ସୁପର୍ ସଣ୍ଡେରେ ବିଶ୍ୱକପର ଦୁଇ ଶକ୍ତିଶାଳୀ ଦଳଙ୍କ ଟକ୍କର

Above Post Content

ଅପ୍ରତ୍ୟାଶିତ ଭାବେ ନେଦରଲ୍ୟାଣ୍ଡ୍ସ ଠାରୁ ହାରିଯାଇଥିଲେ ହେଁ ଏଥର ବିଶ୍ୱକପରେ ବିସ୍ଫୋରକ ବ୍ୟାଟିଂ ଓ ମାପଚୁପ ବୋଲିଂ କରି ଟାଇଟଲ୍ ପାଇଁ ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛି ଦକ୍ଷିଣ ଆଫ୍ରିକା । ପାକିସ୍ତାନ ବିପକ୍ଷ ଶେଷ ୱିକେଟ୍ ବିଜୟକୁ ଛାଡ଼ିଦେଲେ ବଳକା ପାଞ୍ଚମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ବିଧ୍ୱଂସୀ ବ୍ୟାଟିଂ କରି ପ୍ରତିପକ୍ଷ ବିପକ୍ଷରେ ରନର ପାହାଡ଼ ଛିଡ଼ା କରିଛନ୍ତି । ବିଶ୍ୱକପ ପୂର୍ବରୁ ଆଦୌ ନଜରରେ ନ ଥିବା ଦଳର ବ୍ୟାଟିଂ ଶକ୍ତି ଉପମହାଦଶୀୟ ପିଚରେ ଉଗ୍ରରୂପ ନେଇ ଅନ୍ୟସବୁ ଦଳ ପାଇଁ ଚେତାବନୀ ସାଜିଛି । କେବଳ ଅଧିନାୟକ ବାଭୁମା ହିଁ ଦଳ ପାଇଁ ଏକପ୍ରକାର ବୋଝ ପାଲଟିଥିଲେ ହେଁ ନମ୍ବର ୭ ଯାଏ ଅନ୍ୟସବୁ ବ୍ୟାଟରଙ୍କଠାରୁ ରନ୍ ବର୍ଷା ହେଉଛି । ଡି କକ୍ ଶତକ ପରେ ଶତକ ମାରି ଦଳକୁ ଆକ୍ରମଣାତ୍ମକ ଆରମ୍ଭ ଦେଉଛନ୍ତି ଏବଂ ମଧ୍ୟକ୍ରମରେ ରସି ଭାନ୍ ଡର୍ ଡୁସେଁ, ଆଡେନ୍ ମର୍କରାମ୍‌, ହେନରୀ କ୍ଲାସେଁ ଓ କିଲର୍ ଡେଭିଡ୍ ମିଲର୍ ସେହି ରନ୍ ବୃଷ୍ଟିକୁ ସୁଯୋଗ ମିଳିବା ମାତ୍ରେ ଜାରି ରଖୁଛନ୍ତି । ପଞ୍ଚମ ୱିକେଟ୍ ପତନ ପରେ କ୍ରିଜକୁ ଆସୁଥିବା ଅଲରାଉଣ୍ଡର ମାର୍କୋ ଜାନସେନ୍ କେବଳ ଦଳକୁ ସଠିକ୍ ସନ୍ତୁଳନ ଦେଉନାହାନ୍ତି, ବରଂ ବିସ୍ଫୋରକ ବ୍ୟାଟିଂ କରି ଏବେ ଚମତ୍କାର ଫିନିଶର୍ ସାଜିଛନ୍ତି । ପୁଣି ବୋଲିଂ ଆରମ୍ଭ କରି ୱିକେଟ୍ ବି ଝାଡ଼ୁଛନ୍ତି ।

Middle post content

ସେମିଫାଇନାଲ୍ ବର୍ଥ୍ ପକ୍କା ସତ୍ତ୍ୱେ ରୋହିତ୍ ସେନାର ହେବ ଏସିଡ୍ ଟେଷ୍ଟ୍ !

After 2nd paragraph post ads

ଜାନସେନଙ୍କ ସହ ରାବଡ଼ା, ଲୁଙ୍ଗି ଏନଗିଡି ଜେରାଲ୍ଡ କୋଏଜ୍ଜିଙ୍କୁ ନେଇ ଦଳର ଦ୍ରୁତ ବୋଲିଂ ବିଶ୍ୱକପର ଅନ୍ୟତମ ଶକ୍ତିଶାଳୀ ୟୁନିଟ୍ ପାଲଟିଛି । ଦୁଇ ଭାରତ ଓ ପାକିସ୍ତାନୀ ବଂଶୋଦ୍ଭବ କେଶବ ମହାରାଜା ଓ ଶାସମୀ ଉପମହାଦେଶୀୟ ପରିବେଶର ଟର୍ଣିଂ ପିଚରୁ ଭରପୂର ଫାଇଦା ବି ଉଠାଉଛନ୍ତି । ତେଣୁ ଉଭୟ ବ୍ୟାଟିଂ ଓ ବୋଲିଂରେ ସାଉଥ ଆଫ୍ରକା ଏଥର ବିଶ୍ୱକପରେ ଫେଭରିଟ୍ ହୋଇଥିବାରୁ ଫର୍ମରେ ଥିବା ଅପରାଜେୟ ରୋହିତ୍ ସେନାର ଅସଲ ପରୀକ୍ଷା ହିଁ ରବିବାର ହେବ ବୋଲି ଆଶା କରାଯାଉଛି । ତେବେ ଭାରତ ପାଇଁ ଏବେ ସବୁଠୁ ବଡ଼ ଶକ୍ତି ପାଲଟିଛି ଦଳର ବୋଲିଂ । ଚମତ୍କାର ଲୟରେ ଥିବା ଭାରତର ଉଭୟ ଫାଷ୍ଟ ଓ ସ୍ପିନଂ ବୋଲିଂ ୟୁନିଟ୍ ସୁପର୍ ସଣ୍ଡେରେ ଦକ୍ଷିଣ ଅଫ୍ରିକା ବ୍ୟାଟରମାନଙ୍କୁ ସେଟ୍ ହୋଇ ହାତ ଖୋଲା ସଟ୍ ଖେଳିବାକୁ ଆଦୌ ସୁଯୋଗ ଦେବାକୁ ଚାହିଁବ ନାହିଁ । ଟିମି ଇଣ୍ଡିଆର ସବୁ ବ୍ୟାଟରଙ୍କ ବ୍ୟାଟରୁ ରନ୍ ନିୟମିତ ବାହାରିବା ବି ଏକ ଚାମ୍ପିଅନ ଟିମର ବିଶେଷ ଲକ୍ଷଣ ଭଳି ହୋଇଛି । ଯଦି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରନ୍ତି ତେବେ ସୂର୍ଯ୍ୟ କୁମାର ଯାଦବଙ୍କୁ ପୁଣି ବାହାରେ ଅପେକ୍ଷା କରିବାକୁ ପଡ଼ିପାରେ । ପାଣ୍ଡ୍ୟାଙ୍କ ପାଇଁ ଆୟର ବାଦ୍ ପଡ଼ିବେ ବୋଲି ପୂର୍ବରୁ କୁହାଯାଉଥିଲେ ହେଁ ଶ୍ରୀଲଙ୍କା ବିପକ୍ଷରେ ଫର୍ମକୁ ଫେରି ଶ୍ରେୟସ ଏହି ଚର୍ଚ୍ଚାରେ ଏକରକମ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଆଉ ଯଦି ପାଣ୍ଡ୍ୟା ଫେରନ୍ତି ତେବେ ୬ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଭାରତୀୟ ବୋଲିଂ ଅଧିକ ଶକ୍ତିଶାଳୀ ହେବାକୁ ଥିବାରୁ ସୁପର୍ ସଣ୍ଡେରେ ଉଭୟ ଦଳ ଏସିଡ୍ ଟେଷ୍ଟ ଦେବା ଅନୁମାନ କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami