ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ, ଥାନାରେ ଅଭିଯୋଗ

Above Post Content

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ (ଟୁଟୁ ନାୟକ) ପୁଣି ବିବାଦ ଭିତରୁ ଆସିଛନ୍ତି । ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ସେ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ଏନେଇ ସାମ୍ବାଦିକା ଦେବସ୍ମିତା ରାଉତ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ।

After 2nd paragraph post ads
Middle post content

ସାମ୍ବାଦିକାଙ୍କ ଅଭିଯୋଗ କରିଛନ୍ତି ଯେ, ସେ ଏକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ । ଟୁଟୁ ନାୟକ କାହିଁକି ମାରିଲେ ସେ ଜାଣିନାହାନ୍ତି । ଝିଅ ହିସାବରେ ମାଡ଼ ମାରିବା ତାଙ୍କର ଭୁଲ । କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିଲେ । ଟୁଟୁଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ଅଭିଯୋଗ କରିଛନ୍ତି । ଏହାସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଅନ୍ୟପଟରେ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ କାହିଁକି ମାଡ଼ ମାରିଲେ, ତାହା ଜଣାପଡ଼ିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami