ହାଇଦ୍ରାବାଦରେ ବିବାହ ଭୋଜି ଦେଲେ ବରୁଣ-ଲାବନ୍ୟା

Above Post Content

ମୁମ୍ବାଇ: ଗତ ୧ ତାରିଖରେ ଇଟାଲୀରେ ଧୂମ୍‌ଧାମ୍‌ରେ ବିବାହ କରିଛନ୍ତି ସାଉଥର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ବରୁଣ ତେଜ -ଲାବନ୍ୟା ତ୍ରିପାଠୀ । କିଛି ଦିନ ହେଲାଣି ସାଉଥ ଷ୍ଟାର ବରୁଣଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଗତ ଜୁନ୍ ୯ ତାରିଖରେ ଅଭିନେତ୍ରୀ ଲାବନ୍ୟାଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ । ଗତ ୧ ତାରିଖରେ ଦୁହେଁ ଇଟାଲୀରେ ବିବାହ କରିଥିଲେ । ଉଭୟଙ୍କ ପରିବାରର ଉପସ୍ଥିତିରେ ବରୁଣ ଓ ଲାବନ୍ୟା ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଗ୍ରାଣ୍ଡ ରିସେପ୍ସନର ଭିଡ଼ିଓ ଭାଇରାଲ

After 2nd paragraph post ads

ବିବାହ ସାରି ଉଭୟ ନବଦମ୍ପତ୍ତି ହାଇଦ୍ରାବାଦ ଫେରିଛନ୍ତି । ସେମାନେ ହାଇଦ୍ରାବାଦରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି । ଏହି ପାର୍ଟିରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା,ଅଭିନେତ୍ରୀ. ବନ୍ଧୁ ଓ ପରିବାରବର୍ଗ ସାମିଲ ହୋଇଥିଲେ । ବରୁଣ ଏବଂ ଲାବନ୍ୟାଙ୍କ ଏହି ଗ୍ରାଣ୍ଡ ରିସେପ୍ସନର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦମ୍ପତିଙ୍କ ଗ୍ରାଣ୍ଡ ଏଣ୍ଟ୍ରି ଦେଖିବାକୁ ମିଳିଛି । ଏହି ସମୟରେ ବରୁଣ କଳା କୁର୍ତ୍ତା ପାଇଜାମା ଏବଂ ଭାରୀ ଶେରୱାନି ପିନ୍ଧିଥିବା ବେଳେ ଲାବନ୍ୟା ଏକ ସୁନେଲୀ ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ଯେଉଁଥିରେ ଉଭୟ ବହୁତ ସୁନ୍ଦର ଲାଗୁଛନ୍ତି । ଏହି ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ ବି କରିଛନ୍ତି ।

Middle post content

ବିବାହରେ ୧୦ କୋଟିରୁ ଅଧିକ କଲେ ଖର୍ଚ୍ଚ

ଏହି ବିବାହ ପାଇଁ ଦୁହେଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହାର ଏକ ତାଲିକା ଏବେ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଲାବନ୍ୟା ବିବାହରେ ୧୦ଲକ୍ଷ ଟଙ୍କାର ଶାଢ଼ି ପିନ୍ଧିଥିଲେ । ଏହା ସହ ଉଭୟ ପରସ୍ପରକୁ ମୋଟ ୫୦ଲକ୍ଷ ମୂଲ୍ୟର ମୁଦି ପିନ୍ଧାଇଥିଲେଏସବୁ ଖର୍ଚ୍ଚ ସହ ଅତିଥିଙ୍କ ରହିବା-ଖାଇବା ବ୍ୟବସ୍ଥା ଓ ବିବାହର ସମସ୍ତଙ୍କ ଖର୍ଚ୍ଚ ମିଶାଇ ଦୁହେଁ ୧୦କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।

ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରେଇ ରଖିଥିଲେ

ଅଭିନେତା ତଥା ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ ବରୁଣ ତେଜ ୨୦୧୪ରେ ଫିଲ୍ମ ‘ମୁକୁନ୍ଦ’ ରେ ଡେବ୍ୟୁ କରିଥିଲେ । ଏହା ପରେ ସେ ‘ଫିଦା’, ‘କାଞ୍ଚେ’, ‘ଲୋଫର’, ଏବଂ ‘ଏଫ୍‌୩: ଫନ୍ ଆଣ୍ଡ ଫ୍ରଷ୍ଟ୍ରେସନ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ଅପରେସନ୍ ଭାଲେଣ୍ଟାଇନ୍‌’ ଆସନ୍ତା ଡିସେମ୍ବର ୮ ରେ ରିଲିଜ୍ ହେବାକୁ ଯାଉଛି । ତେବେ ବରୁଣ ଏବଂ ଲାବନ୍ୟା ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ । ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା । ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ବି ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami