ଏମିତି ଅଞ୍ଚଳ ଯେଉଁଠାରେ ଝିଅଙ୍କୁ ଚୁଟି କାଟିବା ନିଷେଧ

Above Post Content

କଥାରେ ଅଛି ନଇକେ ବାଙ୍କ ….ଦେଶକେ ଫାଙ୍କ । ଅର୍ଥାତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଧାରାରେ ପରମ୍ପରା ଓ ଚଳଣୀ ଅନୁସୃତ ହୋଇଥାଏ । ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଏମିତି ଅନେକ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କ ଜୀବନଶୈଳୀ ଅଦ୍ଭୁତ । ସେହି କ୍ରମରେ ଆମେରିକାର ବିଭିନ୍ନ ସ୍ଥାନରେ ଏମିତି ଏକ ସମ୍ପ୍ରଦାୟର ଲୋକମାନେ ବସବାସ କରି ଆସୁଛନ୍ତି ଯେଉଁମାନଙ୍କ ପାରମ୍ପରିକ, ଜୀବନଶୈଳୀ ଏବଂ ରୀତିନୀତି ଅନ୍ୟମାନଙ୍କଠାରୁ ପୂରା ଭିନ୍ନ ଓ ଅଦ୍ଭୁତ । ଧର୍ମ ସହ ପ୍ରଚଳିତ ହୋଇ ଆସୁଥିବା ନୀତି ନିୟମକୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ କଡାକଡି ପାଳନ କରିଥାନ୍ତି । କିଛି ସମ୍ପ୍ରଦାୟର ଲୋକମାନେ ପ୍ରକୃତି ପୂଜା କରିବାରେ ବିଶ୍ୱାସ ରଖୁଥିବା ବେଳେ ଅନେକ ଏହାର ବିରୋଧୀ । ତେବେ ଆମେରିକାର କିଛି ଅଞ୍ଚଳ ଅଛି, ଯେଉଁ ସ୍ଥାନରେ ଝିଅମାନେ ଜୀବିତ ଥିବା ପର୍ଯ୍ୟନ୍ତ ନିଜ ଚୁଟିକାଟି ପାରିବେ ନାହିଁ । ଏପରିକି ସେ ପାଇଁ କିଛି କରିବାକୁ ମଧ୍ୟ ଅନୁମତି ନାହିଁ ।

ଉଲ୍ଲଂଘନ କଲେ ହେବାକୁ ପଡେ ଦଣ୍ଡିତ

After 2nd paragraph post ads
Middle post content

ଆମେରିକାରେ ବାସ କରୁଥିବା ଅମିଶ ସମ୍ପ୍ରଦାୟ ଏଥିପାଇଁ ଚର୍ଚ୍ଚାରେ । ହିନ୍ଦୁ ଧର୍ମର ନିୟମ କହୁଛି ଯେ, ଜନ୍ମ ହେବାର କିଛି ମାସ କିମ୍ବା ବର୍ଷ ପରେ ମୁଣ୍ଡନ ବା ଲଣ୍ଡା ହେବର ପ୍ରଥା ଅଛି । କିନ୍ତୁ ଅମିଶ ସମ୍ପ୍ରଦାୟର ଝିଅମାନେ ସାରା ଜୀବନ ଶରୀରର କୌଣସି ଅଙ୍ଗର ଚୁଟି କାଟନ୍ତି ନାହିଁ । ସେହି ସମ୍ପ୍ରଦାୟର ଜଣେ ମହିଳା କହନ୍ତି ଯେ ସେ ୧୯ବର୍ଷ ପର୍ଯ୍ୟନ୍ତ ଚୁଟି ନାହାନ୍ତି କିମ୍ବା ଗାଧୋଇ ନାହାଁନ୍ତି । ସେହିପରି ୩୬ବର୍ଷୀୟ ଲିଜି କହିଛନ୍ତି ଯେ, ସେମାନେ ଏହି ନିୟମକୁ କଠୋର ଭାବରେ ପାଳନ କରିଛନ୍ତି । ତାଙ୍କ ଘରେ ନା ବିଦ୍ୟୁତ ନା ପାଣି ଥିଲା । ତାଙ୍କୁ ତାଙ୍କର ସମସ୍ତ ପୋଷାକ ସିଲେଇ କରିବାକୁ ପଡୁଥିଲା । କେଶ କାଟିବାକୁ ଅନୁମତି ଦିଆଯାଇ ନ ଥିଲା । ଏଥିରେ କଠୋର ପଣ ଏତେ ଥିଲା ଯେ ସେ ବିରକ୍ତ ହୋଇଯାଉଥିଲେ । କିନ୍ତୁ ଦିନେ ତାଙ୍କ ପ୍ରେମିକ ସହ ସେ ଘରୁ ପଳାଇ ଆସିଥିଲେ ଏବଂ ବର୍ତ୍ତମାନ ସେ ସାଧାରଣ ଜୀବନ ବିତାଉଛନ୍ତି ।

କେଶ କାଟିବା ଲଜ୍ଜାଜନକ ବୋଲି ଭାବନ୍ତି

ସେ କହିଛନ୍ତି ଯେ, କେଶ ସମ୍ବନ୍ଧୀୟ ନିୟମ ଏତେ କଠୋର ଥିଲା ଯେ ଆପଣ ନିଜ ହାତ ଏବଂ ଗୋଡର କେଶ ମଧ୍ୟ ସଫା କରିପାରିବେ ନାହିଁ । ସେମାନଙ୍କୁ ବ୍ଲିଚ କରିପାରିବେ ନାହିଁ । ଗୋଡ଼ର କେଶକୁ ଲୁଚାଇବା ପାଇଁ ଜଣକୁ ପୋଷାକ ପିନ୍ଧିବାକୁ ପଡିଲା । ମୁଣ୍ଡର କେଶକୁ ବାନ୍ଧି ଏକ କପଡ଼ାରେ ଘୋଡାଇବାକୁ ପଡୁଥିଲା । କାହିଁକି ନା ଏହି ସମ୍ପ୍ରଦାୟରେ କେଶ କାଟିବା ଲଜ୍ଜାଜନକ ବୋଲି ବିବେଚନା କରାଯାଏ । ତେବେ କିଛି ରିପୋର୍ଟରେ କୁହାଯାଇଛି ଯେ ଗତ କିଛି ବର୍ଷ ମଧ୍ୟରେ ମହିଳାମାନେ ଆରାମ ପାଇଛନ୍ତି । ସେ ବର୍ତ୍ତମାନ ସେଭ କରିପାରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami