୧୦ ବର୍ଷରେ ନିଜ ଅଞ୍ଚଳର ବିକାଶ କରିନାହାନ୍ତି ଧର୍ମେନ୍ଦ୍ର : ବିଜେଡି

Above Post Content

ଭୁବନେଶ୍ୱର : ବିଏସ୍‌କେୱାଇ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଏସକେୱାଇ ଉପକାରିତା ଅଟକାଇବାକୁ ଧର୍ମେନ୍ଦ୍ର ଚକ୍ରାନ୍ତ କରୁଛନ୍ତି । ସାରା ଦେଶରେ ବିଏସକେୱାଇ ସର୍ବଶ୍ରେଷ୍ଠ ଯୋଜନା ବୋଲି ସମସ୍ତେ ଜାଣନ୍ତି । ଏହି ପ୍ରକାର ଯୋଜନା ଆଣିବାରେ ଓଡ଼ିଶା ଏକମାତ୍ର ରାଜ୍ୟ । ବିଏସକେୱାଇ ମାଧ୍ୟମରେ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଧର୍ମେନ୍ଦ୍ର ପ୍ରଧାନ ବିଏସକେୱାଇ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । ବିଏସକେୱାଇରେ ଚିକିତ୍ସା ପାଇ ଯଦି ସାଧାରଣ ଲୋକ ଉପକୃତ ହେଉଛନ୍ତି ତେବେ ଧର୍ମେନ୍ଦ୍ରଙ୍କୁ କାହିଁକି କଷ୍ଟ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ।

ଧର୍ମେନ୍ଦ୍ରଙ୍କ ଓଡ଼ିଶା ପ୍ରତି ନାହିଁ ଅବଦାନ

After 2nd paragraph post ads
Middle post content

ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛି ବିଜେଡ଼ି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ୧୦ ବର୍ଷ ହେଲାଣି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ହେଲେ ଓଡ଼ିଶା ପ୍ରତି ତାଙ୍କର କିଛି ବି ଅବଦାନ ନାହିଁ । ଏମିତି କି ନିଜ ଅଞ୍ଚଳ ପାଇଁ ବି ୧୦ ବର୍ଷରେ କିଛି କରିନାହାନ୍ତି ଧର୍ମେନ୍ଦ୍ର । ନିଜ ବିଫଳତାକୁ ଲୁଚାଇବାକୁ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତେ ଜାଣିଛନ୍ତି ସାରା ଦେଶରେ ବିଏସକେୱାଇ ସର୍ବଶ୍ରେଷ୍ଠ ଯୋଜନା । ହେଲେ ଧର୍ମେନ୍ଦ୍ର ବିଏସକେୱାଇ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛନ୍ତି । ବିଏସକେୱାଇ ଯଦି ଏତେ ଖରାପ ଲାଗୁଛି ତାହେଲେ ବିଜେପି ନିର୍ବାଚନୀ ଇସ୍ତାହାରରେ ଏହାକୁ ବନ୍ଦ କରିବାକୁ ଘୋଷଣା କରୁ । ଓଡ଼ିଶା ବିଜେପି ନିର୍ବାଚନ ଇସ୍ତାହାରର ଏକ ନମ୍ବରରେ ବିଏସକେୱାଇ ବନ୍ଦ କରିବାକୁ ଘୋଷଣା କରୁ ବୋଲି ଆହ୍ୱାନ ଦେଇଛନ୍ତି ସସ୍ମିତ ।

ଏନଏଚ ୫୫ ହିଁ ଧର୍ମେନ୍ଦ୍ରଙ୍କ ବିଫଳତାର ପ୍ରତିମୂର୍ତ୍ତି

୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ଧର୍ମେନ୍ଦ୍ର ଏନଏଚ ୫୫ କାମ ସାରିପାରିଲେନି । ପ୍ରତିଦିନ ଏନଏଚ ୫୫ରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି ।
ଏନଏଚ ୫୫ ହିଁ ଧର୍ମେନ୍ଦ୍ରଙ୍କ ବିଫଳତାର ପ୍ରତିମୂର୍ତ୍ତି । ଯିଏ ନିଜେ ରାସ୍ତାଟିଏ ତିଆରି କରିପାରିଲେନି ସେ ଆଜି ଅପରାଗତାକୁ ବଞ୍ଚାଇବାକୁ ବଡ଼ ବଡ଼ ଭାଷଣ ମାରୁଛନ୍ତି ବୋଲି ସସ୍ମିତ କହିଛନ୍ତି । ଢେଙ୍କାନାଳରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନଏଚ ୫୫ କାମ ବିଳମ୍ବ ହେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ଏପରିକି ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣା ପାଇଁ ଟ୍ରାଫିକ ପୋଲିସର ବିଫଳତାକୁ ଅଙ୍ଗୁଳି ଉଠାଇଥିଲେ । ଯାହାର ଜବାବ ସାମ୍ବାଦିକ ସମ୍ମିଳନୀ କରି ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami