ହେଲଦି ଡ୍ରିଙ୍କ୍ସରୁ ହଟିଲା ବୋର୍ନଭିଟା,ସରକାରଙ୍କ ଚେତାବନୀ

Above Post Content

ନୂଆଦିଲ୍ଲୀ: ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ହେଲ୍‌ଦି ଡ଼୍ରିଙ୍କ୍‌ସରୁ ହଟାଇଛି ବୋର୍ନଭିଟା । ବୋର୍ନଭିଟା ପରି ସମସ୍ତ ପାନୀୟକୁ “ସ୍ୱାସ୍ଥ୍ୟ ପାନୀୟ” ଶ୍ରେଣୀରୁ ହଟାଇବା ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ କହିଛି ଯେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା ସମେତ ଏହି ପରି ଅନ୍ୟାନ୍ୟ ପାନୀୟକୁ ୱେବସାଇଟର ସୁସ୍ଥ ପାନୀୟ ବର୍ଗରୁ ହଟାଇବା ଉଚିତ୍ ।

Middle post content

ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

After 2nd paragraph post ads

ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶାବଳୀ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)ର ଯାଞ୍ଚ ପରେ ଜାରି କରିଛି । ବାସ୍ତବରେ ଏନସିପିସିଆର ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ ଏପରି କୌଣସି ସ୍ୱାସ୍ଥ୍ୟ ପାନୀୟ ନାହିଁ । ଏପରି ପରିସ୍ଥିତିରେ, ସମସ୍ତ ଇ-କମର୍ସ କମ୍ପାନୀ ଓ ପୋର୍ଟାଲଗୁଡିକୁ ବୋର୍ନଭିଟା ସମେତ ଏହିପରି ଅନ୍ୟାନ୍ୟ ପାନୀୟକୁ ସେମାନଙ୍କ ପ୍ଲାଟଫର୍ମର ସୁସ୍ଥ ପାନୀୟ ବର୍ଗରୁ ହଟାଇବାକୁ ପରାମର୍ଶ ଦିଆଯାଇଛି । ଏହାପୂର୍ବରୁ ଏନସିପିସିଆର ସ୍ୱାସ୍ଥ୍ୟପେୟ ବୋର୍ନଭିଟା ନିର୍ମାତା ମୋଣ୍ଡଲେଜ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସହିତ ଯୋଗାଯୋଗ କରିଥିଲା । ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବାକୁ ଏବଂ ଯେକୌଣସି ‘ବିଭ୍ରାନ୍ତକାରୀ’ ବିଜ୍ଞାପନ ଏବଂ ପ୍ୟାକେଜିଂ ଲେବଲ୍ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲା । ଦୁଗ୍ଧ ସପ୍ଲିମେଣ୍ଟରେ ଅଧିକ ଚିନି ଥିବା ଅଭିଯୋଗକୁ ନେଇ ବିବାଦ ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami