ରାତି ୧୦ରୁ ସକାଳ ୬ ବାଣଫୁଟା ବନ୍ଦ

Above Post Content

ଭୁବନେଶ୍ୱର: ଆଉ ମାତ୍ର ୪ ଦିନ ପରେ ଆଲୋକର ପର୍ବ ଦୀପାବଳି ପାଳନ ହେବ । ଏନେଇ ସାରା ରାଜ୍ୟରେ ଲୋକେ ପ୍ରସ୍ତୁତି ଚଳାଇଛନ୍ତି । ଏହି ଅବସରରେ ଆତସବାଜିରେ ସାରା ରାଜ୍ୟ କମ୍ପିବ । ଏଥିଯୋଗୁ ବାୟୁ ଅତିମାତ୍ରାରେ ପ୍ରଦୂଷିତ ହେବ । ବାୟୁରେ କାର୍ବନ ଡାଇଅକ୍ସାଇଡଠାରୁ ଆରମ୍ଭ କରି କାର୍ବନ ମନୋକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ, ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ପଦାର୍ଥ ବାୟୁ ମଣ୍ଡଳରେ ଭରି ଯିବ । ଶୀତଦିନ ଆରମ୍ଭ ହୋଇଥିବାରୁ ଏବେ ଅଧିକାଂଶ ଲୋକ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଛନ୍ତି । ବାୟୁ ପ୍ରଦୂଷଣ ଯୋଗୁ ଏହା ଆହୁରି ସଂକ୍ରମିତ ହେବାର ସମ୍ଭାବନା ରହିଛି । କେବଳ ମନୁଷ୍ୟ ନୁହନ୍ତି ଜୀବଜନ୍ତୁ ମଧ୍ୟ ଆତସବାଜି ଯୋଗୁ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦୀପାବଳି ପାଇଁ ସୋମବାର ଏକ ଗାଇଡ୍ ଲାଇନ ଜାରି କରାଯାଇଛି । ୧୨୫ ଡେସିବଲରୁ ଊର୍ଦ୍ଧ୍ୱ ଶବ୍ଦ ସୃଷ୍ଟି କରୁଥିବା ବାଣ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ରାତି ୧୦ଟାରୁ ସକାଳ ୬ଟା ଯାଏ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି ।

ଅତିଉଚ୍ଚ ଶବ୍ଦ ବାଣ ଉପରେ କଟକଣା

After 2nd paragraph post ads
Middle post content

ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ଶବ୍ଦକୁ ବାରଣ କରାଯାଇଛି । ୧୨୫ ଡେସିବଲରୁ ଊର୍ଦ୍ଧ୍ୱ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏଥିସହିତ ଅତି ଉଚ୍ଚ ଶବ୍ଦ କରୁଥିବା ଯନ୍ତ୍ରାଂଶ, ଡିଜେ ଆଦି ୬୫ ଡେସିବଲକୁ ଅତିକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି । ଉପରୋକ୍ତ ଗାଇଡ୍ ଲାଇନ ଖିଲାପ କଲେ ଓଡ଼ିଶା (ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରବିଧାନ) ଆଇନ ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ।

ପରିବେଶ ପ୍ରଦୂଷଣ ଏବେ ଚିନ୍ତାର ବିଷୟ

ପରିବେଶ ପ୍ରଦୂଷଣ ଏବେ ମୁଖ୍ୟ ଚିନ୍ତାର ବିଷୟ ହୋଇଛି । କେବଳ ସହର ନୁହେଁ, ଗାଁ ଗଣ୍ଡା ମଧ୍ୟ ପ୍ରଦୂଷଣ ହେଲାଣି । କେଉଁଠି ଜଳ ପ୍ରଦୂଷଣ ତ କେଉଁଠି ବାୟୁ ପ୍ରଦୂଷଣ ପରିବେଶକୁ ବିଷଜ୍ୱାଳାରେ ଭରି ଦେଲାଣି । ରାଜଧାନୀ ଦିଲ୍ଲୀରେ ଲୋକେ ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉଛି । ସେଠାରେ ସ୍କୁଲ ବନ୍ଦ ସହ ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ ଅନେକ ସହର ପ୍ରଦୂଷିତ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami