ଏହି ମହୋତ୍ସବର ଅଂଶବିଶେଷ ହୋଇଥାଏ । ବଡ଼ଦିନ ପର୍ବ ଯୋଗୁଁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହି ବରଫ ମହୋତ୍ସବ ଦେଖିବାର ମଜା ନେଇଥା’ନ୍ତି । ତେବେ ଚଳିତବର୍ଷ କୋଭିଡ୍ କଟକଣା ନ ଥିବାରୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି । ତାପମାତ୍ରା ବଢ଼ି ବରଫ ତରଳିବା ଉପରେ ନିର୍ଭର କରି ଆଗାମୀ ମାର୍ଚ୍ଚ ପ୍ରଥମାର୍ଦ୍ଧ ଯାଏ ଏହି ମହୋତ୍ସବ ଚାଲିବ । ସୂଚନାଯୋଗ୍ୟ, ୧୯୬୩ ମସିହାରେ ପ୍ରଥମ କରି ଆୟୋଜିତ ଏହି ବରଫ ମହୋତ୍ସବ ଚୀନ୍‌ର ସାଂସ୍କୃତିକ ବିପ୍ଳବ ସମୟରେ ବନ୍ଦ ହୋଇଯାଇଥିଲା । ପରେ ୧୯୯୫ ମସିହାରେ ପୁଣି ଥରେ ଆରମ୍ଭ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami