ଏଣିକି ସପ୍ତାହକୁ ଦୁଇଦିନ ରାତି ପାଟ୍ରୋଲିଂ କରିବେ ଆଇଆଇସି

Above Post Content

ଭୁବନେଶ୍ୱର: ଆଉ ଥାନାରେ ବସି ରହିବେ ନାହିଁ ଥାନା ଅଧିକାରୀ । ଏଣିକି ରାତିରେ ପ୍ରତ୍ୟେକ ଗଳିକନ୍ଦିରେ ବୁଲିବେ ଥାନା ଅଧିକାରୀମାନେ । ତାହା ପୁଣି ସପ୍ତାହରେ ଦୁଇ ଦିନ । କେବଳ ସେତିକି ନୁହେଁ, ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ଲୋକେସନ୍ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ । ଏଭଳି ହେବା ଦ୍ୱାରା ଥାନା ଅଧିକାରୀ ସ୍ଥାନୀୟ ଅଞ୍ଚଳ ବିଷୟରେ ଅବଗତ ରହିବେ । ଥାନା ଅଧିକାରୀ ବୁଲିବା ଦ୍ୱାରା ଅପରାଧ ରୋକିବା ସହ ନିଶା କାରବାର ମଧ୍ୟ ରୋକି ହେବ । ଗତ କିଛିଦିନ ହେବ ରାଜଧାନୀରେ ଘନ ଘନ ଚୋରି ଏବଂ ଲୁଟ୍ ବଢୁଥିବାରୁ ଏଭଳି ଅଭିନବ ଉପାୟ ଆପଣାଇଛି କମିଶନରେଟ୍ ପୋଲିସ ।

Middle post content

ଥାନା ଅଧିକାରୀ ପାଟ୍ରୋଲିଂ କଲେ କର୍ମଚାରୀ ହେବେ ସଜାଗ

After 2nd paragraph post ads

ଅନେକ ଥାନା ଅଧିକାରୀ ରାତି ୧୧ଟା ହେଲେ ଘରକୁ ପଳାଉଥିବା ଅଭିଯୋଗ ହେଉଥିଲା । ରାତି ଅଧରେ ତାଙ୍କ ଥାନା ଅଞ୍ଚଳରେ କିଛିବି ଅଘଟଣ ଘଟିଲେ ସେ ଜାଣିପାରୁ ନ ଥିଲେ । ଯେଉଁଥି ପାଇଁ ଥାନାରେ ଥିବା ଡିସିଓଙ୍କୁ ସୁପରଭିଜନ କରିବାକୁ କେହି ରହୁନାହାନ୍ତି । ଏହାଦ୍ୱାରା କେଉଁଠି ଚୋରା ମଦ କାରବାର ହେଉଛି, କେଉଁଠି ବେଆଇନ୍ କାମ ହେଉଛି ସେ ଆଦି ସମ୍ପର୍କରେ ଥାନା ଅଧିକାରୀ ଅବଗତ ରହିବେ । ଯେଉଁ ପୋଲିସ ବାବୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଅନେକ ସମୟରେ ରାଜଧାନୀରେ ପାଟ୍ରୋଲିଂ କରୁଥିବା କର୍ମଚାରୀ ଗାଡି ଅନ୍ଧାରୁଆ ସ୍ଥାନରେ ଲଗାଇ ଶୋଇ ପଡୁଥିବା ଭଳି ଅଭିଯୋଗ ହେଉଥିଲା । କିନ୍ତୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ଦ୍ୱାରା କର୍ମଚାରୀମାନେ ସଜାଗ ରହିବେ । ଥାନା ଅଧିକାରୀ ପାଟ୍ରୋଲିଂରେ ବୁଲିବା ଦ୍ୱାରା ତାଙ୍କ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନିପାରିବେ । ଏପରିକି ଲୋକଙ୍କ ସହ ଥାନା ଅଧିକାରୀଙ୍କ ଉତ୍ତମ ସମ୍ପର୍କ ଗଢ଼ି ଉଠିବ । ଯେଉଁଥି ପୋଲିସ ଉପରେ ଲୋକଙ୍କ ଭରସା ରହିବ । ପୋଲିସ ପ୍ରତି ଲୋକଙ୍କ ଯେଉଁ ଭୟ ରହୁଥିଲା ତାହା ମଧ୍ୟ ରହିବ ନାହିଁ । ଲୋକେ ନିଜର ସମସ୍ୟା ସମ୍ପର୍କରେ ଜଣାଇପାରିବେ । ଯାହାଦ୍ୱାରା ଲୋକେ ତ୍ୱରିତ ନ୍ୟାୟ ପାଇପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami